ମଝବୁର ଓ ଲାଚାର ମହିଳାଙ୍କ ହାତକୁ ଧରିଲେ, କୋଳରେ ଉଠାଇଲେ ଓ ପାର କରାଇଲେ ସଡକ, ଦୁନିଆ କରୁଛି ସିପାହିଙ୍କୁ ସଲାମ, ଦେଖନ୍ତୁ

ଆଜିକାଲିର ସମୟରେ ଦେଶର ଅବସ୍ଥା ଏମିତି ହୋଇଯାଇଛି କି ଲୋକମାନଙ୍କ ଭରସା ପୋଲିସ ଠାରୁ ଉଠିଯାଇଛି । ବର୍ତ୍ତମାନର ସମୟରେ ଲୋକମାନେ ପୋଲିସ ଉପରେ ଟିକେ ହେଲେ ମଧ୍ୟ ଭରସା କରୁ ନାହାନ୍ତି । ହେଲେ ବେଳେ ବେଳେ ପୋଲିସ ମାନଙ୍କ ସହ ଜଡିତ ଏମିତି କିଛି ଖବର ଆସୁଛି ଯାହା ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଠିକ ସେହିପରି କିଛି ଦିନ ତଳେ ଏମିତି କିଛି ଫଟୋ ଭାଇରାଲ ହୋଇଛି ଯାହା ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ।


ଏହି ଫଟୋରେ ଜଣେ ପୋଲିସ କର୍ମଚାରୀ ଏକ ଲାଚାର ମହିଳାଙ୍କୁ ସାହାର୍ଯ୍ୟ କରି ତାଙ୍କୁ କୋଳରେ ଟେକି ରାସ୍ତା ପାର କରାଉଛନ୍ତି । ଏହି ଫଟୋଟି ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫଟୋ ଗୁଡିକ ବହୁତ ମାତ୍ରାରେ ଭାଇରାଲ ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ଫଟୋର କାହାଣୀ ବିଷୟରେ ।


ଲଖନୌର ଗୋମତୀନଗର ଅଞ୍ଚଳର ଵେବ ମଲ ସାମ୍ନାରେ ଏକ ବୃଦ୍ଧ ମହିଳା ରାସ୍ତା ପାର କରିବା ପାଇଁ ଚେଷ୍ଟା କରୁଥିଲେ । ଏହି ଘଟଣାଟି ମଙ୍ଗଳବାର ଦିନ ହୋଇଥିଲା । ସେହି ସ୍ଥାନରେ ବହୁତ ଗାଡି ଯାଉଥିଲା । ଯାହାଫଳରେ ମହିଳା ଜଣକ ରାସ୍ତା ପାର କରିପାରୁନଥିଲେ । ସେହି ସମୟରେ ବେରିକେଡିଙ୍ଗରେ ଥିବା ଏକ ପୋଲିସ କର୍ମଚାରୀଙ୍କ ନଜର ଏହି ମହିଳାଙ୍କ ଉପରେ ପଡିଥିଲା ।

ସେହି କର୍ମଚାରୀ ଜଣକ ବୁଝିପାରିଥିଲା କି ମହିଳା ଜଣକ ରାସ୍ତା ପାର କରିପାରୁ ନାହାନ୍ତି । ଯଦି ମହିଳା ଜଣକ ରାସ୍ତା ପାର କରିବେ ତେବେ ତାଙ୍କର ଆକ୍ସିଡେଣ୍ଟ ହେବାର ବହୁତ ସମ୍ଭାବନା ରହିଛି ।


ଏହା ପରେ ଏହି ପୋଲିସ କର୍ମଚାରି ଜଣକ ସେହି ମହିଳାଙ୍କ ପାଖକୁ ଦୌଡି ଯାଇଥିଲେ । ମହିଳାଙ୍କ ପାଖକୁ ଯାଇ ସେହି କର୍ମଚାରୀ ଜଣକ ସେହି ମହିଳାଙ୍କ ଜିନିଷକୁ କାନ୍ଧରେ ପକାଇଲେ ଓ ସେହି ମହିଳାଙ୍କୁ ନିଜ କୋଳରେ ଉଠାଇ ସଡକ ପାର କରାଇଲେ । ଅଧିକାଂଶ ଲୋକ ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି । ଆପଣ ମଧ୍ୟ ଏହି ଫଟୋରେ ସେହି ଦୃଶ୍ୟ ଦେଖିପାରିବେ ।

ଏହି ଫଟୋ ଗୁଡିକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ଓ କର୍ମଚାରୀର ବହୁତ ପ୍ରଶଂସା ମଧ୍ୟ କରିଛନ୍ତି । ରାସ୍ତା ପାର କରାଇବା ପରେ କର୍ମଚାରୀଙ୍କୁ ମହିଳା ଜଣକ କୃତଜ୍ଞତା ନଜରରେ ଦେଖୁଥିଲେ । ଏହି ଫଟୋକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ।