କୋକିଳା କଣ୍ଠୀ Lata Mangeshkar ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଶାହରୁଖ ଏ କଣ କରିଦେଲେ ! ଭିଡିଓ ଭାଇରାଲ ହେବା ପରେ ମୁଣ୍ଡ ଟେକୁଛି ବିବାଦ, ଦେଖନ୍ତୁ video

ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ମୁହଁରୁ ମାସ୍କ କାଢି କିଙ୍ଗ ଖାନ ଯାହା କଲେ ଏବେ ସେହି ଭିଡିଓକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । କିଏ କହୁଛି କି ଶାହରୁଖ ଛେପ ପକାଇଲେ ତ କିଏ କହୁଛି ଦୁଆ ମାଗିଲେ । ମୁମ୍ବାଇର ଶିବାଜୀ ପାର୍କରେ ଚାଲିଥିଲା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଜଣଙ୍କ ପରେ ଜଣେ ଦେଶର ବିଶିଷ୍ଟ ବ୍ୟକ୍ତିମାନେ ଲତାଙ୍କ ମରଶରୀର ନିକଟକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସେଠାରେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଲତାଙ୍କ ମରଶରୀରକ୍ଲୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ପରେ ଲତାଙ୍କ ଅମର ଆତ୍ମାର ସଦଗତି ପାଇଁ ପହଞ୍ଚିଥିଲେ କିଙ୍ଗ ଖାନ ଶାହରୁଖ । ସାଙ୍ଗରେ ଥିଲେ ତାଙ୍କ ମ୍ୟାନେଜର ପୂଜା ଦଦଲାନି । ଗୋଟିଏ ସ୍ଥାନରେ ଠିଆ ହୋଇ ଉଭୟ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କିନ୍ତୁ ଉପାୟ ଥିଲା ଭିନ୍ନ ଭିନ୍ନ ।

ଲତା ଦିଦିଙ୍କ ଆତ୍ମାର ସଦଗତି ପାଇଁ ଶହରିଖ ଦୁଆ କରୁଥିବା ବେଳେ ପାଖରେ ଠିଆ ହୋଇଥିବା ପୂଜା ଭଗବାନଙ୍କ ନିକଟରେ ହାତ ଯୋଡି ପ୍ରାର୍ଥନା କରିଥିଲେ । ଭାରତର ମହାନ ଧର୍ମ ନିରପେକ୍ଷ ଚିତ୍ରଣ କରୁଥିବା ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ଶାହରୁଖଙ୍କ ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ଏବଂ ବିବାଦ ମୁଣ୍ଡ ଟେକିଛି । ଏହି ଭିଡିଓରେ କିଙ୍ଗ ଖାନ ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ବେଳେ ମାସ୍କ କାଢି ଛେପ ପକାଉଥିବା କେତେକେ ଅଭିଯୋଗ ଆଣିଛନ୍ତି ।

ସୋସିଆଲ ମିଡିଆରେ ଏହାକୁ ନେଇ ଉଭୟ ଭଲ ଏବଂ ମନ୍ଦ ଚର୍ଚ୍ଚା ହେଉଛି । ଏମିତିକି କିଛି ରାଜନୈତିକ ବ୍ୟକ୍ତି ମଧ୍ୟ ଏହି ସମ୍ପର୍କରେ ମତ ଦେଲେଣି । ବାସ୍ତବ କଥା କେବଳ ଶାହରୁଖ ଜାଣିଛନ୍ତି । ସେ ସେଠି ମାସ୍କ ଖୋଲି ଛେପ ପକାଇଲେ ନା ଆଉ କିଛି ନା ଆଉ କିଛି କଲେ ତାହା ସ୍ପଷ୍ଟ ହେଉନି । ଯଦି ଶାହରୁଖ ଛେପ ପକାଇଛନ୍ତି ତେବେ ଏତେ ବଡ ବ୍ୟକ୍ତିଙ୍କ ପ୍ରତି ଏହା ଅଶୋଭନୀୟ ଅନେକ ଲୋକ ଚର୍ଚ୍ଚା କରୁଛନ୍ତି ।

ଆଉ କିଛି ଲୋକ କହୁଛନ୍ତି କି ତାଙ୍କ ଧର୍ମ ଅନୁଯାୟୀ ହୁଏତ ଏହା ଅନ୍ତିମ ଦର୍ଶନ ସମୟରେ ଏକ ପ୍ରକ୍ରିୟା ହୋଇପାରେ । ଯାହା ଶାହରୁଖ ସେଠାରେ ପାଳନ କରିଛନ୍ତି । ଏହି ମାମଲାକୁ ନେଇ ଉଠୁଥିବା ଜଣଙ୍କ ପ୍ରଶ୍ନରେ ଜଣେ ଟ୍ବିଟର ୟୁଜର ଲେଖିଛନ୍ତି କି, “ଏଠାରେ ଶାହରୁଖ ଦୁଆ କରୁଛନ୍ତି । ଛେପ ପକାଇବା ଭଳି ଫୁଙ୍କ ମାରିବା ଅନ୍ତିମ ମୁସଲିମ ତସଲିମର ଏକ ପ୍ରଣାଳୀ ।

ଯେଉଁଥିରେ ଏକ ବାକ୍ୟ ଉଚ୍ଚାରଣ କରାଯାଇ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରାଯାଇ ଥାଏ । ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବେଳେ ଶାହରୁଖ ଏହି ଧାର୍ମିକ ରୀତିନୀତି ପାଳନ କରି ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।” ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।