Vastu Tips- ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି 6 ଟି ସଙ୍କେତ, ଘରକୁ ଆସିଥାନ୍ତି ସାକ୍ଷାତ ମା’ ଲକ୍ଷ୍ମୀ

ମନୁଷ୍ୟ ଜୀବନରେ ଧନ ର କଣ ମହତ୍ଵ ଥାଏ ତାହା ସମସ୍ତଙ୍କୁ ଭଲ ଭାବରେ ଜଣା ଥାଏ । ଧନ ଅଭାବରେ କୌଣସି ବ୍ୟକ୍ତି ଖୁସିରେ ରହିପାରେ ନାହିଁ । ଧନ ଦ୍ଵାରା କିନ୍ତୁ ଆମେ କୌଣସି ଖୁସି କିଣିପାରିବା ନାହିଁ । ବାସ୍ତବରେ ଧନ ସବୁକିଛିତ ନୁହେଁ କିନ୍ତୁ ସବୁ କିଛି ହୋଇଥାଏ । ପ୍ରକୃତରେ ଧନ ଦ୍ଵାରା ଆମେ ଖୁସି କିଣିପାରିବା ନାହିଁ କିନ୍ତୁ ଧନ ପାଖରେ ଥିଲେ ଖୁସି ଆପେ ଆପେ ଆସିଯାଇଥାଏ ।

ଯଦି ଜୀବନରେ ଧନ ର ମହତ୍ଵ ନଥାନ୍ତା ତେବେ ମନୁଷ୍ୟ ଦିନ ରାତି ଏକ କରି ଧନ ପଛରେ ଦଉଡନ୍ତା ନାହିଁ । ସବୁ ବ୍ୟକ୍ତି ଧନୀ ହେବା ପାଇଁ ସ୍ଵପ୍ନ ଦେଖିଥାଏ । ସମସ୍ତଙ୍କୁ ସୁଖ ସୁବିଧାର ଜୀବନ ଆବଶ୍ୟକ ହୋଇଥାଏ ।

ଏହା ଏକ ନିରାଟ ସତ କଥା କି ଜୀବନରେ ଯେଉଁ ବ୍ୟକ୍ତି ପାଖରେ ଧନ ଥାଏ ତାର ମୁଠାରେ ଦୁନିଆ ଥାଏ । କିନ୍ତୁ କୌଣସି ଗରିବ ଲୋକ ସହିତ କେହି ସହଜଯୋଗ କରିନଥାନ୍ତି । ଏଥିପାଇଁ ସାରା ଦୁନିଆ ମା ଲକ୍ଷ୍ମୀଙ୍କର ଆରାଧନା କରିଥାଏ । ମା ଲକ୍ଷ୍ମୀ ଅର୍ଥାତ ଭଲ ସମୟ ବ୍ୟକ୍ତି ଜୀବନ ରେ ଆସିବା ପୂର୍ବରୁ କିଛି ସଂକେତ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି କିଛି ୬ ଟି ସଂକେତ ବିଷୟରେ ।

୧ – କଳା ପିମ୍ପୁଡି

କଳା ପିମ୍ପୁଡି ମା ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାଏ । କଳା ପିମୁଦି ବହୁତ ଶୁଭ ହୋଇଥାଏ ଓ ଏହା ଦ୍ଵାରା କୌଣସି ହାନି ହୋଇନଥାଏ । ଜୋତିଶ ଶାସ୍ତ୍ର ଅନୁସାରେ ଯଦି ଘରେ ଅଚାନକ ଭାବେ କଳା ପିମ୍ପୁଡି ଗୋଲ ବା ବର୍ତୁଳ ଆକାରରେ ବୁଲୁଥିବାର ଦେଖାଯାଏ ତେବେ ଏହାଦ୍ବାରା ଘରକୁ ଧନ ଆସିବାର ସଂକେତ ହୋଇଥାଏ । ଏଥିପାଇଁ କଳା ପିମ୍ପୁଡି ଦେଖା ଦେଲେ ହଳଦୀ କୁକୁମ ପକାଇ ପ୍ରଣାମ କରିବା ଉଚିତ ଓ ତାଙ୍କୁ କିଛି ଚିନୀ ବା ଅଟା ଖାଇବାକୁ ଦେବା ଉଚିତ । ଏହାଦ୍ବାରା କରଜରୁ ମୁକ୍ତି ମିଳିଥାଏ ।

୨ – ଝିଟିପିଟି

ଘରେ ୩ ଟି ଝିଟିପିଟି ଏକାସାଙ୍ଗରେ ଦେଖାଗଲେ ଏହା ବହୁତ ଶୁଭ ହୋଇଥାଏ । ଯଦି ଝିଟିପିଟି ଜଣେ ଆଉ ଜଣକର ପିଛା କରୁଥିବାର ଦେଖାଯାଏ ତେବେ ଏହା ଘରର ଉନ୍ନତିର ସଂକେତ ମିଳିଥାଏ । ଦୀପାବଳି ଦିନ ଯଦି ଝିଟିପିଟି ତୁଳସୀ ଚଉରାରେ ଦେଖାଯାଏ ତେବେ ଘରକୁ ଧନ ଆସିବାର ସଂକେତ ହୋଇଥାଏ ।

୩ – ଚଢେଇ

ଆପଣଙ୍କ ଘରେ କୌଣସି ଚଢେଇ ବସ କରେ ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ । ଏଥିପାଇଁ ଘରେ ବସ କରିଥିବା ଚଢେଇର ଘର ଭାଙ୍ଗିବା ଉଚିତ ନୁହେଁ । ଏହି ବସା ଦ୍ଵାରା ଆପଣଙ୍କୁ ଅପାର ଧନ ମିଳିବାର ସଂକେତ ମିଳିଥାଏ । ଯଦି ବାରମ୍ବାର ବାଜ ପକ୍ଷୀ କିମ୍ବା କାଉ ଘରକୁ ଆସିଲେ ଏହା ଅଶୁଭ ସଙ୍କେତ ହୋଇଥାଏ ଵ। ପେଚା ଦେଖାଗଲେ ଶୁଭ ହୋଇଥାଏ ।

୪ – ଶଙ୍ଖ ଧ୍ୱନି

ଆପଣଙ୍କୁ ସବୁବେଳେ ସକାଳେ ଓ ସନ୍ଧ୍ୟା ବେଳେ ଶଙ୍ଖ ଧ୍ୱନି ସୁବିଲେ ଏହା ଶୁଭ ହୋଇଥାଏ । ଏହା ଦ୍ଵାରା ଆପଙ୍କ ଆର୍ଥିକ ସଙ୍କଟ ଦୂର ଓ ଶୁଖ ଶାନ୍ତି ମିଳିବାର ସଂକେତ ମିଳିଥାଏ ।

୫ – ହାତ କୁଣ୍ଡେଇ ହେବା

ଯଦି ଆପଣଙ୍କ ହାତ ବାରମ୍ବାର କୁଣ୍ଡିଏ ହୁଏ ତେବେ ଏହା ଧନପ୍ରାପ୍ତିର ଶୁଭ ସଂକେତ ହୋଇଥାଏ ଓ ସବୁ ମନସ୍କାମନା ପୂରଣ ହୋଇଥାଏ ।

୬ – ସ୍ଵପ୍ନ

ଯଦି ଆମେ ସ୍ଵପ୍ନରେ ବାରମ୍ବାର କଳସୀ , ଝାଡୁ , ପେଚା , ସାପ ଓ ନେଉଳ ଦେଖିଲେ ଏହାବି ଏକ ଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ଅତି ନିକଟରେ କୌଣସି ଧନମିଳିବାର ସଂକେତ ମିଳିଥାଏ । ଘରୁ ବାହାରିବା ବେଳେ ନେଉଳ କିମ୍ବା ଝାଡୁ ମାରୁଥିବାର ଦେଖିଲେ ଏହା ଏକ ଶୁଭ ସଂକେତ ହୋଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ