ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ Naveen Patnaik ଙ୍କ ବଡ ଘୋଷଣା ! ସ୍ମାର୍ଟ ଫୋନ ସହ ଟଙ୍କା ଏବଂ ଆହୁରି ଅନେକ ସହାୟତା ଘୋଷଣା କଲେ ରାଜ୍ୟ ସରକାର !

ମିଶନ ଶକ୍ତିରେ ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ଯାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚାୟତ ସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ପୋଷାକ ଭତ୍ତା, ସ୍ମାର୍ଟ ଫୋନ ଏବଂ ଗସ୍ତ ଖର୍ଚ୍ଚ ଦିଆଯିବ । ଏପରି ଏକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ବାର୍ଷିକ ପୋଷାକ ଭତ୍ତା ବାବଦକୁ ଏକ ହଜାର ଟଙ୍କା ଲେଖାଏଁ ମିଳିବ ଓ ସମସ୍ତଙ୍କୁ ପରିଚୟ ପତ୍ର ମଧ୍ୟ ଯୋଗାଇ ଦିଆଯିବ ।

ସେମାନଙ୍କ ପସନ୍ଦର ସ୍ମାର୍ଟ ଫୋନ କିଣିବା ପାଇଁ ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ଏକ କାଳୀନ ୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ଏହାସହ ସବୁ ସିଆରପି ସିଏମ ମାନଙ୍କୁ ଗସ୍ତ ଖର୍ଚ୍ଚ ବାବଦ ମାସିକ ୩୫୦ ଟଙ୍କା ପ୍ରଦାନ କରାଯିବ । ଟେଲିଫୋନ ଭତ୍ତା ବାବଦରେ ସିଆରପି ସିଏମ ମାନଙ୍କୁ ୧୫୦ ଟଙ୍କା ଦିଆଯିବ । ଯାହାଫଳରେ ଏହା ବୃଦ୍ଧି ପାଇ ୨୫୦ ଟଙ୍କାରେ ପହଞ୍ଚିବ । ଏହି ପ୍ଯାକେଜକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ଆର୍ଥିକ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ମିଶନ ଶକ୍ତି ଆନ୍ଦୋଳନକୁ ଆଗକୁ ନେବା ପାଇଁ ପଞ୍ଚାୟତ ସ୍ତରରେ କାମ କରୁଥିବା ଏହି ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ରୂପାନ୍ତରିତ ଓଡିଶା ଗଠନ ଦିଗରେ ଅଧିକ ପରିଶ୍ରମ କରିବାକୁ ଏହି ଆର୍ଥିକ ପ୍ଯାକେଜ ସେମାନଙ୍କୁ ନିଶ୍ଚିତ ଭାବେ ଆହୁରି ଅଧିକ ମନ ଲଗାଇ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ମହିଳା ମାନଙ୍କ ଉନ୍ନତି ତଥା ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ନାମ ଏହି ବିଭାଗ ଆରମ୍ଭ କରିଥିଲେ ।

୨୦୦୧ ମସିହାରୁ ଏହି ମିଶନ ଶକ୍ତି ମହିଳାଙ୍କ ହିତ ନିମନ୍ତେ ଆରମ୍ଭ କରା ଯାଇଥିଲା । ଏଥିରେ ପ୍ରାୟ ୮୦ ଲକ୍ଷରୁ ଅଧିକ ମହିଳା ସଦସ୍ୟ ରହିଛନ୍ତି । ବିଜେଡି ସରକାର ଦ୍ଵାରା ଆରମ୍ଭ ହୋଇଥିଲା ଏହି ମହିଳା ସଶକ୍ତିକରଣ ପଦକ୍ଷେପ ଅନେକ ବର୍ଷ ଧରି କାର୍ଯ୍ୟ କରି ଆସୁଛି । ଓଡିଶାର ମହିଳା ମାନଙ୍କର ସଶକ୍ତିକରଣ ଏବଂ ଉନ୍ନତି କ୍ଷେତ୍ରରେ ଏହି ବିଭାଗ ଆଗଧାଡିର କାମ ସବୁ କରି ଆସୁଛି ।

ମହିଳା ମାନେ କିପରି ନିଜ ଗୋଡରେ ନିଜେ ଠିଆ ହେବେ ଏବଂ କାହା ଉପରେ ନିର୍ଭରଶୀଳ ନହୋଇ ନିଜର ସମସ୍ତ ଭାର ନିଜେ ବହନ କରିବେ ସେଥିପାଇଁ ଏହି ପ୍ରୋଗ୍ରାମକୁ ବର୍ଷ ବର୍ଷ ଧରି ଆଗେଇଯିବା ପାଇଁ ସହାୟତା ଯୋଗାଇ ଆସୁଛନ୍ତି ରାଜ୍ୟ ସରକାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ପେଜ୍ କୁ ଲାଇକ କରନ୍ତୁ ।