ଏହା ହେଉଛି ଦେଶର ସବୁଠୁ ବଡ କ୍ୟାନ୍ସର ହସ୍ପିଟାଲ, ଯେଉଁଠି ଏକା ଥରେ କରାହେବ କ୍ୟାନ୍ସରର ଟ୍ୟୁମରକୁ ନଷ୍ଟ

ଆମ ଦେଶରେ ନ୍ୟାସନଲ କ୍ୟାନ୍ସର ସଂସ୍ଥାରେ ଜଲ୍ଦି ହିଁ ଜାପାନୀ ଟେକନିକ ଦ୍ଵାରା କ୍ୟାନ୍ସର ରୋଗୀଙ୍କର ଚିକିସ୍ଛା କରାଯିବ । ଏହି ଟେକନିକ ସାହାର୍ଯ୍ୟରେ କ୍ୟାନ୍ସର ରୋଗୀଙ୍କର ଚିକିସ୍ଛା ବିନା କୌଣସି ଅପରେସନ ଦ୍ଵାରା ହେବ । ବର୍ଷ ୨୦୨୧ ପର୍ଯ୍ୟନ୍ତ ଏହି ଟେକନିକ ଭାରତକୁ ଆସିଯିବ । କ୍ୟାନସର ଟ୍ୟୁମରକୁ ଗୋଟେ ଥରରେ ହିଁ ନଷ୍ଟ କରିଦେବ ଏହି ଟେକନିକ । ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକା ପାଖରେ ବି ନାହିଁ । କିନ୍ତୁ ବର୍ତ୍ତମାନ ଭାରତ ପାଖରେ ଅଛି ।

କଣ ଅଟେ ଏହି ଟେକନିକ

ଏହି ଟେକନିକର ନାମ ହେଭି ଆୟନ ରେଡିୟୋଥେରେପୀ ଅଟେ । ଏହା ଏକ ପ୍ରୋଟନ ଥେରେପି ଅଟେ । ଆୟନ ରେଡିୟୋଥେରେପୀ ସାହାର୍ଯ୍ୟରେ କେବଳ କ୍ୟାନ୍ସରର ଟ୍ୟୁମର ଉପରେ ହିଁ ପ୍ରଭାବ ପଡିଥାଏ ଏବଂ ଏହି ଟ୍ୟୁମରର ଆଖପାଖରେ ଥିବା ଅଂସ ବିଲକୁଲ ଠିକ ଥାଏ । ଏହି ଟେକନିକର ବ୍ୟବହାର କରିବା ସମୟରେ ରେଡିଏଶନ ଟ୍ୟୁମର ଅନ୍ୟ ପଟକୁ ଯାଏ ନହିଁ ଏବଂ କେବଳ ଟ୍ୟୁମର ଅଂସକୁ ହିଁ ପ୍ରଭାବିତ କରିଥାଏ ।

ଏହି ଟେକନିକ ସାହାର୍ଯ୍ୟରେ ମାତ୍ର ରୋଗୀ ପାଞ୍ଚ ସପ୍ତାହ ସମୟ ଭିତରେ ଠିକ ହୋଇଯାଏ । ଏନସୀଆଈର ନିର୍ଦେଶକ ଡା. ଜୀକେ ରଥ ଏହି ଟେକନିକର ସୂଚନା ମିଡିୟାଙ୍କୁ ଦେଇଛନ୍ତି ।

ଆମ ଦେଶର ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥା (ଏନସୀଆଈ)ରେ ଏହି ଟେକନିକ ଆସିଯିବା ଦ୍ଵାରା ଭାରତର ନାମ ଦୁନିଆର ସେହି ଅଳ୍ପ ସଂଖ୍ୟକ ଦେଶ ମଧ୍ୟରେ ସାମିଲ ହୋଇଯିବ, ଯେଉଁମାନେ ଏହି ଟେକନିକର ବ୍ୟବହାର କରୁଛନ୍ତି । ଆପଣଙ୍କୁ କହି ଦେଉଛୁ ଯେ ଏହି ଟେକନିକ ଜାପାନ, ଚୀନ ଇଟାଲୀ ଏବଂ ଜର୍ମାନୀରେ ହିଁ ଅଛି ଏବଂ ବର୍ତ୍ତମାନ ଭାରତ ବି ଏହି ଦେଶର ସୂଚୀ ମଧ୍ୟରେ ସାମିଲ ହେବାକୁ ଯାଉଛି ।

ସବୁଦିନ ୬୦ ରୋଗୀଙ୍କର ହେଉଛି ରଜିସ୍ଟ୍ରେଶନ

ନ୍ୟାସନଲ କ୍ୟାନ୍ସର ସଂସ୍ଥାର ଉଦଘାଟନ ଏହି ବର୍ଷ ପିଏମ ମୋଦୀଙ୍କ ଦ୍ଵାରା କରାଯାଇଛି । ନ୍ୟାସନଲ କ୍ୟାନ୍ସର ସଂସ୍ଥାରେ ସବୁଦିନ ପାଖାପାଖି ୬୦ କ୍ୟାନ୍ସର ରୋଗୀଙ୍କର ରଜିସ୍ଟ୍ରେଶନ ହେଉଛି । କିନ୍ତୁ ବର୍ତ୍ତମାନ ଏହି ହସ୍ପିଟାଲରେ ଅପରେସନର ସୁବିଧା ଆରମ୍ଭ ହୋଇନାହିଁ । ସେଥିପାଇଁ ରୋଗୀଙ୍କୁ ବର୍ତ୍ତମାନ ଦିଲ୍ଲୀର ଏମସକୁ ପଠା ଯାଉଛି ।

ଏହି ହସ୍ପିଟାଲକୁ ତିଆରି କରିବାରେ ଏବଂ ଏହି ହସ୍ପିଟାଲରେ ରଖା ଯାଇଥିବା ମେସିନକୁ ନେଇ ସରକାର ତରଫରୁ ୨୦୩୫ କୋଟି ଟଙ୍କା ଖର୍ଚ କରାଯାଇଛି । ଏହି ହସ୍ପିଟାଲକୁ ଦିଲ୍ଲୀରେ ସ୍ଥିତ ଏମସ ଭଳି ପ୍ରସ୍ତୁତ କାରାଯାଇଛି । ଏହି ହସ୍ପିଟାଲ ଆରମ୍ଭ ହୋଇଯିବା ପରେ ହରିୟାନା, ପଞ୍ଜାବ, ହିମାଚଳ ପ୍ରଦେଶ ଭଳି ରାଜ୍ୟର ଲୋକମାନଙ୍କୁ ଦିଲ୍ଲୀ ଯାଇ ନିଜର ଚିକିସ୍ଛା କରିବାକୁ ପଡିବ ନାହିଁ ।

ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ବେଡର ସୁବିଧା ଉପଲବ୍ଧ କରାଯାଇଛି । ଆଶା କରାଯାଉଛି କି ବର୍ଷର ଶେଷ ପର୍ଯ୍ୟନ୍ତ ଏହି ହସ୍ପିଟାଲରେ ୪୦୦ ବେଡର ଉପଲବ୍ଧ କରାଯିବ । ଏବଂ ଏହି ହସ୍ପିଟାଲରେ ଦାଖିଲ ହେବ ପାଇଁ ରୋଗୀମାନଙ୍କୁ ମାତ୍ର ୧୦ ଟଙ୍କା ଦେବାକୁ ପଡିବ ।