କୁନି ପୁଅର ଚିତା ଦେଖି ରାହା ଧରି କାନ୍ଦୁଛି ମାଆ, ଆଉ କେବେବି ଫେରି ଆସିବନି ତା’ ଧନ, ଦୃଶ୍ୟ ଦେଖିଲେ ଛାତି ଫାଟି ପଡିବ, ଦେଖନ୍ତୁ video

ଯେଉଁ ବୟସରେ ପୁଅ ଖେଳକୁଦ କରି ମାଆର ପଣତକାନି ପଛେ ପଛେ ଦୌଡିବା କଥା ଆଜି ସେଇ ବୟସରେ ମାଆ ଆଖି ସାମ୍ନାରେ ହୁତୁହୁତୁ ହୋଇ ଜଳୁଛି ପୁଅର ଜୁଇ । ନିଜ କଅଁଳ ଛୁଆର ଚିତାକୁ ଦେଖି ମାଆ ଯେମିତି ରାହା ଧରି କାନ୍ଦୁଛି ଦେଖିଲେ ଆପଣ ସହି ପାରିବେନି । କେଇଟା ଦିନ ଆଗରୁ ସବୁକିଛି ଠିକ ଥିଲା । ସମସ୍ତେ ବେଶ ଖୁସି ଥିଲେ ଏବଂ ଆଉ କିଛିଦିନ ପରେ ପ୍ରଥମ କରି ବଳରାମ ଭୂମିକାରେ ମଞ୍ଚକୁ ଓହ୍ଲାଇଥାନ୍ତେ । ହେଲେ ସେ ଆଜି ଆଉ ଏ ଦୁନିଆରେ ନାହାନ୍ତି ।

ସେଦିନ ମା’ଙ୍କ ଠାରୁ ମେଲାଣି ମାଉଥିବା ବଳରାମ ଅର୍ଥାତ ଶ୍ରେୟସ ପୂଜାରୀ ଏ ଦୁନିଆରରୁ ସବୁଦିନ ପାଇଁ ମେଲାଣି ନେଇ ଯାଇଛନ୍ତି । ଶ୍ରେୟସଙ୍କ ଆକସ୍ମିକ ବିୟୋଗରେ ଅମ୍ବାପଲ୍ଲୀ ଓ ସମଗ୍ର ଗୋପପୁରରେ ଆଜି ଶୋକର ଛାୟା ଖେଳିଯାଇଛି । ପୁଅର ଜୁଇକୁ ଦେଖି ମାଆ ଛଟପଟ ହୋଇ କାନ୍ଦୁଛି । କୁନି କଳାକାର ବଳରାମ କେତେ ଖୁସି ଅଛନ୍ତି ଏହାର ଭିଜୁଆଲ ସାମ୍ନାକୁ ଆସିଥିଲା । ଅଭିନୟ ଅଭ୍ଯାସ କରିବା ସହ ସାଙ୍ଗସାଥିଙ୍କ ସହ ମିଶି ବେଶ ଖୁସି ହେଉଥିଲା ଶ୍ରେୟସ ।

ହେଲେ ତାଙ୍କର ହସ ହସ ମୁହଁ ଏତେ ଶୀଘ୍ର ନିରବି ଯିବ ଏକଥା କେହି ବି ବିଶ୍ବାସ କରି ପାରୁନାହାନ୍ତି । ଏବେ ଶ୍ରେୟସଙ୍କୁ ସମସ୍ତେ ଝୁରି ଝୁରି କାନ୍ଦୁଛନ୍ତି । ତାଙ୍କ ବିୟୋଗରେ ସାହିପଡିଶା ଓ ଗାଁ ଗଣ୍ଡାରେ ଆଜି ସମସ୍ତଙ୍କ ଆଖି ଲୁହରେ ଭିଜି ଯାଉଛି । ସତେ ଯେମିତି ସମସ୍ତଙ୍କ ଜୀବନରୁ ଖୁସି ଚାଲିଯାଇଛି ।

ଏଥର ପ୍ରଥମ ଥର ପାଇଁ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ ଏହି 12 ବର୍ଷ ବୟସର କୁନି କଳାକାର ଶ୍ରେୟସ ପୂଜାରୀ । ହେଲେ ଦୁର୍ଭାଗ୍ୟବଶତଃ ଆକସ୍ମିକ ଭାବେ ମୃତ୍ୟୁବରଣ କରିଛନ୍ତି ଶ୍ରେୟସ । ତାଙ୍କ ବିୟୋଗ ସମସ୍ତଙ୍କୁ ଖୁବ ମର୍ମାହତ କରିଛି । ତାଙ୍କୁ ଏତେ କଅଁଳ ବୟସରୁ ଯେ ଦଇବ ଡାକିନେବ ତାହା କେହି ବି ଚିନ୍ତା କରି ନଥିଲେ ।

ଆଉ ଆଜି ସମଗ୍ର ବରଗଡ ଜିଲ୍ଲା ବଳରାମଙ୍କୁ ଝୁରୁଛି । ଅକାଳରେ ଝଡି ପଡିଥିବା ଏହି ପ୍ରତିଭାବାନ କୁନି କଳାକାରଙ୍କ ବିୟୋଗରେ ସମଗ୍ର ଗୋପପୁର କାନ୍ଦି ଉଠୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।