ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଗତି’, ଓଡିଶାରେ ପ୍ରବଳ ବର୍ଷାର ଆଲର୍ଟ

ବଙ୍ଗୋପସାଗରର ନିମ୍ନ ପ୍ରଭାବ କ୍ଷେତ୍ର ଅଧିକ ବିକସିତ ହେଉଛି । ଭାରତୀୟ ମୌସମ ବିଭାଗ କହିଛି କି ବଙ୍ଗୋପସାଗରର ପୂର୍ବ ମଧ୍ୟ କ୍ଷେତ୍ରରେ ଚକ୍ରବାତୀ ପରିସଂଚରଣର ପ୍ରଭାବ କାରଣରୁ କିଛି କ୍ଷେତ୍ରରେ ଚକ୍ରବାତୀ ବାତ୍ୟା ‘ଗତି’ ଉତ୍ପନ୍ନ ହୋଇପାରେ । ମୌସମ ବିଭାଗ ଏହି କଥାର ସୂଚନା ଦେଇଛନ୍ତି କି ଯଦି ବଙ୍ଗୋପସାଗରରେ ଚକ୍ରବାତୀ ବାତ୍ୟା ଉଠିବ ତେବେ ଏହାର ପ୍ରଭାବ ବର୍ତ୍ତମାନ ଆସିଥିବା ଚକ୍ରବାତୀ ବାତ୍ୟା ଅମ୍ଫାନ ଅପେକ୍ଷା ବହୁତ କମ ହେବ ଓ ଏହା ଦ୍ଵାରା ଜନସମ୍ପତ୍ତିର କ୍ଷତି ହେବାର ସମ୍ଭାବନା ବି ବହୁତ କମ ଅଟେ ।

କହିବାକୁ ଗଲେ ବଙ୍ଗୋପସାଗରରେ ନିମ୍ନ ପ୍ରଭାବ କ୍ଷେତ୍ର ବିକସିତ ହେଉଛି । ଏହି ଚକ୍ରବାତୀ ବିକ୍ଷୋଭର ପ୍ରଥମ ଚରଣ ମିୟାମାର ପାଖାପାଖି କୌଣସି ସ୍ଥାନରେ ହୋଇପାରେ । ନିମ୍ନ ପ୍ରଭାବ ହେବା କାରଣରୁ ଏହି ବାତ୍ୟା ଅଧିକ ଭୟଙ୍କର ରୂପ ଧାରଣ କରିବାର ସମ୍ଭାବନା ବହୁତ କମ ଅଟେ । ଏହାର ପ୍ରଭାବ ଦ୍ଵାରା ଓଡିଶାରେ ଅଧିକ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି । ଏହା ଛଡା ତେଲଂଗାନା, ଆନ୍ଧ୍ର ପ୍ରଦେଶ, କର୍ନାଟକ ଓ କେରଳର କିଛି ଅଂଶରେ ବି ବର୍ଷା ହେବାର ଅନୁମାନ କରା ଯାଉଛି ।

ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା କାରଣରୁ ତଟବର୍ତ୍ତୀ ଅଞ୍ଚଳରେ ବହୁତ ଅଧିକ ବର୍ଷା ହୋଇପାରେ । ମୌସମ ବିଭାଗ ଓଡିଶାରେ ଆସନ୍ତା ଦୁଇ ଦିନ ମଧ୍ୟରେ ବର୍ଷା ହେବାର ଚେତାବନୀ ଦେଇଛନ୍ତି । ମୌସମ ବିଭାଗ କହିଛନ୍ତି କି ବଙ୍ଗୋପସାଗରର ପୂର୍ବ ମଧ୍ୟ କ୍ଷେତ୍ରରେ କମ ପ୍ରଭାବ କ୍ଷେତ୍ର ହେଉଛି । ଏହି କାରଣରୁ ଓଡିଶାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବହୁତ ଭାରି ବର୍ଷା ହେବାର ଅନୁମାନ କରା ଯାଉଛି ।

ଏହାକୁ ଦେଖି ମୌସମ ବିଭାଗ କେତେକ ଜିଲ୍ଲାରେ ସୋମବାର ଠାରୁ ୧୦ ଜୁନ ପର୍ଯ୍ୟନ୍ତ ୟେଲୋ ୱାର୍ନିଂଗ ଓ ଅନ୍ୟ କେତେକ ଜିଲ୍ଲାରେ ୧୧ ଜୁନ ପର୍ଯ୍ୟନ୍ତ ଅରେଂଜ ଆଲର୍ଟ ଜାରି କରିଛନ୍ତି । ପୂର୍ବ ମଧ୍ୟ ବଙ୍ଗୋପସାଗର ଉପରେ ମଙ୍ଗଳବାର ପର୍ଯ୍ୟନ୍ତ କମ ପ୍ରଭାବ କ୍ଷେତ୍ର ହେବାର ସମ୍ଭାବନା ସହିତ ପଶ୍ଚିମବଙ୍ଗ, ଓଡିଶା, ସିକ୍କିମ ତଥା ପୂର୍ବୋତର ରାଜ୍ୟର କିଛି ଅଂଶରେ ମୌସୁମୀ ୧୧ – ୧୨ ଜୁନ ମଧ୍ୟରେ ଆସିପାରେ ।

କହିଦେଉଛୁ କି କଲିକତା ଓ ଦକ୍ଷିଣ ବଙ୍ଗାଲର କେତେକ ଜିଲ୍ଲାରେ ରବିବାର ଦ୍ଵିପହର ପରେ ମଧ୍ୟମ ସ୍ତରରେ ବର୍ଷା ହୋଇଛି । ଯାହା ଦ୍ଵାରା ଅଧିକ ଗରମରୁ ମୁକ୍ତି ମିଳିଛି । କେତେକ କ୍ଷେତ୍ରର ବିଭିନ୍ନ ସ୍ଥାନରେ ତାପମାତ୍ରା ୩୭ ରୁ ୪୦ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ପହଞ୍ଚି ଥିଲା । କିନ୍ତୁ ବର୍ଷା କାରଣରୁ ସହରର କିଛି ଅଂଶରେ ଜଳପୂର୍ଣ ସ୍ଥିତି ହୋଇ ଯାଇଛି । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।