ପିଏମ ମୋଦୀଙ୍କ ପତ୍ନୀ ଜଶୋଦାବେନଙ୍କର ସିକ୍ୟୋରିଟୀରେ ଥାନ୍ତି ଏତିକି ଲୋକ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଜଶୋଦାବେନ ସର୍ବଦା ଚର୍ଚାର ବିଷୟ ହୋଇ ରହିଥାନ୍ତି । କିନ୍ତୁ ଯେମିତି ବି ପୁରା ଭାରତ ଜାଣିଛି କି ପିଏମ ମୋଦୀଙ୍କ ସହିତ ତାଙ୍କର ପତ୍ନୀ ରୁହନ୍ତି ନାହିଁ । କହିବାକୁ ଗଲେ ମୋଦୀ ବହୁ ବର୍ଷ ପୂର୍ବେ ହିଁ ନିଜର ପତ୍ନୀ ଜଶୋଦାବେନଙ୍କୁ ଛାଡି ଦେଇଥିଲେ ଓ ତାଙ୍କ ମଧ୍ୟରେ ସ୍ଵାମୀ ସ୍ତ୍ରୀ ଭଳି କୌଣସି ସମ୍ପର୍କ ବି ନାହିଁ । କିନ୍ତୁ ଏହା ସତ୍ବେ ବି ଜଶୋଦାବେନ ସର୍ବଦା ମିଡିଆରେ ରହିଥାନ୍ତି ।

ଆପଣଙ୍କୁ କହିଦେଉଛୁ କି ଜଶୋଦାବେନ ଓ ପିଏମ ମୋଦୀଙ୍କ ବିବାହ ୧୯୬୮ରେ ହୋଇଥିଲା ଓ ସେତେବେଳେ ଦୁଇ ଜଣ ନାବାଳିକ ଥିଲେ ଓ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ବାହାଘରର ତିନି ଦିନ ପରେ ହିଁ ପିଏମ ନରେନ୍ଦ୍ର ମୋଦୀ ଘର ଛାଡି ଚାଲି ଯାଇ ଥିଲେ ।

ଆପଣଙ୍କୁ କହିଦେଉଛୁ କି ମିଳିଥିବା ସୂଚନା ଅନୁସାରେ କୁହାଯାଏ କି ନରେନ୍ଦ୍ର ମୋଦୀ ୨୦୦୨, ୨୦୦୭ ଓ ୨୦୧୨ ଗୁଜୁରାଟ ବିଧାନସଭା ନିର୍ବାଚନର ନାମାଙ୍କନ ଫର୍ମରେ ନିଜର ବୈବାହିକ ସ୍ଥିତି ବିଷୟରେ କିଛି ବି ସୂଚନା ଦେଇ ନ ଥିଲେ । କିନ୍ତୁ ୨୦୧୪ ଲୋକସଭା ନିର୍ବାଚନ ପୂର୍ବେ ମୋଦୀ ପ୍ରଥମ ଥର ଔପଚାରିକ ରୂପରେ ନିର୍ବାଚନ ସମୟରେ କହିଥିଲେ କି ତାଙ୍କର ବିବାହ ହୋଇଥିଲା । କିନ୍ତୁ ଆଜି ଆମେ ଆପଣଙ୍କୁ ପିଏମ ମୋଦୀଙ୍କ ପତ୍ନୀ ଜଶୋଦାବେନଙ୍କ ସୁରକ୍ଷା ବିଷୟରେ କହିବାକୁ ଯାଉଛୁ ।

ଯେଉଁ ସମୟରୁ ପ୍ରଥମ ଥର ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ ସେହି ସମୟରୁ ହିଁ ଜଶୋଦାବେନଙ୍କ ସୁରକ୍ଷା ବଢାଇ ଦିଆ ଯାଇ ଥିଲା । ତାଙ୍କର ସୁରକ୍ଷା ପାଇଁ ସବୁ ସମୟରେ ପୋଲିସର ଯବାନମାନେ ପ୍ରସ୍ତୁତ ରହିଥାନ୍ତି । ସାଧାରଣ ଡ୍ରେସରେ ଗୁଜୁରାଟ ପୋଲିସର ଚାରି ଜଣ ଜବାନ ହଥିୟାର ସହ ଜଶୋଦାବେନଙ୍କ ସୁରକ୍ଷା ପାଇଁ ତାଙ୍କ ନିକଟରେ ଥାଆନ୍ତି ।

ଏହା ଛଡା ଏକ ଗାଡିରେ ବୁଲି ବୁଲି ଗ୍ରାମରେ ହେଉଥିବା ସମସ୍ତ ଗତିବିଧି ଉପରେ ନଜର ବି ରଖିଥାନ୍ତି । ଗୋଟିଏ ଯବାନ ସବୁବେଳେ ତାଙ୍କ ସହିତ ରହିଥାଏ । କହିଦେଉଛୁ କି ଜଶୋଦାବେନ ଉତ୍ତର ଗୁଜୁରାଟର ମେହସାନା ଜିଲ୍ଲାର ଈଶ୍ୱରବାଡା ଗ୍ରାମରେ ନିଜର ଦୁଇ ଭାଇଙ୍କ ସହ ରହୁଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।