ଇନଷ୍ଟାଗ୍ରାମ ପ୍ରେମର କରୁଣ ପରିଣତି, ଦୁଇ ଝିଅଙ୍କୁ ଗୃହବନ୍ଦୀ କରି ରଖିଲା ପ୍ରେମିକ, ଉଦ୍ଧାର ହେବା ପରେ ବଖାଣିଲେ ଗୋଟି ଗୋଟି କଥା, ଦେଖନ୍ତୁ video

ବଲାଙ୍ଗୀରର ଦୁଇ ଭଉଣୀ ଦୁଇ ବର୍ଷ ହେଲା ତାମିଲନାଡୁରେ ଟେଲରିଙ୍ଗ କାମ କରୁଥିଲେ । ଗତ ତିନିମାସ ହେବ ଯାଜପୁରର ରଞ୍ଜିତଙ୍କ ସହ ସମ୍ପର୍କରେ ଆସିଲେ ବଡ ଭଉଣୀ । ତାଙ୍କୁ ହେବା ସହ ତାଙ୍କ ସାନ ଭଉଣୀକୁ ଭଲ ଜାଗାରେ ବାହା କରାଇ ଦେବି ବୋଲି ପ୍ରତିଶ୍ରୁତି ଦେଇଥିଲେ ପ୍ରେମିକ । ଏପରି କରି ଦୁଇ ଭଉଣୀଙ୍କୁ ଯାଜପୁର ଆସିବା ପାଇଁ ରଞ୍ଜିତ ରାଜି କରାଇ ଦେଲା । ଆଉ ଦୁଇ ଭଉଣୀ ଯାଜପୁରରେ ଆସି ପହଞ୍ଚିବା ପରେ ନିଜେ ରହୁଥିବା ଭଡାଘରେ ଦୁଇ ଭଉଣୀଙ୍କୁ ତାଲା ପକାଇ ବନ୍ଦୀ କରି ରଖିଥିଲା ରଞ୍ଜିତ ।

ମାସେ କାଳ ଗୃହବନ୍ଦୀ ଭାବେ ଜୀବନ କାଟିବା ପରେ ଦୁଇ ଭଉଣୀ କୌଣସି ମତେ ଖସି ଆସିଥିଲେ ଓ ଗାଁ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଯୁବତୀ ଦୁହେଁ ପ୍ରେମିକଙ୍କ ଭଡାଘରୁ ଖସି ଯାଇ ଘରଲୋକଙ୍କୁ ଫୋନ କରିବା ପାଇଁ ଗାଁରେ ପିଲାଙ୍କୁ ମୋବାଇଲ ମାଗୁଥିଲେ । ଏହି ସମୟରେ ସେଠାରେ ମାଛ ଧରୁଥିବା ଜଣେ ବୟସ୍କ ବ୍ୟକ୍ତି ସେମାନଙ୍କ ପରିଚୟ ପଚାରିବା ପରେ ତାଙ୍କୁ ସବୁ କଥା ଜଣାଇଥିଲେ ଦୁଇ ଭଉଣୀ । ସେମାନେ ଖାଇ ନଥିବା ଏପରିକି ଦାନ୍ତ ଘଷି ନଥିବା ମଧ୍ୟ କହିଥିଲେ ।

ଫଳରେ ଲୋକଜଣକ ସେମାନଙ୍କ ଖାଇବା ବ୍ୟବସ୍ଥା କରି ଗାଁ ଭିତରକୁ ପଠାଇ ଦେଇଥିଲେ । ଏହି ଯୁବତୀ ଦୁହିଁଙ୍କୁ ଏବେ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ । ଏହି ଦୁଇ ଝିଅଙ୍କୁ ବନ୍ଦ କରି ରଖିବା ଅଭିଯୋଗରେ ଦୁଇ ଝିଅଙ୍କୁ ଅଟକ ରଖିଛି ପୋଲିସ । ଘଟଣାର ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ସାହୁ ଫେରାର ଥିବାବେଳେ ପୋଲିସ ପରିବାରର ଦୁଇଜଣଙ୍କୁ ଅଟକ ରଖି ଏହି ଘଟଣାର ତଦନ୍ତ କରୁଛି ।

ଦୁଇ ଭଉଣୀ ଗ୍ରାମରେ ମାସେ କାଳ ଗୃହବନ୍ଦୀ ଭଳି ରହିଥିଲେ ମଧ୍ୟ ଗ୍ରାମବାସୀ ଏନେଇ କିଛି ଜାଣି ପାରି ନଥିଲେ । ପରେ ଘଟଣା ସାମ୍ନାକୁ ଆସିବା ପରେ କିଛି ସ୍ତ୍ରୀଲୋକ ମିଶି ତାଙ୍କୁ ନିଜ ଘରେ ରଖିଥିଲେ । ଝିଅ ଦୁହିଁଙ୍କୁ ପଚରାପଚରି କରିବା ପରେ ସେମାନେ ଇନଷ୍ଟାଗ୍ରାମରୁ କଥା ହୋଇ ସେଠାକୁ ଆସିଥିବା କଥା କହିଥିଲେ । ଆସିବା ପରେ ରଞ୍ଜିତ ସେମାନଙ୍କ ସୁନା କାନଫୁଲ, ଟଙ୍କା ପଇସା, ମୋବାଇଲ ସବୁ ନେଇଯିବା ସହ ମାଡ ମାରିଥିବା ଦୁଇ ଭଉଣୀ ଅଭିଯୋଗ କରିଛନ୍ତି ।

ସେମାନଙ୍କ ଡକ୍ୟୁମେଣ୍ଟ ସବୁ ମଧ୍ୟ ଛଡାଇ ନେଇଛି ରଞ୍ଜିତ । ତେବେ ରଞ୍ଜିତଙ୍କ ମାଆ ଏଥିରେ ତାଙ୍କ ସହ ସାମିଲ ଥିବା ନେଇ ଗ୍ରାମବାସୀ କହୁଛନ୍ତି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି କହୁଛନ୍ତି ଗ୍ରାମବାସୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।