ଭାରତରେ ଏମିତି ଏକ ମନ୍ଦିର ଯେଉଁଠି ଭୋଗ ଲାଗିଥାଏ ମଟନ ବିରିଆନୀ, ଏ ବର୍ଷ ୧୦୦ ଟି ଛେଳି ଓ ୬୦୦ ଟି କୁକୁଡାରେ ହୋଇଛି ପ୍ରସାଦ

ଆମ ଦେଶରେ ବହୁ ସଂଖ୍ୟାରେ ମନ୍ଦିର ରହିଛି ଓ ସବୁ ନିଜ ନିଜର ବିଶେଷତ୍ଵ ପାଇଁ ଲୋକପ୍ରିୟ । ଭକ୍ତମାନେ ଏହି ମନ୍ଦିରରେ ପ୍ରସାଦ ଚଢାନ୍ତି । ଆପଣମାନେ ମନ୍ଦିରରେ ବିଭିନ୍ନ ପ୍ରକାରର ପ୍ରସାଦ ଲାଗୁ ଥିବାର ଦେଖିଥିବେ । ହେଲେ ଆପଣମାନେ କେବେ ମଟନ ବିରିଆନୀର ପ୍ରସାଦ ଲାଗୁ ଥିବାର ଦେଖିଛନ୍ତି । ହଁ ଆଜ୍ଞା ଏହା ସତ । ତାମିଲନାଡୁ ର ମଦୁରାଇ ଜିଲ୍ଲା ସ୍ଥିତ ଏକ ମନ୍ଦିରରେ ପ୍ରସାଦ ରୂପରେ ମଟନ ବିରିଆନୀ ଲାଗି ହୁଏ ।

ମଦୁରାଇ ଗାଁରେ ଦେବୀ ମୂନୀୟାନ୍ଦୀଙ୍କ ପାଇଁ ବର୍ଷକୁ ଥରେ ଏକ ଯାତ୍ରା ହୋଇଥାଏ । ଏଠାରେ ବହୁତ ବର୍ଷରୁ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ମଟନ ବିରିଆନୀ ପ୍ରସାଦ ରୂପରେ ଲାଗି ହୁଏ । ଏହା ପରେ ଯାତ୍ରାକୁ ଆସିଥିବା ହଜାର ହଜାର ଲୋକଙ୍କୁ ପ୍ରସାଦ ବଣ୍ଟାଯାଏ । ଏହି ପରମ୍ପରାର ଆରମ୍ଭ ୧୯୭୩ ରେ ମଟନ ବିରିଆନୀ ବିକ୍ରି କରୁଥିବା ଜଣେ ହୋଟେଲର ମାଲିକ ଗୁରୁ ସ୍ଵାମୀ ନାୟଡୁ କରିଥିଲେ ।

କୁହାଯାଏ କି ଗୁରୁସ୍ଵାମୀ ନାୟଡୁ ଦେବୀଙ୍କ ନାମରେ ସେହି ହୋଟେଲଟି ଖୋଲିଥିଲେ, ଯାହାଫଳରେ ତାଙ୍କର ବିଜିନେସ୍ ବହୁତ ସଫଳ ହୋଇଥିଲା । ସେଥିପାଇଁ ସେ ମା’ଙ୍କ ଦୟା ଦୃଷ୍ଟି ରଖିବା ପାଇଁ ମା’ଙ୍କୁ ମଟନ ବିରିଆନୀ ଭେଟ କରିଥିଲେ । ସେଥିପାଇଁ ସବୁ ହୋଟେଲ ମାଲିକ ମିଶି ଏହି ଯାତ୍ରାକୁ ଅୟୋଜନ କରନ୍ତି । ଏହି ବର୍ଷ ୨ କ୍ଵିଣ୍ଟାଲ ଚାଉଳ, ୧୦୦ ଛେଳି ଓ ୬୦୦ କୁକୁଡା ବଳି ଦିଆଯାଇଥିଲା । ଏହି ପ୍ରସାଦକୁ ୮୦୦୦ ଲୋକଙ୍କୁ ବଣ୍ଟାଯାଇଥିଲା ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ ବକ୍ସ ରେ କମେଣ୍ଟ କରନ୍ତୁ ।