ପାଳଙ୍ଗ ଶାଗ ଦୂର କରିଥାଏ ଏହିସବୁ ଭୟଙ୍କର ରୋଗ, ଜାଣନ୍ତୁ କେମିତି ଖାଇଲେ ମିଳିଥାଏ ଲାଭ ଓ କେଉଁମାନେ ଖାଇବେ ନାହିଁ ?

ପାଳଙ୍ଗ ଶାଗ ଔଷଧୀୟ ଗୁଣରେ ଭରପୁର ହୋଇଥାଏ । ଏଥିରେ ଆଇରନ ଓ ପୋଟାସିୟମ ପ୍ରଚୁର ପରିମାଣରେ ଥାଏ । ଏହାସହ ଏଥିରେ ଭିଟାମିନ-ଏ, ଭିଟାମିନ-କେ, କ୍ୟାଲସିୟମ, ଫଲିକ ଏସିଡ, ଭିଟାମିନ-ବି୨ ଓ ଭିଟାମିନ-ବ୬ ମଧ୍ୟ ରହିଥାଏ । ଆଜି ଆମେ ଜାଣିବା କି ପାଳଙ୍ଗ ଶାଗ ସେବନ କଲେ କେଉଁ ରୋଗରୁ ଦୂରେଇ ରହିବା, କିପରି ଏହାର ସେବନ କରିବେ ଓ କେଉଁ ଲୋକମାନେ ଏହି ଶାଗ ସେବନ କରିବା ଉଚିତ ନୁହେଁ ।

ପାଳଙ୍ଗରେ ବହୁତ କମ କ୍ୟାଲୋରି ଥାଏ ଓ ପାଳଙ୍ଗ ଖାଇବା ଦ୍ଵାରା ଭୋକ ମଧ୍ୟ ହୋଇ ନଥାଏ, ତେଣୁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । । ୧୦୦ ଗ୍ରାମ ପାଳଙ୍ଗରେ ମାତ୍ର ୨୬ କ୍ୟାଲୋରି ଏନର୍ଜି ରହିଥାଏ । ପାଳଙ୍ଗରେ ଫାଇବରର ମାତ୍ର ଅଧିକ ଥାଏ ତେଣୁ ଏହା ଧୀରେ ଧୀରେ ହଜମ କରାଏ ଓ ଆମ ହଜମକ୍ରିୟାକୁ ଭଲ କରିଥାଏ । ପେଟ ସଫା ନହେବା ବା କୋଷ୍ଠକାଠିନ୍ଯ ଭଳି ସମସ୍ଯା ହେଉଥିଲେ ପାଳଙ୍ଗର ସେବନ କରିବା ଦ୍ଵାରା ତାହା ଭଲ ହୋଇଥାଏ ।

ପାଳଙ୍ଗରେ ଜିଙ୍କ ଏବଂ ମ୍ୟାଗ୍ନେସିୟମ ରହିଥାଏ, ଯାହା ଆମ ମୁଡକୁ ଭଲ କରିବାରେ ସାହାଯ୍ୟ କରେ । ତେଣୁ ଏହାଦ୍ବାରା ଆମ ଷ୍ଟ୍ରେସ ଦୂର ହୋଇଥାଏ । ଏଥିରେ କ୍ୟାଲସିୟମ ପ୍ରଚୁର ପରିମାଣରେ ଥିବାରୁ ଏହା ଆମ ଅସ୍ଥିକୁ ଷ୍ଟ୍ରଙ୍ଗ କରିଥାଏ । ଆଣ୍ଠୁଗଣ୍ଠି ବିନ୍ଧା ସମସ୍ତ ଥିଲେ ପାଳଙ୍ଗ ଶାଗ ସେବନ କରିବା ଉଚିତ ।

ଏହାସହ ପାଳଙ୍ଗ ଆମ ରକ୍ତହୀନତାକୁ ମଧ୍ୟ ଦୂର କରିଥାଏ । ଏଥିରେ ଥିବା ଆଇରନ ଆମ ଶରୀରରେ ହିମୋଗ୍ଲୋବିନ ତିଆରି କରିବାରେ ସାହାଯ୍ୟ କରେ । ଗର୍ଭାବସ୍ଥା ସମୟରେ ପାଳଙ୍ଗ ଶାଗ ସେବନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଅଳ୍ପ କାମ କରି ଥକା ଅନୁଭବ କରୁଥିଲେ ମଧ୍ୟ ପାଳଙ୍ଗ ସେବନ ଦ୍ଵାରା ତାହା ଦୂର ହୋଇଥାଏ । ପାଳଙ୍ଗରେ ଥିବା ପୋଟାସିୟମ ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସହାୟକ ହୋଇଥାଏ ।

ପାଳଙ୍ଗ ଆମ ଚର୍ମରେ ନୂତନ ଟିସ୍ୟୁ ତିଆରି ହେବାରେ ସାହାଯ୍ୟ କରିଥାଏ ଓ ଆମ ତ୍ଵଚାକୁ ସୁସ୍ଥ ରଖିଥାଏ । ପାଳଙ ଆମ ଚର୍ମରେ ପର୍ଯ୍ୟାପ୍ତ ପରିମାଣରେ ଆର୍ଦ୍ରତା ଯୋଗାଇଥାଏ, ତେଣୁ ଚର୍ମ କୁଞ୍ଚ ପଡିବା ଓ ଦାଗ ହେବା ଭଳି ସମସ୍ୟା ଦେଖା ଦିଏନାହିଁ । କିନ୍ତୁ ଯେଉଁ ଲୋକଙ୍କର କିଡନୀର ଷ୍ଟୋନ ଥାଏ କିମ୍ବା ଗଣ୍ଠିଆ ରୋଗ ହୋଇଥାଏ ସେମାନେ ପାଳଙ୍ଗ ଶାଗର ସେବନ କରିବା ଉଚିତ ନୁହେଁ ।

ପାଳଙ୍ଗରେ ଅଧିକ ଫାଇବର ମଧ୍ୟ ରହିଥାଏ ତେଣୁ ଗ୍ୟାଷ୍ଟିକ ରୋଫିମାନେ ମଧ୍ୟ ଏହାକୁ ଅଧିକ ସେବନ କରିବା ଉଚିତ ନୁହେଁ । ଯେଉଁମାନଙ୍କ ଶରୀରରେ ୟୁରିକ ଏସିଡର ମାତ୍ର ଅଧିକ ଥାଏ ସେମାନେ ମଧ୍ୟ ପାଳଙ୍ଗ ସେବନ କରିବା ଉଚିତ ନୁହେଁ । ପାଳଙ୍ଗକୁ ଅଧିକ ସମୟ ରାନ୍ଧିବା ଦ୍ଵାରା ଏଥିରେ ଥିବା ସମସ୍ତ ଔଷଧୀୟ ଗୁଣ ନଷ୍ଟ ହୋଇଯାଏ ।

ତେଣୁ ଯେତେ ସମ୍ଭବ ଏହାକୁ ସାଲାଡ କରି, ଷ୍ଟିମରେ ଅଳ୍ପ ରାନ୍ଧି କିମ୍ବା ଏହାର ଜୁସ୍ ବନେଇ ସେବନ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।