କ୍ରୋଧ କରିବା ଦ୍ୱାରା ଏହି ସବୁ ଜିନିଷର ହେଇଥାଏ କ୍ଷତି, ଏମିତି କ୍ରୋଧରୁ ବଞ୍ଚନ୍ତୁ

କ୍ରୋଧ ମଣିଷର ପରମ ଶତ୍ରୁ । ଏହା ଆମ ଲକ୍ଷ ପୂରଣରେ ବାଧା ସୃଷ୍ଟି କରେ । କ୍ରୋଧ ସମୟରେ ଆମର ଏକାଗ୍ରତା ଅସିନଥାଏ ତେଣୁ କାର୍ଯ୍ୟ ରେ ଅସଫଳ ହୋଇଥାଉ । ଏଇ ଅବସ୍ଥା ରେ ମଣିଷ କଠୋର ହେଇଯାଏ ଓ ନିଜ ମାଂସପେଶୀ ଓ ଅଙ୍ଗ ପ୍ରତେଙ୍ଗ ଉପରେ ନିୟନ୍ତ୍ରଣ ରଖିପାରେନାହିଁ ।

ସଫଳତା ପାଇବା ପାଇଁ କରିବାକୁ ହେବ ଏଇ କାମ-

ଯେଉଁ ସମୟରେ ବ୍ୟକ୍ତିର ମଶ୍ତିଷ୍କକୁ ରାଗ ଚଢ଼ିଯାଏ ସେତେବେଳେ ତାର ବିଚାରଶକ୍ତି‌ ଶୂନ୍ୟ ହେଇଯାଏ । ଏ ଅବସ୍ଥାରେ ବ୍ୟକ୍ତିଟି ଭୁଲିଯାଏ ଯେ କଣ କରିବା ଉଚିତ କଣ ଅନୁଚିତ,ସେ ଠିକ ନିର୍ଣ୍ଣୟ ନେଇପାରିନଥାଏ । ଏହା ବ୍ୟକ୍ତିର ସର୍ବନାଶ କରେ । କିନ୍ତୁ ମନ ଓ ଶରୀର ସୁସ୍ଥ ଥିଲେ କ୍ରୋଧ ଅଧିକ ହୋଇନଥାଏ । କ୍ରୋଧରୁ ବଞ୍ଚିବା ପାଇଁ ଅଧିକ ସୃଜନତ୍ମକ ଗତିବିଧିରେ ଲାଗିରୁହନ୍ତୁ, ସୃଜନତ୍ମକ କାର୍ଯ୍ୟ କଲେ କ୍ରୋଧ ଆସିନଥାଏ ।

କ୍ରୋଧ ନଆସିବା ଭଲ ହେଲେ, ଯଦି କେଉଁ କାରଣରୁ ରାଗ ଆସେ ତାକୁ ନ ଅଟକେଇ ତାକୁ ବ୍ୟକ୍ତ କରିଦେବା ଉଚିତ ହେଇଥାଏ । କିନ୍ତୁ ମନରେ ଦବେଇ ରଖିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଯଦି ଆମେ କୌଣସି କଥାରେ ଚିନ୍ତିତ ତ ରାଗ କରିବା ବଦଳରେ ସେଇ ଘଟଣା ବିଷୟରେ କିଛି ଲେଖିବା ନହେଲେ , କାର୍ଟୁନ ଚିତ୍ର ଆଦି ଆଙ୍କିବା ବା ଅନ୍ୟ ରଚନାତ୍ମକ କାର୍ଯ୍ୟ କରିବା ଲାଭଦାୟକ ହୋଇଥାଏ ।

ସଫା ସଫି କି ପାଠ ପଢା କି ଅନ୍ୟ ଅଧ୍ୟୟନ କରିବା ଦ୍ୱାରା ନିଜକୁ ବ୍ୟସ୍ତ ରଖିବା ଉଚିତ । ଏମିତିରେ ଜଲଦି କ୍ରୋଧ ଆସି ନଥାଏ । ସହଜରେ କାମ କଲେ ଉତ୍କୃଷ୍ଟତା ଓ ସୌନ୍ଦର୍ଯ୍ୟ ସୃଷ୍ଟି ହୁଏ । ତାପରେ କଳାର ବିକାଶ ହୋଇଥାଏ । ସଙ୍ଗୀତ, ନୃତ୍ୟ, ଅଭିନୟ, ଯୋଗ, ଲେଖନ, ଗାୟନ ଆଦି ସବୁ କଳା ପାଇଁ ସହିଷ୍ଣୁତା ଆବଶ୍ୟକ ହୋଇଥାଏ । ଯାହାଦ୍ଵାରା କି କ୍ରୋଧ ଉପରେ ମଧ୍ୟ କାବୁ ରଖିବା ସମ୍ଭବ ହୋଇଥାଏ ।