ପାଣି ଭିତରେ କୁମ୍ଭୀର ସହ 15 ମିନିଟ ଧରି ଲଢେଇ କଲା ନାବାଳକ, ବଖାଣିଲେ ନିଜର ଲୋମ ଟାଙ୍କୁରା ଅନୁଭୂତି, ଶୁଣିଲେ ଆପଣଙ୍କ ଛାତି ବି ଥରିଉଠିବ, ଦେଖନ୍ତୁ Video

ମୃତ୍ୟୁ କେତେବେଳେ କେଉଁ ଭେଶରେ କାହା ପାଇଁ ଛକି ବସିଥାଏ କେହି ଜାଣି ନଥାନ୍ତି । କିନ୍ତୁ କିଛି ଲୋକ ମୃତ୍ୟୁକୁ ଚକମା ଦେଇ ଫେରି ଆସିବାର ମଧ୍ୟ ଦେଖାଯାଏ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲ୍ଲାରେ । କୁମ୍ଭୀର ମୁହଁରୁ ରକ୍ଷା ପାଇଛନ୍ତି ନାବାଳକ । କୁମ୍ଭୀର ଠାରୁ ସଂଘର୍ଷ କରି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ଏହି ସାହସୀ ନାବାଳକ । ଘଟଣାଟି ହେଉଛି କେନ୍ଦ୍ରପଡା ପଟ୍ଟାମୁଣ୍ଡାଇ ବଲୁରିଆ ଅଞ୍ଚଳର ଅରାଜି ଗାଁ’ର ।

କାଣୀ ନଦୀରେ ଗାଧୋଇବା ବେଳେ ନାବାଳକଙ୍କୁ କୁମ୍ଭୀର ଟାଣି ନେଇଥିଲା । ସୂଚନା ମୁତାବଳ କିଛି ନାବାଳକ ସାଙ୍ଗ ଏକାଠି ସାଙ୍ଗ ହୋଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । କିନ୍ତୁ ଗାଧୋଉଥିବା ବେଳେ ହଠାତ କିଛି ନାବାଳକ କୁମ୍ଭୀର ମୁଣ୍ଡ ଟେକିଥିବା ଦେଖିଥିଲେ । ଏହାପରେ ସେମାନେ କୁମ୍ଭୀର ବୋଲି ପାଟି କରିବା ସହ ଉପରକୁ ଉଠି ଆସିଥିଲେ । ହେଲେ କୁମ୍ଭୀର ଦ୍ଵାରା ଆହତ ହୋଇଥିବା ନାବାଳକ ଜଣକ ଏହା ବିଶ୍ବାସ କରି ନଥିଲେ । ସେ ଭାବିଥିଲେ କି ତାଙ୍କ ସାଥି ପିଲା କେହି ଭାସୁଛି ବୋଲି ।

କିନ୍ତୁ କୁମ୍ଭୀରକୁ ଦେଖି ତା’ ଠାରୁ ରକ୍ଷା ପାଇବାକୁ ଚେଷ୍ଟା କରିବା ବେଳକୁ ଖୁବ ଡେରି ହୋଇ ଯାଇଥିଲା । କୁମ୍ଭୀର କବଳରୁ କିପରି ରକ୍ଷା ପାଇଲେ ସେକଥା ନିଜେ ବଖାଣିଛନ୍ତି ନାବାଳକ ଜଣକ । କୁମ୍ଭୀରଟି ପ୍ରଥମେ ନାବାଳକଙ୍କ ହାତକୁ ଧରି ଟାଣିଥିଲା । କିନ୍ତୁ ସେ ଛାତିପିଟି ହୋଇ କୁମ୍ଭୀର ମୁହଁରୁ ହାତକୁ ଛଡେଇ ଉପରକୁ ଉଠି ଆସିବାକୁ ଚେଷ୍ଟା କରିବା ବେଳେ କୁମ୍ଭୀର ତାଙ୍କ ବାମ ଗୋଡକୁ ପାଟିରେ ଟାଣି ଧରିଥିଲା ।

କୁମ୍ଭୀର ପାଟିରେ ଆହତ ହୋଇ ମଧ୍ୟ ଲଢେଇ କରିବା ଛାଡି ନଥିଲେ ନାବାଳକ । ସେ ନିଜ ହାତରେ କୁମ୍ଭୀରର ପାଟିକୁ ଖୋଲି ଗୋଡକୁ ଛଡେଇ ଥିଲେ ଓ ପହଁରି ଆସିବା ପାଇଁ ଚେଷ୍ଟା କରିଥିଲେ । କୁମ୍ଭୀର କିନ୍ତୁ ତାଙ୍କୁ ଛାଡୁ ନଥିଲା । ତାଙ୍କୁ ବାରମ୍ବାର କାମୁଡି ଧରିବା ସହ ନିଜ ପେଟତଳେ ଜାବୁଡି ଧରି ମାରି ଦେବାକୁ ଚେଷ୍ଟା କରୁଥିଲା । କିନ୍ତୁ କୁମ୍ଭୀର ସହ ଲଢେଇ କରି କୁଳକୁ ପଳେଈ ଆସିଥିଲେ ନାବାଳକ । ଏହାରି ଭିତରେ ସେ ନାଏକ ଥର ପାଣି ମଧ୍ୟ ପିଇ ଦେଇଥିଲେ ।

ତେବେ କୁଳକୁ ଆସିବା ପରେ ସେଠାରୁ ତାଙ୍କ ବନ୍ଧୁମାନେ ତାଙ୍କୁ ଟେକି ଆଣିଥିଲେ । କୁମ୍ଭୀରଟି ତଥାପି ଉପରକୁ ଉଠି ଆସିଥିଲା । ସେଇଠୁ ସେମାନେ ବିଲ ଆଡକୁ ପଳାଇ ପ୍ରାଣ ରକ୍ଷା କରିଥିଲେ । ନାବାଳକଙ୍କ ସାହସିକତାକୁ ସମସ୍ତେ ପ୍ରଶଂସା କରୁଛନ୍ତି ଓ କୁମ୍ଭୀର ସହ ସେହି ୧୫ ମିନିଟ ଧରି ଲଢେଇ କଥା ଶୁଣିଲେ ଯେକେହି ମଧ୍ୟ ଭୟରେ ଥରିଉଠିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।