Vastu tips- ଘରର ମୁଖ୍ୟ ଦ୍ଵାରରେ ଭୁଲରେ ବି ରଖନ୍ତୁ ନାହିଁ ଏହି ସବୁ ଜିନିଷ, ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ

ଆଜି ଆମେ ଆପଣଙ୍କୁ କହିବୁ ଘରର ମୁଖ୍ୟଦ୍ଵାରରେ କେଉଁ ଜିନିଷ ସବୁ ରଖିବା ଦ୍ଵାରା ମାତା ଲକ୍ଷ୍ମୀ ଅଶାନ୍ତି ହୁଅନ୍ତି ଓ ସେହି ଘରକୁ କେବେ ହେଲେ ପ୍ରବେଶ କରନ୍ତି ନାହିଁ । ଯାହାଫଳର ସେହି ଘରେ ସବର୍ଦା ଧନର ଅଭାବ ଦେଖିବାକୁ ମିଳେ ଓ ସେହି ଘରର ଲୋକେ ସର୍ବଦା ଦୁଃଖୀ ରହିଥାନ୍ତି । ସେହି ଘରେ ସମସ୍ଯା କମ୍ ହେବ ପରିବର୍ତ୍ତେ ବଢି ବଢି ଚାଲେ । ତେବେ ଘରେ ସୁଖ ସମୃଦ୍ଧି ଓ ସକରାତ୍ମକତା ବୃଦ୍ଧି କରିବା ପାଇଁ ଘରର ମୁଖ୍ୟଦ୍ଵାରରେ କେଉଁ ସବୁ ଜିନିଷ ରଖିବେ ନାହିଁ ଆସନ୍ତୁ ଜାଣିବା ।

ଘରର ମୁଖ୍ୟଦ୍ଵାରର ବାସ୍ତୁ ଉପରେ ଯଥେଷ୍ଟ ଧ୍ୟାନ ଦେବା ଉଚିତ । ଘରର ମୁଖ୍ୟଦ୍ଵାରକୁ ଏପରି ରଖିବା ଉଚିତ ଯାହା ଦ୍ଵାରା ଆପଣଙ୍କୁ ଘରକୁ ସୁଖଶାନ୍ତିର ଆଗମନ ହେବ ଓ ସକାରାତ୍ମକ ଊର୍ଜା ମଧ୍ୟ ପ୍ରବେଶ କରିବ । ପ୍ରଥମତଃ ଆପଣ ନିଜ ନିଜ ଘରର ମୁଖ୍ୟଦ୍ଵାରକୁ ସର୍ବଦା ସଫାସୁତୁରା ରଖିବା ଉଚିତ । ଅନେକ ଲୋକ ଘରର ମୁଖ୍ୟଦ୍ଵାର ପାଖରେ ଗଛ ଲାଗି ଦେଇଥାନ୍ତି । ଯାହାର ଛାଇ ଘର ଉପରେ ପଡିଥାଏ । ଏହାସହ ଘରର ମୁଖ୍ୟଦ୍ଵାରରେ ଜୋତା ଓ ଚପଲ ଆଦି ରଖି ଦିଅନ୍ତି ଓ କିଛି ଲୋକ ଘରର ମୁଖ୍ୟଦ୍ଵାର ପାଖରେ ଡଷ୍ଟବିନ ମଧ୍ୟ ରଖିଥାନ୍ତି ।

କିନ୍ତୁ ଏପରି କରିବା ଅନୁଚିତ ଅଟେ । ଘରର ମୁଖ୍ୟଦ୍ଵାର ଅତ୍ୟନ୍ତ ସ୍ବଚ୍ଛ ରହିବା ଆବଶ୍ୟକ । ଘରର ମୁଖ୍ୟଦ୍ଵାର ପାଖରେ ଆପଣ ରଙ୍ଗୋଲି ବନାନ୍ତୁ ଓ ଶୁଭ ଲାଭ ଲେଖନ୍ତୁ । ପ୍ରତିଦିନ ସ୍ନାନ କରିବା ପରେ ଘରର ମୁଖ୍ୟଦ୍ଵାର ଉପରେ ଟିକେ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ଆପଣଙ୍କ ଘର ଆଡକୁ ଆକର୍ଷିତ ହେବେ ଓ ଆପଣଙ୍କ ଘରେ ବାସ କରିବେ । ଆପଣ ଯଦି ଘରର ମୁଖ୍ୟଦ୍ଵାର ପାଖରେ ଜୋତା ଚପଲ ଷ୍ଟାଣ୍ଡ ରଖିଛନ୍ତି ତେବେ ତାକୁ ସବର୍ଦା ଘୋଡାଇ କରି ରଖନ୍ତୁ ।

ଘରର ମୁଖ୍ୟଦ୍ଵାର ଉପରେ ଅଶୋକ ପତ୍ରର ହାର ଏବଂ ଫୁଲମାଳ ଦ୍ଵାରା ସଜାନ୍ତୁ । ଏପରି କରିବା ଦ୍ଵାରା ସକାରାତ୍ମକ ଊର୍ଜା ଆପଣଙ୍କ ଘର ଆଡକୁ ଆକର୍ଷିତ ହୋଇ ଆସନ୍ତି । ସବୁଠୁ ମହତ୍ବପୂର୍ଣ୍ଣ କଥା ହେଉଛି ଘରର ମୁଖ୍ୟଦ୍ଵାରକୁ ନେବେ ମଧ୍ୟ ଅନ୍ଧାର ରହିବାକୁ ଦିଅନ୍ତୁ ନାହିଁ । ଏହାଦ୍ବାରା ନକରାତ୍ମକ ଊର୍ଜା ଗୁଡିକ ଆପଣଙ୍କ ଘରକୁ ଆକର୍ଷିତ ହୋଇଥାନ୍ତି । ଘରର ମୁଖ୍ୟଦ୍ଵାରକୁ ସର୍ବଦା ଆଲୋକିତ କରି ରଖନ୍ତୁ ଓ ସେଠାରେ ଦୀପ ମଧ୍ୟ ଜଳାନ୍ତୁ ।

ଘରର ମୁଖ୍ୟଦ୍ଵାରରେ ଭଗବାନ ଗଣେଶଙ୍କା ଫଟୋ, ମାତା ଲକ୍ଷ୍ମୀଙ୍କ ଫଟୋ କିମ୍ବା ଚରଣ ପାଦୁକା ଲଗାଇବା ମଧ୍ୟ ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ । କିନ୍ତୁ ଏଗୁଡ଼ିକୁ ସର୍ବଦା ଘରର ଉଭୟ ଭିତର ଓ ବାହାର ପଟେ ଲଗାନ୍ତୁ । ଯାହାଦ୍ୱାରା ଭଗବାନ ଗଣେଶ ବା ମାତା ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ବସବାସ କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।