ରାତିରେ ପେଟ୍ରୋଲିଂ କରୁଥିଲେ ଲେଡି CSP, ଶୁଣିବାକୁ ମିଳିଲା ଗୀତର ଆବାଜ, ଓ ଭିତରକୁ ଯାଇ ଦେଖିଲେ ତ ଏମିତି ଅବସ୍ଥାରେ ମିଳିଲେ ୨୦୦ ପୁଅ ଝିଅ

ଲୋକସଭା ଇଲେକ୍ସନ ୨୦୧୯ କାରଣରୁ ସବୁ ଜାଗାରେ ପୁଲିସର ଚେକିଙ୍ଗ ଚାଲିଛି । ଏମିତିରେ ରାତିରେ ପାର୍ଟି କରିବା ବି ଇଲେକ୍ସନ ପର୍ଯ୍ୟନ୍ତ ବର୍ଜିତ ହୋଇଯାଇଛି । ଏହି କର୍ମରେ ପୁଲିସ ଇନ୍ଦୋରର ଏକ ଅଞ୍ଚଳରେ ଥିବା ପବକୁ ଯାଞ୍ଚ କରୁଥିଲା । ଆଚାର ସଂହିତାକୁ ଦେଖି ପବ ସଞ୍ଚାଳକଙ୍କ ଉପରେ ପାବନ୍ଧି ଲଗାଇ ଦିଆଯାଇଛି । ତାଙ୍କୁ ସୂଚନା ଦିଆ ଯାଇଛି କି ଯଦି କୌଣସି ପବ ୧.୩୦ ପରେ ଗୀତ ବଜାଇବେ କିମ୍ବା ଖୋଲା ରଖିବେ ତେବେ ତାଙ୍କ ଉପରେ ଶକ୍ତ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରାଯିବ ।

ଏହିଭଳି ରାତିରେ ବୁଲୁଥିବା ସମୟରେ ସିଏସପି ପଲ୍ଲବୀ ଶୁକ୍ଲାଙ୍କୁ ଗୀତର ଆବାଜ ଶୁଣା ଗଲା ଏବଂ ସେ ଦେଖିଲେ ତ ଏମିତି ମିଳିଲେ ୨୦୦ ଯୁବକ – ଯୁବତୀ, ଏହା ପରେ ଯାହା ବି ହେଲା ତାହା ଆଶ୍ଚର୍ଯ୍ୟକର କଥା ଅଟେ ।

ଆସିଲା ଗୀତର ଆବାଜ ଏବଂ ଭିତରେ ଦେଖିଲେ ତ ଏମିତି ମିଳିଥିଲେ ୨୦୦ ଯୁବକ – ଯୁବତୀ

ରାତି ପାଖାପାଖି ୧.୩୦ ସମୟରେ ଇନ୍ଦୋରର ବିଜୟନଗରର ଏକ ଅଞ୍ଚଳରେ ଏକ ପବରେ ଗୀତର ଆବାଜ ଶୁଣିଲେ ଏହା ପରେ ସିଏସପି ପଲ୍ଲବୀ ଶୁକ୍ଲା ପବକୁ ବନ୍ଦ କରିଦେଲେ । ଏବଂ ସେ ଦେଖିଲେ କି ସେଠି ପାଖାପାଖି ୨୦୦ ଯୁବକ – ଯୁବତୀ ଅଛନ୍ତି ଏବଂ ସମସ୍ତେ ମଦ ନିଶାରେ ଅଛନ୍ତି । ପୁଲିସକୁ ଦେଖିବା ମାତ୍ରେ ହିଁ ସମସ୍ତେ ଏପଟ ସେପଟ ଦୌଡିବାକୁ ଲାଗିଲେ ।

ଏହା ପରେ ପବର ମାଲିକ ପଲ୍ଲବୀ ଶୁକ୍ଲାଙ୍କୁ ଲାଞ୍ଚ ଦେବା ପାଇଁ ମଧ୍ୟ ଚେଷ୍ଟା କରିଲେ । କିନ୍ତୁ ପଲ୍ଲବୀ ଶୁକ୍ଲା ଲାଞ୍ଚ ନେଲେ ନାହିଁ ଏବଂ ଅନ୍ୟ ପୁଲିସ ଷ୍ଟାଫଙ୍କୁ ଡାକିଲେ କିନ୍ତୁ ସେଠି କେହି ବି ଆସିଲେ ନାହିଁ । ଏହା ପରେ ପଲ୍ଲବୀ ଶୁକ୍ଲା ଏସଏସପୀ ରୁଚିବର୍ଧନ ମିଶ୍ରଙ୍କୁ ଏହାର ସୂଚନା ଦେଲେ । ଏହା ପରେ ଥାନା ପ୍ରଭାରି ବଳ ସହିତ ସେହି ଜାଗାରେ ପହଞ୍ଚିଲେ ଏବଂ ସଞ୍ଚାଳକକୁ ଥାନାକୁ ନେଇ ଗଲେ ।

ପୁଲିସ ଉପରେ ପ୍ରଶ୍ନ ଉଠିବା ପରେ ପବ ମାଲିକଙ୍କ ଉପରେ ଶକ୍ତ କାର୍ଯ୍ୟଅନୁଷ୍ଠାନ କରାଯାଉଛି । ସିଏସପି ପଲ୍ଲବୀ ଶୁକ୍ଲା କହିଲେ କି ନିୟମ ଅନୁସାରେ କୌଣସି ବି ପବ ୧୨ ଟା ପରେ ଖୋଲା ରହିବ ନାହିଁ । କିନ୍ତୁ ଏହି ପବରୁ ରାତି ୧.୩୦ ସମୟରେ ଅଧିକ ଜୋରରେ ଗୀତର ଆବାଜ ଆସୁଥିଲା । ଯାହାକୁ ପୁଲିସ ବନ୍ଦ କରିବା ପାଇଁ କହିବାରୁ ପବ ମାଲିକ ତାଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରିଲେ ।

ଏହା ସହିତ ପବରେ ଯେତିକି ଯୁବକ – ଯୁବତୀ ଧରା ହୋଇଛନ୍ତି ସେମାନେ ସମସ୍ତେ ୨୫ ବର୍ଷରୁ କମ ବୟସର ଅଟନ୍ତି । ବର୍ତ୍ତମାନ ପବ ମାଲିକ ଉପରେ ବିଭିନ୍ନ କେସ ଲାଗିବ । ଏବଂ ତାଙ୍କ ଉପରେ କାର୍ଯ୍ୟକାରୀ ମଧ୍ୟ କରାଯିବ ।