କୁମ୍ଭ ରାଶିଙ୍କର ନଭେମ୍ବରରେ ବନୁଛି 2ଟି ରାଜଯୋଗ, ଚାକିରି, ଘଟିବ ଏହି ବଡ ଘଟଣା

କୁମ୍ଭ ରାଶି ର ଜାତକ ଥିବା ଲୋକ ମାନଙ୍କ ପାଇଁ ନଭେମ୍ବର ମାସ ୨୦୨୦ ରେ ଦୁଇଟି ରାଜଯୋଗ ଘଟିବ । ପ୍ରଥମ ଟି ହଂସ ନାମକ ରାଜଯୋଗ ଓ ଦ୍ଵିତୀୟ ଟି ଭଦ୍ର ନାମକ ରାଜଯୋଗ । ଏହି ମାସରେ ଏମାନଙ୍କ ସହ କିଛି ଏପରି ଘଟିବ ଯାହା ଏମାନଙ୍କ ଭାଗ୍ୟ ଚାମକାଇ ଦେବ ଓ କିଛି କ୍ଷେତ୍ରରେ ସାବଧାନ ମଧ୍ୟ ରହିବାକୁ ପଡ଼ିବ । କିପରି ରହିବ ଆପଣଙ୍କ ନଭେମ୍ବର ମାସର ସ୍ଵାସ୍ଥ୍ୟ ସ୍ଥିତି, ଧନ ଓ ପାରିବାରିକ ସ୍ଥିତି, ସନ୍ତାନ, ଚାକିରି ଓ ବ୍ୟାପାର ସ୍ଥିତି, ପ୍ରେମ ଓ ଦାମ୍ପତ୍ୟ ଜୀବନ ସ୍ଥିତି ଆସନ୍ତୁ ଜାଣିବା ।

ସ୍ବାସ୍ଥ୍ୟ ସ୍ଥିତି

ସ୍ବାସ୍ଥ୍ୟ ର ସ୍ବାମୀ ହେଉଛନ୍ତି ଶନି । ଶନି ଦ୍ୱାଦଶ ସ୍ଥିତିରେ ଅଛନ୍ତି । ତଥା ନିଜ କ୍ଷତିର ସ୍ଥାନରେ ଅବସ୍ଥିତ ଅଛନ୍ତି । ସେହି ଯୋଗୁଁ କେଉଁଠି ନା କେଉଁଠି କୁମ୍ଭ ରାଶିର ଲୋକଙ୍କୁ ହାତ ଓ ଗୋଡ଼ରେ ଦରଜପଣ ର ସମସ୍ୟା ଦେଖା ଦେଇ ପାରେ । ଦରକାର ହେଲେ ଡାକ୍ତରଖାନା ର ଚକ୍କର କାଟିବାକୁ ମଧ୍ୟ ପଡିପାରେ ।

ଦ୍ଵିତୀୟରେ ମନ ବଡ଼ କୃପଣ, ଅଶାନ୍ତ ଓ ଚିଡିଚିଡା ରହିବ । ବିଶେଷ କରି ନଭେମ୍ବର ୫ ରୁ ୧୫ ଯାଏ କୁମ୍ଭ ରାଶିର ଲୋକଙ୍କୁ ଚିଡ଼ାନ୍ତୁ ନାହିଁ । ସାମାନ୍ୟ୍ ତର୍କ ରୁ ମଧ୍ୟ କଳି ପରିସ୍ଥିତି ଉପୁଜି ପାରେ । ଆପଣଙ୍କର କୁମ୍ଭ ରାଶିର କିଏ ପ୍ରିୟ ବ୍ୟକ୍ତି ଥିଲେ ତାଙ୍କ ସହ ଏହି ମାସରେ ସାବଧାନ ରେ ରୁହନ୍ତୁ । କିନ୍ତୁ ୧୫ ନଭେମ୍ବର ପରେ ସ୍ଥିତି ସାମାନ୍ୟ ହୋଇଯିବ ।

ଧନ ସ୍ଥିତି

ଧନ ନାମରେ ପ୍ରଥମ ରାଜଯୋଗ ତଥା ହଂସ ରାଜଯୋଗ ର ସ୍ଥିତି ରହିଛି । ଏହି ଯୋଗ ସକାଶେ ଆପଣଙ୍କ ଘରେ କୌଣସି ପୂଜା ପାଠ ଓ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ଅଟକି ରହିଥିବା ଧନ ଫେରି ଆସିବା ଓ ନୂଆ ନିବେଶ ମଧ୍ୟ କରି ପାରନ୍ତି । ଧନ ସଞ୍ଚୟ ପ୍ରତି ଆପଣ ଅଧିକ ଆକର୍ଷିତ ରହିବେ ।

ପାରିବାରିକ ସ୍ଥିତି


ରାହୁ ଙ୍କ ଅବସ୍ଥିତି ଯୋଗୁଁ ପାରିବାରିକ ଭାବେ ମାତା ପିତାଙ୍କ ସ୍ଵାସ୍ଥ୍ୟ କୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି । ମାତା ପିତାଙ୍କୁ ରକ୍ତଚାପ ଜନିତ ସ୍ଵାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ । ପରିବାର ମଧ୍ୟରେ ଟିକେ ମନାନ୍ତର ମଧ୍ୟ ଲାଗି ରହିପାରେ । କିନ୍ତୁ ୧୫ ନଭେମ୍ବର ପରେ ସ୍ଥିତିରେ ପରିବର୍ତ୍ତନ ଆସିବ ।

ସନ୍ତାନ ସ୍ଥିତି

ସନ୍ତାନ କ୍ଷେତ୍ରରେ ଭଦ୍ର ନାମକ ରାଜଯୋଗ ସ୍ଥିତି ବନୁଅଛି । ନବ ଦମ୍ପତି ସନ୍ତାନ କରିବାକୁ ଇଛା ରଖୁଥିଲେ ଏହି ମାସଟି ଏଥିପାଇଁ ସର୍ବୋତ୍ତମ ଅଟେ । ଆଉ ଯେଉଁ ମାନଙ୍କ ସନ୍ତାନ ଅଛନ୍ତି ସେମାନଙ୍କ ସନ୍ତାନଙ୍କ ବିଦ୍ୟାରେ ଉନ୍ନତି ହେବ । ଏହି ଭଦ୍ର ରାଜଯୋଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ବହୁତ ଶୁଭ ଅଟେ ।

ଚାକିରି ସ୍ଥିତି

ଚାକିରି କ୍ଷେତ୍ରର ସ୍ବାମୀ ହେଉଛନ୍ତି ଚନ୍ଦ୍ର । ଆଉ ଚନ୍ଦ୍ର, କେନ୍ଦ୍ରରେ ବସିଛନ୍ତି । ସେଥିପାଇଁ କୌଣସି ନା କୌଣସି ନୂଆ ଚାକିରିର ଯୋଗ ଏହି ନଭେମ୍ବର ରେ ବନୁଅଛି । ଚାକିରି, ଧନ ଓ ପଦ ପ୍ରତିଷ୍ଠା ମିଳିବ କିନ୍ତୁ ତାହା ଆପଣଙ୍କ ଇଛାନୁଯାୟୀ ନୁହେଁ, ସାଧାରଣ ସ୍ଥିତି ରହିବ । ଚାକିରୀରେ ପରିବର୍ତ୍ତନ କରିବେ କି ନାହିଁ ଏହା ଆପଣ ନିର୍ଣ୍ଣୟ ନେବେ । କାରଣ ଏହି ପରିବର୍ତ୍ତନ ସେତେ ବଡ଼ ଧରଣର ହେବ ନାହିଁ ।

ପ୍ରେମ ଓ ଦାମ୍ପତ୍ୟ ଜୀବନ ସ୍ଥିତି

ସପ୍ତମ ଭାବରେ ଶୁକ୍ର ବିରାଜମାନ ଅଛନ୍ତି । ଯିଏ କି ଆପଣଙ୍କ ସମ୍ପର୍କକୁ ଆହୁରି ଗଭୀର ଓ ମଜବୁତ୍ କରୁଛନ୍ତି । ପ୍ରେମ ଯୋଡ଼ି ମାନେ କୌଣସି ପାର୍ଟୀ, ଫଙ୍କସନ୍ ରେ ମିଶିବାର ଯୋଗ ରହୁଛି । ଏମାନଙ୍କ ଜୀବନରେ କିଛି ବିବାଦ ଚାଲୁଥିଲେ ତାହା ସମାପ୍ତ ହୋଇଯିବ । ସେହି ପ୍ରକାରେ ଦାମ୍ପତ୍ୟ ଜୀବନ ମଧ୍ୟ ବହୁତ ଭଲ ରହିବ । ଜୀବନସାଥି ଙ୍କ ଠାରୁ କୌଣସି ଖୁସି ଖବର ଶୁଣିବାକୁ ମିଳିବ ଓ ତାଙ୍କ ଠାରୁ ଧନ ଲାଭ ମଧ୍ୟ ହୋଇବ ।

ବ୍ୟାପାର ସ୍ଥିତି


ବ୍ୟାପାର କ୍ଷେତ୍ରରେ କେତୁ ବସିଛନ୍ତି । ସେଥିପାଇଁ ପ୍ରଥମେ ସ୍ଥାନ ପରିବର୍ତ୍ତନ ର ଯୋଗ ହେଉଅଛି । ୭ ନଭେମ୍ବର ରୁ ୨୩ ନଭେମ୍ବର ପର୍ଯ୍ୟନ୍ତ କୌଣସି ନା କୌଣସି ସ୍ଥାନ ପରିବର୍ତ୍ତନ ର ସୁଯୋଗ ପ୍ରାପ୍ତ ହେବ । ସେହିପରି ୧ ତାରିଖରୁ ୧୬ ତାରିଖ ଯାଏ କାର୍ଯ୍ୟରେ ବାଧାବିଘ୍ନ ଆସିପାରେ । କାର୍ଯ୍ୟ ଅନୁଯାୟୀ ଧନ ମଧ୍ୟ ଆସିବା ନାହିଁ । ସେଥି ପ୍ରତି ସାବଧାନ ରୁହନ୍ତୁ । ବ୍ୟାପାର ବୃଦ୍ଧି ନିମନ୍ତେ କିଛି ନିବେଶ କରିବାକୁ ଚାହୁଁଥିଲେ ତାହା ୧୭ ନଭେମ୍ବର ପରେ କରନ୍ତୁ, ତାହେଲେ ଲାଭବାନ ରହିବେ ।

ସମ୍ପୂର୍ଣ ଭାବେ ଦେଖିବାକୁ ଗଲେ ଆପଣଙ୍କ ପାଇଁ ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ସେତେ ଟା ଭଲ ଯୋଗ ରହିବ ନାହିଁ । କିନ୍ତୁ ୧୭ ରୁ ୩୦ ତାରିଖ ମଧ୍ୟରେ ଆପଣଙ୍କ ଭାଗ୍ୟ ଚମକି ପାରେ । ସେହି ଅନୁସାରେ ପଦକ୍ଷେପ ନେଲେ ଆପଣ ସମସ୍ତ କ୍ଷେତ୍ରରେ ଲାଭବାନ ରହିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।