ପାହାଡରେ ରହିଛି ପାଖାପାଖି କୋଟିଏ ମୂର୍ତ୍ତି, ଭାରତରେ ହିଁ ରହିଛି ଏହି ଅଦ୍ଭୁତ ପାହାଡ, ଏହି ମୂର୍ତ୍ତି ମାନଙ୍କ ଗାଁ’ର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ମୂର୍ତ୍ତି ମାନଙ୍କର ଗନ୍ତାଘର ହେଉଛି ପାହାଡ । ଯାହା ଦେଖିଲେ ମୂର୍ତ୍ତି ମାନଙ୍କର ଏକ ଗାଁ ଭଳି ମନେ ହୁଏ । ବଡ ବଡ ଆଖିରେ ଏଇ ଦୁନିଆକୁ ଦେଖିବା ସହ ସତେ ଯେମିତି ପରସ୍ପର ସହ କଥାବାର୍ତ୍ତା ହୁଅନ୍ତି ଏହି ମୂର୍ତ୍ତିମାନେ । ମୂର୍ତ୍ତିରେ ଭରପୁର ଏହି ପାହାଡ ଦେଖିଲେ କୌଣସି ରହସ୍ୟ ଭଳି ମନେହୁଏ । ମୂର୍ତ୍ତିମାନେ ଏହି ପାହାଡକୁ ଜଗି ରହିଛନ୍ତି ବୋଲି ମନେହୁଏ । ହାତୀ ଠାରୁ ଆରମ୍ଭ କରି ଅନେକ ମୂର୍ତ୍ତି ରହିଛି ଯାହା ଆପଣ ହୁଏତ କେବେ ଦେଖି ନଥିବେ ।

ତ୍ରିପୁରାର ରଘୁନନ୍ଦନ ପାହାଡ ଉପରେ ଅଙ୍କାଯାଇଛି ଏହି ମୂର୍ତ୍ତି ମାନଙ୍କୁ । କୁହାଯାଏ କି ଏହି ପାହାଡରେ 99 ଲକ୍ଷ 99 ହଜାର 999 ଟି ମୂର୍ତ୍ତି ରହିଛି । ହେଲେ ଏମାନଙ୍କୁ କିଏ ଏବଂ କେବେ ତିଆରି କରିଥିଲେ ତାହା କାହାରିକୁ ଜଣାନାହିଁ । ଅଷ୍ଟମ କିମ୍ବା ନବମ ଶତାବ୍ଦୀରେ ଏସବୁକୁ ନିର୍ମାଣ କରା ଯାଇଥିଲା ବୋଲି ଅନୁମାନ କରାଯାଏ । ପ୍ରତ୍ନତତ୍ତ୍ଵ ସର୍ବେକ୍ଷମ ସଂସ୍ଥା ଏବଂ ସରକାର ଏହି ପାହାଡକୁ ବିଶ୍ଵ ଐତିହ୍ୟସ୍ଥଳୀ ଘୋଷଣା କରିବାକୁ ଉଦ୍ୟମ କରୁଛନ୍ତି ।

ଏହି ପଥର ମୂର୍ତ୍ତି ଗୁଡିକ ବହୁତ ଦୁର୍ଲଭ ବୋଲି ଇତିହାସକାର ମାନେ କୁହନ୍ତି । ଏଗୁଡିକ କମ୍ବୋଡିଆର ଅଙ୍ଗୋରବାଟରେ ଦେଖା ଯାଉଥିବା ମୂର୍ତ୍ତିମାନ ଭଳି । ଉନ୍ନାକୋଟି ବୋଲି ମଧ୍ୟ କୁହା ଯାଉଥିବା ଏହି ପାହାଡକୁ ଇତିହାସକାର ମାନେ ଦୀର୍ଘ ବର୍ଷ ଧରି ଅଧ୍ୟୟନ କରୁଛନ୍ତି । ବଙ୍ଗାଳୀରେ ଉନ୍ନାକୋଟିର ଅର୍ଥ ହେଉଛି ଏକ କୋଟିରୁ ଗୋଟିଏ କମ୍ । ଏଠାରେ ଥିବା ଅନେକ ମୂର୍ତ୍ତି ଜଳବାୟୁ ଏବଂ ଖରାପ ପାଣିପାଗ କାରଣରୁ ନଷ୍ଟ ହୋଇଗଲାଣି ।

ଏଠାରେ ମୂର୍ତ୍ତି ଉପରେ ଝରଣା ବୋହୁଥିବାର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ । ଏସବୁ ପ୍ରାକୃତିକ ଦୃଶ୍ୟ ପର୍ଯ୍ୟଟକଙ୍କୁ ସତେ ଯେମିତି ହାତ ଠାରି ଡାକେ । ତ୍ରିପୁରା ସରକାର ଏହି ମୂର୍ତ୍ତି ମାନଙ୍କ ଆଖାପାଖ ଅଞ୍ଚଳକୁ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରିଛନ୍ତି । ଏହି ପାହାଡ ଭିତରେ ଅନେକ ଗୁପ୍ତଧନ ଲୁଚି ରହିଛି ବୋଲି ବିଶେଷଜ୍ଞ ମାନେ କହୁଛନ୍ତି । ଗୁପ୍ତଧନକୁ ଲୁଚାଇବା ପାଇଁ ଏଠାରେ ଏଭଳି ମୂର୍ତ୍ତି ଅଙ୍କା ଯାଇଛି ବୋଲି ଲୋକେ ବିଶ୍ବାସ କରନ୍ତି ।

ଏଠାରେ ଥିବା ମୂର୍ତ୍ତିଙ୍କ ଉଚ୍ଚତା 10 ଫୁଟରୁ 30 ଫୁଟ୍ ଯାଏଁ ରହିଛି । ବିଭିନ୍ନ ମୂର୍ତ୍ତି ମଧ୍ୟରେ ଭଗବାନ ଶିବ ଓ ଗଣେଶଙ୍କ ମୂର୍ତ୍ତି ମଧ୍ୟ ରହିଛି । ଏହି ପାହାଡକୁ ଦେଖିଲେ କୌଣସି ଏକ ଫିଲ୍ମର ସେଟ୍ ଦୃଶ୍ୟ ଭଳି ମନେହେବ । ଆପଣ ଏହି ପାହାଡ ବିଷୟରେ ପୂର୍ବରୁ ଜାଣିଥିଲେ କି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।