ସୂର୍ଯ୍ୟ ପାଖରେ ପହଞ୍ଚିବା ଏବଂ ତାକୁ ଦେଖିବା କଷ୍ଟକର କିନ୍ତୁ ଚୀନ ଏପରି ଏକ କାର୍ଯ୍ୟ କରିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅବିକଳ ସୂର୍ଯ୍ୟ ତିଆରି କରିବା ପାଇଁ ଚେଷ୍ଟା କରିଛି ଚୀନ । ଚୀନ ୯୪୩ ବିଲିଅନ ଡଲାର ଖର୍ଚ୍ଚ କରି ଏକ କୃତ୍ରିମ ସୂର୍ଯ୍ୟ ତିଆରି କରିବା ପାଇଁ ଚେଷ୍ଟା କରିଛି । ସୂର୍ଯ୍ୟଙ୍କ ପକ୍ଷରୁ ଆସୁଥିବା ଶକ୍ତିକୁ ସାଧାରଣ ଲୋକେ ଭଲ ଭାବେ ବ୍ୟବହାର କରିପାରୁ ନାହାନ୍ତି । ସୋଲାର ଶକ୍ତିର ବ୍ୟବହାର ଅତ୍ୟଧିକ ଭାବେ ହୋଇପାରୁ ନାହିଁ ।
ସେଥିପାଇଁ ସୂର୍ଯ୍ୟ ଭଳି ଅବିକଳ ଏକ ଫ୍ୟୁଜନ ତଥା ରିଆକ୍ଟର ତିଆରି କରିବା ପାଇଁ ଚୀନ ବୈଜ୍ଞାନିକ ମାନେ ଚିନ୍ତା କରିଥିଲେ । ଯେଉଁଥିରୁ କୃତ୍ରିମ ସୋଲାର ଶକ୍ତି ବାହାର କରାଯାଇ ପାରିବ ଓ ସେହି ଶକ୍ତିରୁ ବିଦ୍ୟୁତ ତିଆରି କରାଯାଇ ପାରିବ । ସାଧାରଣ ଲୋକେ ମଧ୍ୟ ଏହାର ବ୍ୟବହାର କରି ବିଭିନ୍ନ ପ୍ରକାର ଭାବେ ଉପକୃତ ହୋଇପାରିବେ । ଆଉ ଏଥିପାଇଁ ଏକ ବୃହତ ମେସିନ ତିଆରି କରିଛନ୍ତି ଚୀନର ବୈଜ୍ଞାନିକ ମାନେ ଓ ସୂର୍ଯ୍ୟ ତିଆରି କରିବା କାର୍ଯ୍ୟ ଜାରି ରଖିଛନ୍ତି ।
ଚୀନ ଦ୍ଵାରା ନିର୍ମିତ ଏହି କୃତ୍ରିମ ସୂର୍ଯ୍ୟରୁ ୫ ଗୁଣା ଅଧିକ ଶକ୍ତି ବାହାର କରାଯାଇ ପାରିବ ବୋଲି ବୈଜ୍ଞାନିକ ମାନେ କାର୍ଯ୍ୟ କରୁଛନ୍ତି । ଯେଉଁ କାର୍ଯ୍ୟ ସମସ୍ତଙ୍କୁ ଅସମ୍ଭବ ଲାଗେ ସେହିପରି ଏକ କାର୍ଯ୍ୟକୁ ସଫଳ କରିବା ପାଇଁ ଚେଷ୍ଟା ଚଳେଇଛି ଚୀନ । ଚୀନର ଏହି କୃତ୍ରିମ ସୂର୍ଯ୍ୟକୁ ଫ୍ୟୁଜନ ପ୍ରଣାଳୀରେ ତିଆରି କରାଯାଇଛି । ସ୍ଥଳଭାଗରେ ଏହି ନ୍ୟୁକ୍ଲିୟର ଫ୍ୟୁଜନ ତିଆରି ହେଉଛି ଯାହାଦ୍ୱାରା ସେଥିରେ ଶକ୍ତି ସଞ୍ଚୟ ହୋଇପାରିବ ।
ସୂର୍ଯ୍ୟ ଠାରୁ ୫ ଗୁଣା ଅଧିକ ଉତ୍ତାପକୁ ସହିପାରିବ ଏହି ରିଆକ୍ଟର । ଗବେଷଣା ବେଳେ ଏହାର ଉତ୍ତାପ ୭୦ କୋଟି ଡିଗ୍ରୀ ସେଲସିୟସ ରହିଥିଲା ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ଆହୁରି ମଧ୍ୟ କୁହାଯାଉଛି କି ଏହି କୃତ୍ରିମ ସୌରଶକ୍ତିକୁ ବ୍ୟବହାର କରାଯାଇ ବିଦ୍ୟୁତ ଉତ୍ପାଦନ କରାଯାଇ ପାରିବ ଏବଂ ଏହି ବିଦ୍ୟୁତକୁ ବ୍ୟବହାର କରି ବିଭିନ୍ନ ପ୍ରକାର ଗାଡି ମଧ୍ୟ ଚଲାଯାଇ ପାରିବ ବୋଲି କୁହାଯାଇଛି । ଏହି ସୂର୍ଯ୍ୟ ତିଆରି କରିବା ପାଇଁ ୯ ଶହ ୪୩ ବିଲିଅନ ଡଲାର ଖର୍ଚ୍ଚ ହୋଇଛି ବୋଲି ଚୀନ ତରଫରୁ କୁହାଯାଇଛି ।
୨୦୨୫ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଚୀନ ଲକ୍ଷ୍ୟ ରଖିଛି । ତେବେ ଇକୋଫ୍ରେଣ୍ଡଲି ବିଦ୍ୟୁତ ଉତ୍ପାଦନ କରିପାରିବ ଏହି ରିଆକ୍ଟର । ସବୁଠୁ ମୁଖ୍ୟ କଥା ହେଲା ଏହି ସୂର୍ଯ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ପଡୁଥିବା ଚାପ କମାଇବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।