ମାଲିକକୁ ଚକମା ଦେଇ 12 ଲକ୍ଷ ମାଛ ସହ ଟ୍ରକ ଆକ୍ସିଡେଣ୍ଟ କଲା ଡ୍ରାଇଭର, ଘଟଣା ଉପରୁ ପୋଲିସ ପରଦା ଉଠାଇବା ପରେ ସାମ୍ନାକୁ ଆସିଲା ଭୟଙ୍କର ସତ

ବିଶ୍ବାସରେ ବିଷ ଦେଇ ମାଛ ଲୋଭରେ ପୁରା ଟ୍ରକ ଜାଳିଦେଲା ଡ୍ରାଇଭର । ଟ୍ରକରେ ଥିବା ୧୨ ଲକ୍ଷ ଟଙ୍କାର ମାଛକୁ ୭ ଲକ୍ଷରେ ବିକ୍ରି କରି ଜଙ୍ଗଲ ଭିତରେ ଏଭଳି ଭୟଙ୍କର କାଣ୍ଡ ଘଟାଇଲା । ମାଝି ଜଙ୍ଗଲ ଭିତରେ କେମିତି ଟ୍ରକଟି ହୁତୁହୁତୁ ହୋଇ ଜଳୁଛି ତା’ର ଭିଡିଓ ଦେଖିବାକୁ ମିଳିଛି । ଟ୍ରକଟି ଏକଦମ ଜଳି ପୋଡି ପାଉଁଶ ହୋଇଯାଇଛି । ଟ୍ରକରେ ମାଛ ଭର୍ତ୍ତି ଥିବା ଦେଖି ଡ୍ରାଇଭର ମନରେ ଲୋଭ ଆସିଥିଲା । ୧୨ ଲକ୍ଷ ଟଙ୍କାର ମାଛ ଗାଡି ତାଙ୍କ ମନ ସମ୍ଭାଳି ପାରି ନଥିଲା ।

ତେଣୁ ମାଛ ସବୁକୁ କେମିତି ହରଣଚାଲ କରିବେ ସେନେଇ ମାଷ୍ଟର ପ୍ଳାନ ତିଆରି କରିଥିଲେ । ଶେଷରେ ୧୨ ଲକ୍ଷ ଟଙ୍କାର ମାଛକୁ ୭ ଲକ୍ଷରେ ବିକ୍ରି କରିବା ପରେ ମାଲିକର ଟ୍ରକକୁ ଜଙ୍ଗଲକୁ ନେଇ ଜାଳି ଦେଇଥିଲେ । ଏହି ଘଟଣାଟି ହେଉଛି ୨୨ ଜୁନ ୨୦୨୨ ର । ସେଦିନ ଗଞ୍ଜାମ ଖଲ୍ଲିକୋଟ ଜାତୀୟ ରାଜପଥ ବଡ ଘାଟିରେ ଏହି ମାଛ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ସଂପୂର୍ଣ୍ଣ ଜଳି ଯାଇଥିଲା । ଆନ୍ଧ୍ରପ୍ରଦେଶରୁ କୋଲକାତା ଅଭିମୁଖେ ଯାଉଥିବା ଏହି ଟ୍ରକରେ ଥିଲା ପ୍ରାୟ ୧୦ ଟନ୍ ମାଛ ।

କିନ୍ତୁ ଜଳନ୍ତା ଟ୍ରକରୁ ବହୁତ କମ୍ ପୋଡା ମାଛ ମିଳିଥିବା ନେଇ ଟ୍ରକ ମାଲିକ ସୁରେଶ ବର୍ମାଙ୍କ ମନରେ ସନ୍ଦେହ ଉପୁଜିଥିଲା । ଯାହାପରେ ସୁରେଶ ଏନେଇ ଥାନାରେ ଏକ ମାମଲା ରୁଜୁ କରିଥିଲେ । ତେଣୁ ପୋଲିସ ତଦନ୍ତ କରିବା ସହ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରିଥିଲା । ଶେଷରେ ପୋଲିସ ସାମ୍ନାରେ ସବୁ ସତ ମାନି ଯାଇଥିଲେ ଡ୍ରାଇଭର ।

ଟ୍ରକ ମାଲିକଙ୍କ କହିବା ଅନୁସାରେ ଆନ୍ଧପ୍ରଦେଶର ବିମ୍ବାଭରମରୁ ୧୦ ଟନ୍ ମାଛ ଲୋଡ କରି ଆସିବା ପରେ ଭୋଗପୁରମ୍ ରେ ଜଣେ ମାଛ ବ୍ୟବସାୟୀଙ୍କୁ ପ୍ରାୟ ୧୨ ଲକ୍ଷ ଟଙ୍କା ମୂଲ୍ୟର ମାଛକୁ ମାତ୍ର ୭ ଲକ୍ଷ ଟଙ୍କାରେ ବିକ୍ରି କରିଥିଲା ଡ୍ରାଇଭର । ଆଉ ଏହାକୁ ଲୁଚାଇବା ପାଇଁ ଖଲ୍ଲିକୋଟରେ ଘାଟି ତଳକୁ ଗାଡି ଖସାଇ ଏହାକୁ ଦୁର୍ଘଟଣାର ରୂପ ଦେଇଥିଲେ । ପରେ ଗ୍ଯାସ ଟାଙ୍କି ରଖି ଟ୍ରକରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ ।

ଏହି ପ୍ଳାନରେ ଟ୍ରକ ଡ୍ରାଇଭରଙ୍କ ଜଣେ ବନ୍ଧୁ ତାଙ୍କୁ ସହଯୋଗ କରିଥିବା ଜଣାପଡିଛି । ତେବେ ପୋଲିସ ଉଭଯଙ୍କୁ ଗିରଫ କରିଛି । ଘଟଣା ଉପରୁ ପରଦା ହଟିବା ପରେ ଟ୍ରକ ମାଲିକ ସୁରେଶ ବର୍ମା ଖଲ୍ଲିକୋଟ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।