ଡାକ୍ତରଙ୍କ ପରାମର୍ଶ, କରୋନା ସହିତ ଲଢିବ ଲେମ୍ବୁପାଣି, ବାସ ସେଥିରେ ମିଶାଇ ଦିଅନ୍ତୁ ଏହି ଜିନିଷ- Health Tips

ଆମ ଦେଶରେ କରୋନା ଭାଇରସ ଯେପରି ମାତ୍ରାରେ ବଢିବାରେ ଲାଗିଛି ତାହାର ଅନ୍ତ କେହ ହେବ ତାହାର କଳନା କରାଯାଇ ପାରିବ ନାହି । କରୋନାରୁ ବଞ୍ଚିବା ପାଇଁ ଆମକୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିବ । ପୁରା ବିଶ୍ବରେ କରୋନାର ଆତଙ୍କ ଖେଳିବାରେ ଲାଗିଛି ଯାହାର ପ୍ରକୋପରେ କେତେ ଯେ ଲୋକମାନେ ପ୍ରାଣ ହରାଇଲେଣି ତାହାର ଗଣନା କରାଯାଇ ପାରିବ ନାହି ।

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଆମ ଶରୀରର ରୋଗ ପ୍ରତ୍ରିରୋଧକ ଶକ୍ତି ବା ଇମୁନୀଟି ପାୱାର ବଢାଇବା ପାଇଁ କିଛି ବିଶେଷ କଥା ଉପରେ ଗୁରୁତ୍ତ୍ଵ ଦେବାକୁ ପଡିବ । ଯାହା ଫଳରେ ଆମ ସ୍ୱାସ୍ଥ୍ୟ ଭଲ ରହିବ । ଡାକ୍ତର ଓ ବିଶେଷକ ମାନଙ୍କ ମତରେ ଆମ ଶରୀରରେ ଯେତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ରହିବ ଆମେ କରୋନା ସହ ଲଢିବା ପାଇଁ ସେତିକି ସକ୍ଷମ ହେବା ।

ଏହା ବ୍ଯତୀତ ଆମ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ଶରୀରକୁ ସୁସ୍ଥ ରଖିବା ପାଇଁ କିଛି ନିୟମ କାନୁନ ବିଷୟରେ ପରାମର୍ଶ ଦେଉଛନ୍ତି । ସେଥି ପାଇଁ ସକାଳୁ ଲେମ୍ବୁ ପାଣି ପିଇବା ଭଲ ଉପାୟ ବୋଲି କୁହା ଯାଉଛି । କାରଣ ଲେମ୍ବୁରେ ଭିଟାମିନ-ସି ରହିଥିବାରୁ ଏଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସାହାଜ୍ଯ କରିଥାଏ । ଏଥିପାଇଁ ନୋଏଡାର ଫୋର୍ଟିସ ହସ୍ପିଟାଲର ପୃଷ୍ଟିସାର ବିଶେଷାଜ୍ଞ ଡାକ୍ତର ନମୀତା ନାଦାର ନିଜର ମତରେ କହିଛନ୍ତି ଯେ ଲେମ୍ବୁ ପାଣିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ଆମ ଶରୀରରେ ଇମୁନୀତି ପାୱାର ବା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଜ୍ଯ କରିଥାଏ ।

ଏହା ସହ ଆମ ଶରୀରରେ ଥିବା ଭୂତାଣୁ ବା ଭାଇରସକୁ ଶେଷ କରିଥାଏ । ଏଥିରେ ଥିବା ଭିଟାମିନ-ସି ଆମ ଶରୀର ପାଇଁ ବହୁତ ହିତକାରକ ହୋଇଥାଏ । ସକାଳୁ ଲେମ୍ବୁ ପାଣି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ଡାକ୍ତର ନମୀତା ନାଦାର ପରାମର୍ଶ ଦେଇଛନ୍ତି । ତେବେ ଲେମ୍ବୁ ପାଣି ପ୍ରସ୍ତୁତ କରିବା କୌଣସି ବଡ କଥା ନୁହେ । କିଛି ଉଷୁମ ପାଣିରେ ଦେଢ ଚାମଚ ଲେମ୍ବୁ ରସ ଓ ଅଧା ଚାମଚ ସେନ୍ଧା ନମକ ସହିତ ଲେମ୍ବୁ ପାଣିରେ ସାମାନ୍ଯ ଫାଇବାର ମିଶାଇବା ପାଇଁ ଚିଆ ମଞ୍ଜି ମିଶାଇ ପିଆନ୍ତୁ ।

ପ୍ରତି ଦିନ ଏହି ଭଳି ଭାବେ ଲେମ୍ବୁ ପାଣି ପ୍ରସ୍ତୁତ କରି ଆପଣ ମାନେ ପିଇପାରିବେ । ଲେମ୍ବୁ ପାଣି ପିଇବା ଦ୍ଵାରା ଆମ ଶରୀରର ଇମୁନୀତି ପାୱାର ବୁଷ୍ଟ ହେବା ସହ ଥଣ୍ଡା ଓ ଫ୍ଲୁ ଭାଇରସ ସହିତ ଲଢିବାକୁ ଆମ ଶରୀରକୁ  ସାହାଜ୍ଯ କରିଥାଏ ବୋଲି ଫୋର୍ଟିସ ମେଡିକାଲର ପୃଷ୍ଟିସାର ବିଶେଷଜ୍ଞ ଡାକ୍ତର ନମିତା ନାଦାର ତାଙ୍କ ମତରେ କହିଛନ୍ତି ।

ଏହା ସହ ନୀତିଦିନ ଖାଇବା ସମୟରେ ଲେମ୍ବୁ ଖାଇବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଲେମ୍ବୁ ରସ କେବଳ ରୋଗ ପ୍ରତିରୋଧକ ଶକ୍ତି ବଢାଇବ ତାହା ନୁହେ ଏହା ହାର୍ଟ ସମ୍ବଧୀୟ ରୋଗ କମାଇବା ସହ କିଡନୀରେ ପଥର ଜମିବାକୁ ଦେବନି ଓ ଚରମ ରୋଗ ମଧ୍ୟ ହେବ ନାହି ବୋଲି ଡାକ୍ତର ନମିତା ପରାମର୍ଶ ଦେଇଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।