ଯଦି ଆପଣ ବି ରହିବାକୁ ଚାହୁଁଛନ୍ତି ଅଧିକ ଦିନ ପର୍ଯ୍ୟନ୍ତ ଯବାନ ତ ସପ୍ତାହକୁ ୩ ଦିନ ପିଅନ୍ତୁ ଏହି ଜୁସ !

ଯଦି ଆପଣ ଶକ୍ତିଶାଳୀ ଓ ସୁସ୍ଥ ରହିବା ସହିତ ହ୍ୟାଣ୍ଡସମ ଓ ଫିଟ ରହିବାକୁ ଚାହୁଁଛନ୍ତି ତେବ ସବୁଦିନ ସେବନ କରନ୍ତୁ ‘କଲରା ଜୁସ’ । କହିବାକୁ ଗଲେ କଲରାର ସ୍ଵାଦ ବହୁତ ପିତା ହୋଇଥାଏ । କିନ୍ତୁ ଏହାର ଲାଭ ବହୁତ ହିଁ ମିଠା ହୋଇଥାଏ । ଏଥିରେ ଆୟରନ, ମ୍ୟାଗ୍ନେସିୟମ, ଭିଟାମିନ ଭଳି ପୋଷକ ତତ୍ୱ ମିଳିଥାଏ । ଯାହା ଡାୟବିଟୀଜ, ଗଣ୍ଠିର ଯନ୍ତ୍ରଣା ଓ ସ୍ଟୋନର ର୍ସମସ୍ୟାକୁ ଜଲ୍ଦି ହିଁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

କଲରାର ଜୁସ ପିଇବାର ଲାଭ

ଡାୟବିଟୀଜ କମ କରିବା ପାଇଁ ଓ ଡାୟବିଟୀଜକୁ ନିଜ କନ୍ଟ୍ରୋଲରେ ଆଣିବା ପାଇଁ କଲରାର ଜୁସ ସହିତ ଗାଜର ରସ ଓ ମହୁ ମିଶାଇ ପିଇବା ଉଚିତ । କଲରା ଜୁସରେ ଲୁଣ ମିଶାଇ କିମ୍ବା ଲେମ୍ବୁ ରସ ମିଶାଇ ପିଇବା ଦ୍ଵାରା ଆପଣଙ୍କ ମୋଟାପା ଦୂର ହୋଇଥାଏ । ଏହା ପେଟକୁ ବି ସଫା କରିଥାଏ, ସ୍ଟୋନର ସମସ୍ୟାକୁ ବି ଏହି ଜୁସ ପିଇବା ଦ୍ଵାରା ଜଲ୍ଦି ଦୂର କରାଯାଇ ପାରିବ ।

କଲରାରେ ଥିବା ଆୟରନ, ମ୍ୟାଗ୍ନେସିୟମ, ଭିଟାମିନ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବି ବଢାଇ ଥାଏ, ଯାହା ଆମର ଶରୀରକୁ ବିଭିନ୍ନ ପ୍ରକାରର ରୋଗ ସହିତ ଲଢିବା ପାଇଁ ସାହାର୍ଯ୍ୟ କରିଥାଏ । କଲରା ଜୁସରେ ମହୁ ଓ ତୁଳସୀ ପତ୍ର ମିଶାଇ ପିଇବା ଦ୍ଵାରା ଆସ୍ଥମା, ବ୍ରୋଂକାଇଟିସ ଭଳି ରୋଗରୁ ବି ମୁକ୍ତି ମିଳିଥାଏ ।