କୁନି କଣ୍ଠରେ ମହାଦେବଙ୍କ ଲୋକପ୍ରିୟ ସ୍ତୁତି ଗାଇ ପ୍ରଶଂସା ସାଉଁଟୁଛି ଏହି କୁନି ଝିଅ, ଭିଡିଓ ହେବାରେ ଲାଗିଛି ଭାଇରାଲ, ଦେଖନ୍ତୁ video

“କର୍ପୁର ଗୌରମ୍ କରୁଣାମବତାରମ୍ ସଂସାରସାରଂ ଭୁଜଗେନ୍ଦ୍ରହାରମ୍ । ସଦା ବସନ୍ତ॰ ହୃଦୟାରାବିନ୍ଦେ ଭବଂ ଭବାନୀ ସହିତ॰ ନମାମି ॥ ହର ହର ଶମ୍ଭୁ ଶିବ ମହାଦେବ ।” ଭଗବାନ ଶିବଙ୍କୁ ନେଇ ରଚିତ ଏହି ଗୀତଟି ଖୁବ ଲୋକପ୍ରିୟତା ସାଉଁଟିଛି । ବର୍ତ୍ତମାନ ଭଗବାନ ଶିବଙ୍କ ସବୁଠୁ ପ୍ରିୟ ମାସ ପବିତ୍ର ଶ୍ରାବଣ ମାସ ଚାଲିଛି । ଆଉ ଶିଭଭକ୍ତଙ୍କ ହୃଦୟକୁ ଏହି ଗୀତଟି ବେଶ ସ୍ପର୍ଶ କରିପାରିଛି । ମହାଦେବଙ୍କ ଆରାଧନାରେ ଗାନ କରା ଯାଇଥିବା ଏହି ଶିବ ଶ୍ଳୋକ ବହୁ ପୁରାତନ ଅଟେ ।

ଯାହାକୁ ନିକଟରେ ଆମ ଓଡିଆ ଝିଅ ଅଭିଲିପ୍ସା ପଣ୍ଡା ଗାଇବା ପରେ ସବୁଆଡେ ଖୁବ ଭାଇରାଲ ହେଉଛି ଓ ଲୋକେ ଏହି ଶିବ ଶ୍ଳୋକକୁ ଖୁବ ପସନ୍ଦ କରୁଛନ୍ତି । ଆଉ ଏବେ ଜଣେ କୁନି ଝିଅ ଏହି ଗୀତକୁ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ସ୍କୁଲରେ ପଢୁଥିବା ଏହି କୁନି ଝିଅଟି ଭଗବାନ ଶିବଙ୍କର ଏହି ଗୀତକୁ ବେଶ ସୁନ୍ଦର ଭାବେ ଗାଉଛନ୍ତି । ତାଙ୍କ କଣ୍ଠରେ ସତେ ଯେମିତି ଯାଦୁ ରହିଛି । ଏକଦମ ସ୍ପଷ୍ଟ ଏବଂ ନିର୍ଭୁଲ ଭାବେ ଏକ ସ୍ଵରରେ ଏହି ଶିବ ଶ୍ଳୋକ ଟିକୁ ଗାଉଛନ୍ତି କୁନି ଝିଅଟି ।

ତେବେ ଏହି କୁନି ଝିଅଟି ହେଉଛନ୍ତି ପୁରୀ ଜିଲ୍ଲା ନିମାପଡା ବ୍ଲକ ଦୋଳଭାନପୁରର ଆରାଧ୍ୟା ବେହେରା । ଚତୁର୍ଥ ଶ୍ରେଣୀରେ ପାଠ ପଢନ୍ତି ଆରାଧ୍ୟା । ଏତେ କମ୍ ବିଷୟରେ ଏହି ଗୀତକୁ ସେ ସଂପୂର୍ଣ୍ଣ ନିର୍ଭୁଲ ଭାବେ ଗାଇ ପାରୁଛନ୍ତି । ଯାହା ଦେଖିଲେ ଆପଣ ବି ବିମୋହିତ ହୋଇଯିବେ ଓ ଆପଣଙ୍କ ପାଟିରୁ ବାହାରିଯିବ, ସାବସ୍ କୁନି ଝିଅ ।

ଏହି ମନ୍ତ୍ରଟିକୁ ମନ୍ଦିରରେ ପୂଜା କରିବା ପରେ ନିଶ୍ଚିତ ଭାବେ ଉଚ୍ଚାରଣ କରା ଯାଇଥାଏ । ଭଗବାନ ନିଜ ଶରୀରରେ ଭସ୍ମ ଧାରଣ କରି ମଶାଣିରେ ନିବାସ କରନ୍ତି । ସେଥିପାଇଁ ତାଙ୍କ ସ୍ୱରୂପ ଦେଖିବାକୁ ଭୟଙ୍କର ବୋଲି ମାନାଯାଏ । ଭଗବାନ ଶିବଙ୍କ ଏହି ସ୍ତୁତିରେ ତାଙ୍କର ସୁନ୍ଦର ଓ ଦିବ୍ୟ ସ୍ୱରୂପର ବର୍ଣ୍ଣନା କରାଯାଇଛି । ମାନ୍ୟତା ରହିଛି କି, ଭଗବାନ ଶିବ ମାତା ପାର୍ବତୀଙ୍କୁ ବିବାହ କରିବା ସମୟରେ ସ୍ଵୟଂ ଭଗବାନ ବିଷ୍ଣୁ ଏହି ସ୍ତୁତିଟିକୁ ଗାନ କରିଥିଲେ ।

ଭଗବାନ ଶିବ ହେଉଛନ୍ତି ଦେବଙ୍କର ଦେବ ଓ ସାରା ସଂସାରରେ ଜୀବନ ଏବଂ ମରଣ ତାଙ୍କ ଅଧୀନରେ ରହିଛି । ସେଥିପାଇଁ ପୂଜା ପରେ ବିଶେଷ ରୂପେ ଭଗବାନ ଶିବଙ୍କ ଏହି ସ୍ତୁତି କରାଯାଏ । ଆଉ ଏହି କୁନି ଝିଅ ଆରାଧ୍ୟର ଏହି ଗୀତକୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।