କୁମାର ପୂର୍ଣ୍ଣିମାରେ ଚାନ୍ଦ ପୂଜା କରୁ, ଚାନ୍ଦକୁ ଖାଇଲା ବେଳେ ମୁଁ ମୋ ସ୍ଵାମୀର ମୁଣ୍ଡ ଖାଇଦିଏ ବୋଲି ଭାବେ… Pihu Mohapatra

ପବିତ୍ର ଦୂର୍ଗାପୂଜାର ଆପଣ ମାନଙ୍କୁ ଅନେକ ଶୁଭକାମନା ଓ ଶୁଭେଚ୍ଛା ! ହଁ ଆଜ୍ଞା କଟକ ଠାରୁ କଲିକତା ପର୍ଯ୍ୟନ୍ତ ସବୁଆଡେ ବର୍ତ୍ତମାନ ଦୂର୍ଗା ପୂଜାର ମାହୋଲ ଦେଖିବାକୁ ମିଳୁଛି । ଯେଉଁଠାରେ କି ଲୋକ ମାନେ ମା’ ଦୂର୍ଗାଙ୍କ ଆଗମନରେ ଖୁସିର ପର୍ବ ଦୂର୍ଗାପୂଜା ସେଲିବ୍ରେଟ କରୁଛନ୍ତି । ପରିବେଶ ସଂପୂର୍ଣ୍ଣ ଭାବେ ଉତ୍ସବମୁଖର ହୋଇ ଉଠିଛି । ତେବେ ଭୁବନେଶ୍ବରରେ ମଧ୍ୟ ଦୂର୍ଗାପୂଜାର ଜୋରଦାର ପ୍ରସ୍ତୁତି ସହ ପର୍ବ ପାଳିତ ହେଉଛି ।

ତେବେ ସେଠାରେ ନବରାତ୍ରୀ ତଥା ଦଶହରା ଉପଲକ୍ଷେ ଦାଣ୍ଡିଆ ଡ୍ୟାନ୍ସର ମଧ୍ୟ ଆୟୋଜନ କରାଯାଇଛି । ଯେଉଁଠାକୁ ଓଡିଆ ଅଭିନେତ୍ରୀ ପିହୁ ମହାପାତ୍ର ମଧ୍ୟ ଯାଇଛନ୍ତି । ଅଭିନେତ୍ରୀ ପିହୁ ଯାହାଙ୍କୁ ଆପଣ ତୋରି ପାଇଁ ତୋ’ ପାଇଁ ଓଡିଆ ସିରିଏଲରେ ଖଳ ଚରିତ୍ରରେ ଦେଖିବାକୁ ପାଉଛନ୍ତି । ତେବେ ପିହୁ ମୋହାପାତ୍ରଙ୍କ କହିବା ଆନୁଯାଇ ଦୂର୍ଗା ପୂଜାର ମାହୋଲକୁ ସମସ୍ତେ ମିଳିମିଶି ଏଞ୍ଜୟ ନିହାତି ଭାବେ କରିବା ଉଚିତ ।

ମୁଁ ବି ମଧ୍ୟ ମୋର ସୁଟିଙ୍ଗର ବିଜି ସମୟରୁ ନିଜ ପିନ ସମୟ ବାହାର କରି ଦୂର୍ଗାପୂଜା ଉତ୍ସବ ମନାଇବାକୁ ଆସିଛି । ଏଠାରେ ଦାଣ୍ଡିଆ ଡ୍ୟାନ୍ସର ଧୂମଧାମ ଆୟୋଜନ କରାଯାଇଛି । ଆମେ ସମସ୍ତେ ଗୀତର ତାଳେ ତାଳେ ନାଚିବାରେ ଲାଗିଛୁ । ପୁଣି ଦଶହରା ମାର୍କେଟରେ ବୁଲି ବୁଲି ମେଢ ମଧ୍ୟ ଦେଖିବାର ଅଛି । ପୂଜା ବଜାରରେ ବହୁତ ଭିଡ ରହିଥାଏ । ତେଣୁ ଆମେ ପ୍ରାୟ ଲେଟ ନାଇଟରେ ବୁଲି ବୁଲି ସବୁ ମେଢ ଦେଖୁ । ଦୂର୍ଗା ପୂଜା ପରେ ପରେ ପୁଣି କୁମାର ପୂର୍ଣ୍ଣିମା ଆସିବା ପାଇଁ ଯାଉଛି ।

କୁମାର ପୂର୍ଣ୍ଣିମାରେ ଆଞ୍ଜୁଳି ଧରିବା ସହ ଚାନ୍ଦକୁ ପୂଜା କରିଥାଉ । ଏଥର ଚାନ୍ଦ ପୂଜା କରିବା ସମୟରେ ମୁଁ ମୋ ପାଇଁ ଗୋଟିଏ ଭଲ ବର ମାଗିବି ବୋଲି ପିହୁ କହିଛନ୍ତି । ତେବେ ପିହୁ ଏଭଳି ମଧ୍ୟ କିଛି ହସ ହସ ଚେହେରାରେ କହିଛନ୍ତି । ଯେତେବେଳେ କୁମାର ପୂର୍ଣ୍ଣିମାରେ ମୁଁ ଚାନ୍ଦ ପୂଜା କରିଥାଏ । ଆମେ ଯେଉଁ ଚାନ୍ଦ ଘରେ ତିଆରି କରିଥାଉ, ତାକୁ ଖାଇଲା ବେଳେ ଭାବେ । ମୁଁ ମୋ ସ୍ଵାମୀର ମୁଣ୍ଡକୁ ଖାଉଛି । ଆପଣଙ୍କୁ ପିହୁ ମହାପାତ୍ର କିପରି ଲାଗନ୍ତି ? କମେଣ୍ଟ କରିକି କୁହନ୍ତୁ । ଖବରର ଅପଡେଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ