କୋଟିଏ ଟଙ୍କାର ଲଟେରିରେ କିଣିଥିବା ଜମିରେ କରୁଥିଲେ କନ୍ଦମୂଳ ଚାଷ, ଖୋଳିବାରୁ ମିଳିଲା ୧୦୦ ବର୍ଷ ପୁରୁଣା ମାଠିଆରୁ ବାହାରିଲା ଖଜାନା

ତିରୁଅନନ୍ତ ପୁରମ: କୁହାଯାଏ କି ଉପର ବାଲା ଯେବେବି ଦିଏ ଛପର ଫାଡିକି ଦିଏ । ଏହାର ବହୁତ ଉଦାହରଣ ଦେଖିବାକୁ ମିଳିଛି । ପୂର୍ବ ବର୍ଷ ଖ୍ରୀଷ୍ଟମାସରେ ଜଣେ ବ୍ୟକ୍ତି ଲଟେରିରେ ୬ କୋଟି ଟଙ୍କା ଜିତି ଥିଲା, ବର୍ତମାନ ଠିକ ଗୋଟିଏ ବର୍ଷ ପରେ ସେହି ଲୋକର ଭାଗ୍ୟ ପୁଣି ଥରେ ବଦଳିଗଲା ।

କେରଳ ର ୬୬ ବର୍ଷ ର ରତ୍ନାକର ପିଲ୍ଲୋଡି ପୂର୍ବ ବର୍ଷ ନିଜ ଭାଗ୍ୟ ପାଇଁ ଲଟେରି ଜିତିଥିଲେ । ଏହି ଲଟେରି ରେ ସେ ୬ କୋଟି ଟଙ୍କା ଜିତିଥିଲେ । ଏହି ଟଙ୍କାରେ ସେ କିଲିମାନୁର ରେ ଏକ ଜମି କିଣି ଥିଲେ । ସେ ଏହି ଜମିରେ କନ୍ଦମୂଳ ଚାଷ କରୁଥିଲେ । ଚାଷ ନିମିତ ସେ ଯେତେବେଳେ ଜମିକୁ ହଳ କରୁଥିଲେ, ସେତେବେଳେ ତାଙ୍କୁ ୧୦୦ ବର୍ଷ ପୁରୁଣା ଏକ ମାଠିଆ ମିଳିଲା । ସେହି ମାଠିଆରେ ଯାହା ଥିଲା ସେଇଟା ତାଙ୍କ ଭାଗ୍ୟକୁ ପୁଣି ବଦଳେଇଦେଲା ।

ଯେତେବେଳେ ପିଲ୍ଲୋଡି ମାଠିଆଟିକୁ ବାହାର କରିଥିଲେ, ତା’ ଭିତରେ ଥିବା ଜିନିଷ ତାଙ୍କୁ ଚକିତ କରିଦେଇଥିଲା । ମାଠିଆ ଭିତରେ ୨୫୯୫ ଟି ମୁଦ୍ରା ଥିଲା, ଏହି ମୁଦ୍ରା ଗୁଡିକର ଓଜନ ୨୦ କିଲୋ ୪୦ ଗ୍ରାମ ଥିଲା । ସବୁ ମୁଦ୍ରା ତମ୍ବାର ଥିଲା । ଏହାରା ମୂଲ୍ୟର ଅନ୍ଦାଜ ଏପର୍ଯ୍ୟନ୍ତ ଲଗାଯାଇ ପାରି ନାହିଁ । ଏଥିପାଇଁ ସେଗୁଡିକୁ ଲ୍ୟାବ ପଠାଇ ଦିଆଯାଇଛି ।

କୁହାଯାଉଛି କି ଏହି ମୁଦ୍ରାଗୁଡିକ ତ୍ରବନକୋର ର ୨ ମହାରାଜାଙ୍କର ଶାସନ କାଳର ଅଟେ, ଯେଉଁଥିପାଇଁ ଜଣା ଯାଉଛି କି ଏହି ମୁଦ୍ରାଗୁଡିକର ମୂଲ୍ୟ ବହୁତ ଅଧିକ ଅଟେ ।