ଜୁନ ୭ରେ ୧୦,୮୬୪ କେସ ସାମ୍ନାକୁ ଆସିବା ପରେ ଏହା ଭାରତରେ କରୋନା ସଂକ୍ରମିତ ଲୋକମାନଙ୍କ ସଂଖ୍ୟାରେ ଏକ ନୂତନ ରେକର୍ଡ କରିଛି । ଏହା ସହିତ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଭାରତରେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ୨,୬୭,୨୪୯ ଅଟେ । ଯାହାକି ଏକ ଗମ୍ଭୀର ସମସ୍ୟା ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମାତ୍ର ୫ ଦିନରେ ହିଁ ୫୦,୦୦୦ରୁ ବି ଅଧିକ ମାମଲା ସାମ୍ନାକୁ ଆସିଛି । ୩୦ ଜାନୁୟାରୀରେ ଭାରତରେ ପ୍ରଥମ କେସ ବାହାରି ହୋଇଥିଲା ।
କରୋନା ଭାଇରସ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ୧୦୯ ଦିନ ଲାଗିଲା । ଭାରତରେ ମୋଟ କରୋନା ଭାଇରସ ମାମଲାରେ ୩୩ ପ୍ରତିଶତରୁ ବି ଅଧିକ ମାମଲା ମହାରାଷ୍ଟ୍ରରୁ ଅଟେ । ୩୦୦୦ରୁ ବି ଅଧିକ ମାମଲା ସହିତ ମହାରାଷ୍ଟ୍ରରେ ସଂକ୍ରମଣର କେସ ୮୮,୫୨୯ ହୋଇଯାଇଛି । ରାଜ୍ୟରେ ୫ ଦିନରେ ୧୨୦୦୦ରୁ ବି ଅଧିକ ମାମଲା ସାମ୍ନାକୁ ଆସିଛି ।
ସେହିଭଳି ଦିଲ୍ଲୀରେ ବି ଗତ କିଛି ଦିନ ହେବ କରୋନା ଭାଇରସ ମାମଲାରେ ବହୁତ ଅଧିକ କେସ ସାମ୍ନାକୁ ଆସିଛି । ଦିଲ୍ଲୀରେ ଗତ ୫ ଦିନରେ ୫୦୦୦ରୁ ବି ଅଧିକ ମାମଲା ସାମ୍ନାକୁ ଆସିସାରିଛି । ଦିଲ୍ଲୀରେ କରୋନା ଭାଇରସର ମୋଟ ମାମଲା ୨୯,୯୪୩ ଅଟେ । ଗୁଜୁରାଟରେ ବି କରୋନା ଭାଇରସ ମାମଲାରେ ସୋମବର ଦିନ ୨୦୦୦୦ ଉପରକୁ ପହଞ୍ଚି ଯାଇଛି ।
ମହାରାଷ୍ଟ୍ର, ତାମିଲନାଡୁ ଓ ଦିଲ୍ଲୀ ପରେ ଗୁଜୁରାଟ ବି ୨୦,୫୭୪ ମାମଲା ପୃଷ୍ଟି କରିଥିବା ଭାରତର ଚତୁର୍ଥ ରାଜ୍ୟ ଅଟେ । ତାମିଲନାଡୁ ସେହି ରାଜ୍ୟ ଅଟେ ଯେଉଁଠି ମହାରାଷ୍ଟ୍ର ପରେ ସବୁଠୁ ଅଧିକ ମାମଲା ଦର୍ଜ ହୋଇଛି । ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ ଓ ଗୁଜୁରାଟ ଭାରତରେ ମୋଟ କରୋନା ଭାଇରସ ମାମଲାରେ ୬୫ ପ୍ରତିଶତ ମାମଲା ଏହି ରାଜ୍ୟମାନଙ୍କର ଅଟେ । ଜନ ହପକିଂସ ୟୁନିବର୍ସିଟୀ ଅନୁସାରେ, ଆମେରିକା, ବ୍ରାଜିଲ, ରୁସ ଓ ୟୁନାଇଟେଡ କିଂଗଡମ ପରେ ଦୁନିଆର ପଞ୍ଚମ ସବୁଠୁ ଅଧିକ କରୋନା କେସ ଭାରତରେ ଅଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁସାରେ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୭୪୭୮ ହୋଇ ଯାଇଛି । କେବଳ ମହାରାଷ୍ଟ୍ରରେ ହିଁ ୩୦୦୦ ରୁ ବି ଅଧିକ କରୋନା ଭାଇରସରେ ଲୋକମାନଙ୍କ ନିଧନ ହୋଇଛି । ମହାରାଷ୍ଟ୍ର ପରେ ଗୁଜୁରାଟରେ ବି ସବୁଠୁ ଅଧିକ ୧୨୪୯ ଲୋକଙ୍କ ନିଧନ ହୋଇଛି ।
ଯଦି ଓଡିଶା ବିଷୟରେ କଥା ହେବା ତେବେ ବର୍ତ୍ତମାନ ସମୟରେ ଓଡିଶାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୪୦ ଅଟେ । ଯେଉଁଥିରେ ୧୯୯୩ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୧୧୩୬ ଜଣ ଚିକିତ୍ସିତ ହେଉଛନ୍ତି । ଓଡିଶାରେ ବି ଲକଡାଉନ ଉଠିବା ପରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଲକଡାଉନ ଉଠିବାର ପ୍ରଭାବ ଓଡିଶାରେ ବି ଧୀରେ ଧୀରେ ଦେଖିବାକୁ ମିଳୁଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।