ଗ୍ରହ ମାନଙ୍କର ସ୍ଥିତି ଏବଂ ଚଳନ ଆମ ଜୀବନରେ ବହୁ ପ୍ରକାରର ପ୍ରଭାବ ପକାଇଥାଏ । ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ ଆଉ କେବେ ଦୁଃଖ ମଧ୍ୟ ଆସିଥାଏ । ପ୍ରତ୍ଯେକ ବ୍ୟକ୍ତିଙ୍କ ଭାଗ୍ୟ ଗ୍ରହମାନଙ୍କ ଚଳନ ଗ୍ରହଙ୍କ ସ୍ଥିତି ଓ ଚଳନ ଅନୁସାରେ ପରିଚାଳିତ ହୋଇଥାଏ । ଆଜି ଆମେ ଆପଣଙ୍କୁ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ଏପ୍ରିଲ ମାସର ମାସିକ ରାଶିଫଳ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ଜାତକଙ୍କ ପାଇଁ କିପରି ରହିବ ଏପ୍ରିଲ ମାସ ।
କୁମ୍ଭ ରାଶିର ଲୋକେ ବହୁତ ଫ୍ରି ମାଇଣ୍ଡର ଲୋକ ହୋଇଥାନ୍ତି । ଏମାନେ ଅନ୍ୟମାନଙ୍କ ସହ ଶୀଘ୍ର ମିଶିଯାନ୍ତି । ହେଲେ ଏମାନେ ଟିକେ ମନୁଆ ସ୍ଵଭାବର ମଧ୍ୟ ହୋଇଥାନ୍ତି । ଏମାନେ ପରୋପକାରୀ ଏବଂ ନ୍ୟାୟପ୍ରିୟ ମଧ୍ୟ ହୋଇଥାନ୍ତି । ଅନ୍ୟ ମାନଙ୍କ ମନକୁ ଏମାନେ ସହଜରେ ବୁଝିପାରନ୍ତି । ବେଳେବେଳେ ଏମାନେ ଟିକେ ଅଳସୁଆ ସ୍ବଭାବ ଯୋଗୁଁ ଅସୁବିଧାର ଶିକାର ମଧ୍ୟ ହୋଇଥାନ୍ତି । ଆଉ କେବେ କେବେ ଭାବୁକ ହୋଇ ଅନ୍ୟମାନଙ୍କୁ ଅତି ସହଜରେ ବିଶ୍ବାସ କରି ଅସୁବିଧାରେ ପଡିଥାନ୍ତି ।
କିନ୍ତୁ ଆପଣଙ୍କୁ ଭାବିଚିନ୍ତି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ଯଦି ଆପଣ ନିଜ ଆଳସ୍ୟ ପରିତ୍ୟାଗ କରି ସଠିକ ଭାବେ କାର୍ଯ୍ୟ କରିବେ ତେବେ ଆପଣଙ୍କୁ ଆଗକୁ ବଢିବାରେ କେହିବି ରୋକିପରିବେ ନାହିଁ । କୁମ୍ଭ ରାଶିଙ୍କ ସ୍ଵାମୀ ଗ୍ରହ ହେଉଛନ୍ତି ଶନିଦେବ ଓ ଶୁଭ ରଙ୍ଗ ହେଉଛି ଆକାଶିଆ ଓ ନୀଳ ରଙ୍ଗ । ଏହି ରଙ୍ଗର କୌଣସି ବସ୍ତୁକୁ ବ୍ୟବହାର କଲେ ଆପଣ ନିଷ୍କହୟ ଶୁଭଫଳ ଲାଭ କରିବେ ।
ଶୁକ୍ରବାର ଓ ଶନିବାର ଆପଣଙ୍କର ଶୁଭ ବାର ହୋଇଥିବା ବେଳେ ଭଗବାନ ଶନିଦେବ ଏବଂ ଶିବ ଆପଣଙ୍କ ଶୁଭ ଦେବତା ଅଟନ୍ତି । ସେହିଅପରି ମା ଦକ୍ଷିଣୀ କାଳୀ ଆପଣଙ୍କ ଶୁଭ ଦେବୀ ଅଟନ୍ତି । ବ୍ରତ ଉପାସ ପାଳିବା ପାଇଆନ ଶୁଭ ବାର ହେଉଛି ଶନିବାର । ଏହିଦିନ ଆପଣ ଯେକୌଣସି ମାନସିକ ରଖି ବ୍ରତ ଉପାସ ପାଳିଲେ ଦେଖିବେ ତାହା ନିଶ୍ଚୟ ସଫଳ ହେବ । ଆସନ୍ତା ଏପ୍ରିଲ ମାସଟି ଆପଣଙ୍କ ପାଇଁ କ୍ଯାରିୟର ଏବନହ ଆର୍ଥିକ ଦୃଷ୍ଟିରୁ ବେଶ ଉତ୍ତମ ରହିବ ।
ଚାକିରି କ୍ଷେତ୍ରରେ ରହିଥିବା ବ୍ୟକ୍ତିବିଶେଷଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିବା ସହ ବେପାର ବାଣିଜ୍ୟରେ ମଧ୍ୟ ବୃଦ୍ଧି ହେବ । ଆପଣଙ୍କୁ ଅଚାନକ ଧନ ପ୍ରାପ୍ତିର ଯୋଗ ମଧ୍ୟ ବନୁଅଛି । ଆସନ୍ତା ମାସରେ ଆପଣଙ୍କ ଜୀବନରେ ଚାଲିଥିବା ଧନ ସମ୍ବନ୍ଧିତ ସବୁ ସମସ୍ଯା ଦୂର ହେବାକୁ ଯାଉଛି ।
ଆପଣ ଯେକୌଣସି କାର୍ଯ୍ୟରେ ହାତ ଦେବେ ସେଥିରେ ନିଶ୍ଚୟ ସଫଳ ହେବେ । ପରିବାରରେ ସୁଖଶାନ୍ତି ଲାଗି ରହିବ ଓ ଜୀବନସାଥିଙ୍କ ସହ ଉତ୍ତମ ସମୟ ଅତିବାହିତ କରିବାକୁ ସୁଯୋଗ ପାଇବେ । ବିଦ୍ୟାର୍ଥୀମାନେ ମାନଙ୍କର ପାଠ ପଢାରେ ମନ ଲାଗିବ ଓ ପାଠକୁ ନେଇ ଉପୁଜୁଥିବା ସମସ୍ତ ସମସ୍ଯା ସମାଧାନ ହୋଇଯିବ । ଏହି ମାସଟି ଆପଣଙ୍କ ପାଇଁ ବେଶ ଶୁଭଦାୟୀ ହୋଇଥିଲେ ମଧ୍ୟ ପ୍ରେମ କ୍ଷେତ୍ରରେ ବିଫଳ ଦେଖା ଦେଇପାରେ ଓ ମାସର ଦ୍ଵିତୀୟ ଭାଗରେ ସାମାନ୍ଯ ଆର୍ଥିକ ଚିନ୍ତା ଆସିପାରେ ।
ଏହାର ପ୍ରତିକାର ପାଇଁ ପ୍ରତ୍ଯେକ ଦିନ ଶନି ଚାଳିଶା ପାଠ କରନ୍ତୁ ଓ ପ୍ରତି ଶନିବାର ଶନି ମନ୍ଦିରକୁ ଯାଇ ୧୦୮ ଥର ଓଁ ଶନିଶ୍ଚରାୟ ନମଃ ମନ୍ତ୍ରର ଜପ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।