ଏଥିରୁ କେବଳ ଚିମୁଟାଏ ଖାଇ ନିଅନ୍ତୁ, ଅଜୀର୍ଣ୍ଣ, ଗ୍ୟାସ, ଏସିଡ଼ିଟି, କବ୍ଜ ଭଳି 1000 ପ୍ରକାର ପେଟ ରୋଗ ଥରକରେ ଭଲ ହେଇଯିବ- Health tips

ଆମକୁ ଅନେକ ସମୟରେ ଗ୍ଯାସ, ଏସିଡିଟି ଓ ବଦହଜମ ଭଳି ସମସ୍ଯାର ସମୁଖୀନ ହେବାକୁ ପଡିଥାଏ । ଆମ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆମକୁ ପ୍ରଥମେ ଆମ ପେଟକୁ ଠିକ ରଖିବାକୁ ହେବ । ନଚେତ ଏଥିରୁ ହିଁ ଆମ ଶରୀରରେ ହଜାରେ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କ ପେଟରୋଗ ଜନିତ ସମସ୍ଯା ଦୂର କରିବା ଦୂର କରିବା ପାଇଁ ଏକ ସହଜ ଘରୋଇ ଉପାୟ ନେଇ ଆସିଛୁ । ଏହାକୁ ପ୍ରତିଦିନ ସେବନ କରିବା ଦ୍ଵାରା ଆପଣଙ୍କୁ ଜୀବନରେ କେବେ ମଧ୍ୟ ପେଟ ସମ୍ବନ୍ଧିତ କୌଣସି ସମସ୍ଯା ହେବ ନାହିଁ ।

ଏହି ଘରୋଇ ଉପଚାର ପ୍ରସ୍ତୁତ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ ଜୁଆଣୀ । ପ୍ରାଚୀନ କାଳରୁ ପେଟ ରୋଗ ଜନିତ ସମସ୍ଯା ଭଲ କରିବା ପାଇଁ ଜୁଆଣୀର ବ୍ୟବହାର ହୋଇ ଆସୁଛି । ଆପଣ ଏଥିପାଇଁ ଏକ ପାତ୍ରରେ ଏକ ଛୋଟ ଚାମୁଚରେ ଚାରି ଚାମୁଚ ଜୁଆଣୀ ନିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଲେମ୍ବୁ ରସ । ଏଥିରେ ଆପଣଙ୍କୁ ଦୁଇଟି ଲେମ୍ବୁର ରସ ଆବଶ୍ୟକ ହେବ । ଲେମ୍ବୁ ମଧ୍ୟ ଗ୍ଯାସ ଓ ଅଜୀର୍ଣ୍ଣ ଦୂର କରିବାରେ ଖୁବ ସହାୟକ ହୋଇଥାଏ ।

ଦୁଇଟି ଲେମ୍ବୁକୁ ଫାଳ କରି ଏହାକୁ ଜୁଆଣୀ ରଖା ଯାଇଥିବା ପାତ୍ରରେ ଭଲ ଭାବେ ଚିପୁଡି ଦିଅନ୍ତୁ । ଏହାକୁ ଏକ ଛାଣି ସାହାଯ୍ୟରେ ଚିପୁଡନ୍ତୁ, ଯାହାଦ୍ୱାରା ଲେମ୍ବୁର ମଞ୍ଜି ଓ ଖଦାଳିଆ ଅଂଶ କିଛି ମଧ୍ୟ ଜୁଆଣୀ ମଧ୍ୟକୁ ଯିବନାହିଁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଅଧ ଚାମୁଚ ପାଖାପାଖି ସନ୍ଧବ ଲୁଣ ଓ ଅଧ ଚାମୁଚ ବିଟୋ ଲୁଣ । ଏହି ସମସ୍ତ ଜିନିଷକୁ ଭଲ ଭାବେ ଏକାଠି ମିଶାଇ ଦିଅନ୍ତୁ । ଏହାପରେ ଏହାକୁ ଖରାରେ କିମ୍ବା ଫ୍ୟାନରେ ଭଲ ଭାବେ ଶୁଖାଇ ଦିଅନ୍ତୁ ।

ଶୁଖିଯିବା ପରେ ଏହି ମିଶ୍ରଣକୁ ଆପଣ କୌଣସି ଏକ ବୋତଲରେ ଷ୍ଟୋର କରି ରଖି ପାରିବେ । ଏହି ଘରୋଇ ଉପଚାରଟି ଆପଣଙ୍କ ଅଜୀର୍ଣ୍ଣ ସମସ୍ଯାକୁ ଦୂର କରିବା ସହ ଭୋକ ମଧ୍ୟ ବଢାଇଥାଏ । ଏହା ବ୍ଯତୀତ ଝାଡା, ବାନ୍ତି ଓ ପେଟବ୍ଯଥା ଆଦି ସମସ୍ଯା ଥିଲେ ମଧ୍ୟ ଏହା ତାକୁ ଭଲ କରିଥାଏ । ସବୁଠୁ ଖାସ କଥା ହେଉଛି ଏହା ସଂପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ । ତେଣୁ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ନାହିଁ ।

ଏହି ଘରୋଇ ଉପଚାରକୁ ନିୟମିତ ସେବନ କରିବା ଦ୍ଵାରା ଆପଣଙ୍କ ପେଟ ଓ ପାଚନତନ୍ତ୍ର ସମ୍ବନ୍ଧିତ ସମସ୍ତ ସମସ୍ଯା ସଂପୂର୍ଣ୍ଣ ଭାବେ ଦୂର ହୋଇଯିବ । ଏହି ମିଶ୍ରଣକୁ ଆପଣ ସକାଳେ ଦ୍ଵିପ୍ରହର ସମୟରେ କିମ୍ବା ରାତ୍ରିରେ ଭୋଜନ କରିବା ପରେ ଅଧ ଚାମୁଚରୁ ମଧ୍ୟ କମ୍ ମାତ୍ରାରେ ନେଇ ଏହାକୁ ଚୋବାଇ ଚୋବାଇ ଖାଆନ୍ତୁ ।

ଏପରି କରିବା ଦ୍ଵାରା ଦେଖିବେ ଆପଣଙ୍କୁ ଜୀବନରେ କେବେ ମଧ୍ୟ ଅଜୀର୍ଣ୍ଣ ଭଳି ସମସ୍ଯା ଭୋଗିବାକୁ ପଡିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାରକରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।