Krishna Vani: ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଅଧିକ କ୍ରୋଧ କରିବା ଦ୍ଵାରା କଣ ହୋଇଥାଏ ? କ୍ରୋଧକୁ କିପରି କାବୁରେ ରଖିବେ ? ଦେଖନ୍ତୁ ଏ ବିଷୟରେ Geeta ରେ କଣ କହିଛନ୍ତି ଭଗବାନ ଶ୍ରୀ କୃଷ୍ଣ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମଣିଷ ଜୀବନରେ କୌଣସି ସଦାକାଳ ପର୍ଯ୍ୟନ୍ତ ରୁହେ ନାହିଁ । ମଣିଷ ଜୀବନରେ ସୁଖ ଓ ଦୁଃଖ ଉଭୟ ଲାଗି ରହିଥାଏ । ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅନେକ ସଠିକ ବାର୍ତ୍ତା ଆମକୁ ଦେଇଛନ୍ତି । ଯାହା ଆମ ଦୈନନ୍ଦିନ ଜୀବନରେ ଆମକୁ ମାର୍ଗଦର୍ଶନ କରାଇ ଥାଏ । ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଥିବା କିଛି ମହତ୍ବପୂର୍ଣ୍ଣ କଥା ବିଷୟରେ ଆପଣଙ୍କୁ କହିବୁ । ସୁଖୀ ଜୀବନଯାପନ ପାଇଁ ଏହା ପ୍ରତ୍ଯେକ ବ୍ୟକ୍ତି ଜାଣିବା ଓ ପାଳନ କରିବା ଆବଶ୍ୟକ ।

ଗୀତାରେ ଭଗବାନ ଶ୍ରୀକୃଷ୍ଣ କୁହନ୍ତି, “ଯଦ୍ଦାଚରତି ଶ୍ରେଷ୍ଠସ୍ତତ୍ଵଦେବେତରୋ ଜନ: । ସ ୟତପ୍ରମାଣ କୁରୁତେ ଲୋକସ୍ତଦନୁବର୍ତ ॥” ଏହାର ଅର୍ଥ ହେଉଛି ଶ୍ରେଷ୍ଠ ମନୁଷ୍ୟ ନିଜ ଜୀବନରେ ଯେପରି ଆଚରଣ କରନ୍ତି ତାଙ୍କ ଠାରୁ ପ୍ରେରଣା ନେଇ ଅନ୍ୟମାନେ ମଧ୍ୟ ସେହିପରି ଆଚରଣ କରିବା ଶିଖନ୍ତି । ସମସ୍ତ ବ୍ୟକ୍ତିଙ୍କ ଠାରେ କିଛି ନା କିଛି ଭଲ ଗୁଣ ରହିବା ଅତ୍ୟନ୍ତ ଜରୁରୀ ଅଟେ । ଯେକୌଣସି ପରିସ୍ଥିତିରେ ସଂଯମର ସହ ବ୍ୟବହାର କରିବା, ସମସ୍ତ ଇନ୍ଦ୍ରିୟକୁ ନିଜ ବଶରେ ରଖିବା, ସନ୍ତୁଳିତ ବ୍ୟବହାର କରିବା ମଧ୍ୟ ଈଶ୍ବରଙ୍କ ପକାହେ ପହଞ୍ଚିବାର ଏକ ମାର୍ଗ ଅଟେ ।

କାରଣ ଯେଉଁ ମନୁଷ୍ୟ ନିଜ ଜ୍ଞାନେନ୍ଦ୍ରିୟକୁ କାବୁରେ ରଖିପାରେ ସେ ନିଜ ମସ୍ତିଷ୍କକୁ ମଧ୍ୟ ଶାନ୍ତ ରଖିପାରେ । ଜଣେ ଶାନ୍ତ ଓ ସରଲ ବ୍ୟକ୍ତି ହିଁ ଈଶ୍ବରଙ୍କ ପାଇଁ ଶ୍ରଦ୍ଧାବାନ ଓ ପୂର୍ଣ୍ଣ ରୂପେ ସମର୍ପିତ ରହିପାରେ । ଆଗକୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ଈଶ୍ବରଙ୍କ ପ୍ରତି ସମର୍ପିତ ବ୍ୟକ୍ତି ହିଁ ସାଧନ ପରାୟଣ ହୋଇ ଜ୍ଞାନ ପ୍ରାପ୍ତ କରନ୍ତି ଓ ଏହାପରେ ପରମ ଶାନ୍ତି ପ୍ରାପ୍ତ କରନ୍ତି । ଯେଉଁ ବ୍ୟକ୍ତି ନିଜ ଇଚ୍ଛାକୁ ସଂଯମରେ ରଖିବା ଶିଖିଯାଏ ଓ ଯେତିକି ଚାଦର ଅଛି ସେତିକି ହିଁ ଗୋଡ ଲମ୍ବେଇବାକୁ ଚେଷ୍ଟା କରେ ସେହି ବ୍ୟକ୍ତି କେବେ ମଧ୍ୟ ଦୁଃଖୀ ରୁହେ ନାହିଁ ।

ନିଜ କ୍ଷମତା ବାହାରେ ଇଚ୍ଛାକୁ ରଖିବା କ୍ରୋଧର କାରଣ ବନିଥାଏ । ସେହିଭଳି କୌଣସି ବିଷୟରେ ଅତ୍ୟଧିକ ଚିନ୍ତା କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଦୁଃଖ ହିଁ ମିଳିଥାଏ । ଯେଉଁ ବ୍ୟକ୍ତି ବସ୍ତୁ ସମ୍ବନ୍ଧରେ ଅଧିକ ଚିନ୍ତା କରେ ତାହା ପ୍ରତି ତାର ଆସକ୍ତି ଭାବ ବଢେ । ଆଉ ସେହି ବସ୍ତୁକୁ ହାସଲ କରିବାର ଇଚ୍ଛା ବୃଦ୍ଧି ପାଏ ଏବଂ ତାହା ପୂରଣ ହୋଇ ନ ପାରିଲେ ମନୁଷ୍ୟ କ୍ରୋଧିତ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ କୁହନ୍ତି କ୍ରୋଧ ମନୁଷ୍ୟର ସବୁଠୁ ବଡ ଶତ୍ରୁ ଅଟେ । ଯେଉଁ ବ୍ୟକ୍ତି କ୍ରୋଧ ଉପରେ ନିୟନ୍ତ୍ରଣ ରଖିପାରେ ନାହିଁ ତାହା ତାକୁ ବିନାଶ ଆଡକୁ ନେଇଯାଏ ।

କ୍ରୋଧରେ ମନୁଷ୍ୟ ହିତାହିତ ଜ୍ଞାନ ହରେଇ ବସେ ଓ ତା’ର ବୃଦ୍ଧି ଏବଂ ସ୍ମୃତି ଭ୍ରଷ୍ଟ ହୋଇଯାଏ । ଏହାଫଳରେ ବ୍ୟକ୍ତି ନିଜେ ନିଜର ବିନାଶର କାରଣ ବନିଥାଏ । ସେଥିପାଇଁ ମନୁଷ୍ୟକୁ ସର୍ବଦା କ୍ରୋଧ ତ୍ୟାଗ କରି, ନିଜ ମନକୁ ଶାନ୍ତ ରଖି ନିଜକୁ ଈଶ୍ବରଙ୍କ ପାଖେ ସମର୍ପିତ କରିବା ଉଚିତ । ତେବେ ଯାଇ ଜୀବନରେ ଉନ୍ନତି ପ୍ରାପ୍ତ ହୋଇପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲୟକ କରନ୍ତୁ ।