“ମୁଁ ଡରିଛି ନା କଣ ହଉଛି ଯଦି ଭଲକି…” ଓଲା ଡ୍ରାଇଭରଙ୍କ ସହ ଅଭିନେତ୍ରୀଙ୍କ ତୁ-ତୁ-ମେ-ମେ, ରାସ୍ତା ମଝିରେ ଚାଲିଲା ଗାଳିଗୁଲଜ, ଦେଖନ୍ତୁ ଭାଇରାଲ Video

ସମୟ ସମୟରେ କ୍ୟାବ ଡ୍ରାଇଭରଙ୍କ ଦୁର୍ବ୍ୟବହାରକୁ ନେଇ ଅନେକ ଭିଡିଓ ସାମ୍ନାକୁ ଆସିଛି । କେବେ ଡ୍ରାଇଭର ନିଜେ ଦୁର୍ବ୍ୟବହାର କରିଥାନ୍ତି ତ ଆଉ କେତେବେଳେ ଗ୍ରାହକଙ୍କ ଦୁର୍ବ୍ୟବହାରର ଶିକାର ହୋଇଥାନ୍ତି । ସେହି ଭିଡିଓ ସବୁ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକମାନେ ଏହାକୁ ନେଇ ଅନେକ ମତ ମଧ୍ୟ ଦେଇଥାନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସେହିପରି ଏକ ଭିଡିଓ ଭାଇରାଲ ହେଉଛି ।

ଯେଉଁଥିରେ ଓଲା ଡ୍ରାଇଭର ଓ ଜଣେ ମହିଳାଙ୍କ କଳିଝଗଡା ଦେଖିବାକୁ ମିଳୁଛି । ଭିଡିଓଟି ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଓଲା ଡ୍ରାଇଭରଙ୍କ ଏଭଳି ବ୍ୟବହାର ସତରେ ବିଲକୁଲ ମଧ୍ୟ ଗ୍ରହଣୀୟ ନୁହେଁ । ଓଲା ଡ୍ରାଇଭର କୌଣସି କଥାକୁ ନେଇ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଉପରକୁ ମାଡି ଆସୁଥିବା ଏହି ଭିଡିଓରେ ନଜର ଆସୁଛି । ତେବେ ଏ ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ମହିଳା ଜଣକ ଏନେଇ ମତ ଦେଇ ପୁରା ଘଟଣା ସାମ୍ନାକୁ ଆଣିଛନ୍ତି ।

ଘଟଣାଟି ହେଉଛି ରାଜଧାନୀ ଭୁବନେଶ୍ବରର । ମହିଳା ଜଣକ କୌଣସି କାମରେ ବାହାରକୁ ଆସିଥିବା ବେଳେ ନିଜ ଘର ରସୁଲଗଡ ଯିବା ପାଇଁ ଓଲା କ୍ୟାବ ବୁକ୍ କରିଥିଲେ । ଡ୍ରାଇଭର ତାଙ୍କ ପାଖରେ ପହଞ୍ଚିବା ବେଳେ ଯେତେବେଳେ ଫୋନ ଯୋଗେ ତାଙ୍କ ସହ କଥା ହୋଇଥିଲେ ତାଙ୍କ କଥା ମହିଳାଙ୍କୁ ଖୁବ ରୁକ୍ଷ ଲାଗିଥିଲା । ତଥାପି ସେ କ୍ୟାବ ପାଖକୁ ଯାଇଥିଲେ ଓ ବ୍ୟାଗଟି କାର ଭିତରେ ରଖିବାକୁ ଡ୍ରାଇଭରକୁ କହିଥିଲେ ।

ଡ୍ରାଇଭର କିନ୍ତୁ ଜବାବ ଦେଇଥିଲା କି, “ଡୋର ଖୋଲା ଅଛି ଭିତରେ ବ୍ୟାଗ ରଖିଦିଅ । ମୋ ହାତ ଖରାପ ମୁଁ ରଖି ପାରିବିନି ।” ଡ୍ରାଇଭରର କହିବା ଶୈଳୀ ମହିଳାଙ୍କୁ ବିଲକୁଲ ଭଲ ଲାଗି ନଥିଲା । ଏତେ ବାଟ ଏମିତି ବ୍ୟବହାର କରୁଥିବା ଡ୍ରାଇଭର ସହ ଏକା ଯିବାକୁ ସେ ଇଚ୍ଛା କରି ନଥିଲେ । ତେଣୁ ସାଇଡରେ ଠିଆ ହୋଇ ବୁକିଂ କ୍ୟାନସେଲ କରିବାକୁ ଚେଷ୍ଟା କରିଥିଲେ । ଏହା ମଧ୍ୟରେ ଜଲ୍ଦି ଜଲ୍ଦିରେ ତାଙ୍କ ଫୋନ ହ୍ୟାଙ୍ଗ ହେବାରୁ ଟିକିଏ ଡେରି ହୋଇ ଯାଇଥିଲା ।

ତେଣୁ ଡ୍ରାଇଭର ଜଣକ ଆସି ତାଙ୍କୁ ପେନାଲଟି ଭରିବାକୁ ପଡିବ କହି ମହିଳାଙ୍କୁ ଗାଳି କରିଥିଲା । ଯଦି କ୍ୟାବରେ ଯିବାକୁ ଔକାତ ନାହିଁ ତେବେ ଅଟୋରେ ଯାଅ, କ୍ୟାବ କଣ ପାଇଁ ବୁକ୍ କରୁଛ ବୋଲି ବଡ ବଡ କଥା ମଧ୍ୟ କହିଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢିବା ସହ ମହିଳା ଜଣକ କେସ କରିବାକୁ ମଧ୍ୟ ଆଗେଇ ଆସିଛନ୍ତି । ଯାହା ହେଉ ସେ ଡରି ନାହାନ୍ତି ସବୁ ସାମ୍ନା କରିବେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।