Jyotish Shastra: କୋଟିଏରେ ଗୋଟିଏ ହୋଇଥାନ୍ତି ଏହି 4ଟି ନାମର ଝିଅ, ଯାହାଙ୍କ ପାଦ ଘରେ ପଡିବା ମାତ୍ରେ ଘରେ ବଢିଚାଲେ ଧନ ସମ୍ପତ୍ତି

ପ୍ରତ୍ଯେକ ବ୍ଯକ୍ତିର ସ୍ଵଭାବ ଏକ ଆରେକ ଠାରୁ ଭିନ୍ନ ହୋଇଥାଏ । ଜ୍ଯୋତିଷ ଅନୁସାରେ ବ୍ଯକ୍ତିର ନାମର ପ୍ରଥମ ଅକ୍ଷରରୁ ତାଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଅନେକ କିଛି ଜାଣି ହୁଏ । ପ୍ରତ୍ଯେକ ଲୋକ ନିଜ ଜୀବନରେ ଉତ୍ତମ ଜୀବନସାଥି ଟିଏ ଚାହିଁଥାନ୍ତି ।

ତେବେ ଯଦି ଆପଣ ଜୀବନସାଥିଙ୍କ ସ୍ଵଭାବ, ଗୁଣ ଏବଂ ବ୍ୟକ୍ତିତ୍ବ ବିଷୟରେ ପ୍ରଥମରୁ ଅନ୍ଦାଜ ଲଗାଇ ପାରିବେ ତେବେ ଆପଣଙ୍କ ଜୀବନ ସରଳ ଓ ସୁଖମୟ ହୋଇପାରିବ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଏପରି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ କୋଟିଏ ରେ ଗୋଟିଏ ବୋଲି କୁହାଯାଏ । ଏହି ସ୍ତ୍ରୀ ମାନେ ସାକ୍ଷାତ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ଅଟନ୍ତି ଏବଂ ନିଜ ବାପଘର ଓ ଶାଶୁଘର ଉଭୟଙ୍କ ପାଇଁ ଖୁବ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ଏହି ଝିଅ କେଉଁମାନେ ।

ପ୍ରଥମ ଅକ୍ଷରଟି ହେଉଛି ଇଂରାଜୀ ଅକ୍ଷର B । ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ବହୁତ ସଜାଗ ରହି କଥାବାର୍ତ୍ତା କରନ୍ତି ଓ ଯେଉଁ କାର୍ଯ୍ୟ କରିବାକୁ ସ୍ଥିର କରନ୍ତି ତାହା ନିଶ୍ଚିତ ଭାବେ କରନ୍ତି । ଏହି ଝିଅମାନେ ନିଜ ଜୀବନସାଥୀଙ୍କୁ ବହୁତ ଭଲ ପାଇବା ସହ ସମ୍ମାନ ମଧ୍ୟ କରନ୍ତି । ତାଙ୍କୁ କେବେ ଧୋକା ଦିଅନ୍ତି ନାହିଁ ଏବଂ ପରିବାର ସଦସ୍ୟଙ୍କ ମଧ୍ୟ ଖୁବ ଯତ୍ନ ନିଅନ୍ତି । ଏହି ନାମର ଝିଅଙ୍କୁ ବିବାହ କରିବା ସୌଭାଗ୍ୟର କଥା ଅଟେ ।

ଦ୍ଵିତୀୟ ଅକ୍ଷରଟି ହେଉଛି R ଏହି ନାମର ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ଓ ସେମାନଙ୍କ ହୃଦୟ ମଧ୍ୟ କୋମଳ ଏବଂ ସଫା ହୋଇଥାଏ । ଏମାନେ ଜୀବନସାଥୀଙ୍କୁ ଖୁବ ପ୍ରେମ କରନ୍ତି ଓ ସର୍ବଦା ତାଙ୍କ ପ୍ରତି ବିଶ୍ଵସ୍ତ ରୁହନ୍ତି । ଜୀବନସାଥିଙ୍କର ଛୋଟ ବଡ ସମସ୍ତ ଆବଶ୍ୟକତା ପୂରଣ କରିବା ସହ ଖୁବ ଯତ୍ନ ମଧ୍ୟ ନିଅନ୍ତି । ଆପଣଙ୍କ ଜୀବନରେ ଯଦି ଏହି ଅକ୍ଷରର ଝିଅ ଅଛନ୍ତି ତେବେ ଆପଣ ଖୁବ ଭାଗ୍ୟଶାଳୀ ଅଟନ୍ତି ।

ତୃତୀୟ ଅକ୍ଷରଟି ହେଉଛି S । ଏହି ନାମର ଝିଅଙ୍କ ସ୍ଵଭାବ ଖୁବ ମଜାଦାର ହୋଇଥାଏ । ଏମାନେ ସବୁବେଳେ ଖୁସିରେ ରହିବାକୁ ଭଲ ପାଆନ୍ତି ଓ ଅନ୍ୟ ମାନଙ୍କୁ ମଧ୍ୟ ସର୍ବଦା ଖୁସି ପ୍ରଦାନ କରନ୍ତି । ନିଜର ଏଭଳି ସ୍ଵଭାବ ଯୋଗୁଁ ଏମାନେ ସମସ୍ତଙ୍କ ହୃଦୟ କିଣି ନେଇଥାନ୍ତି । ଏହି ଝିଅମାନେ ବିବାହ ପରେ ତାଙ୍କ ଶାଶୁଘର ଲୋକଙ୍କ ସହ ଖୁବ ହସଖୁସିରେ ରୁହନ୍ତି । ତାଙ୍କର ଏହିପରି ସ୍ଵଭାବ ହେତୁ ତାଙ୍କ ଜୀବନସାଥି ଖୁବ ଆକର୍ଷିତ ହୁଅନ୍ତି ଓ ଖୁବ ଭଲ ମଧ୍ୟ ପାଆନ୍ତି ।

ଚତୁର୍ଥ ଅକ୍ଷରଟି ହେଉଛି M । ଏହି ନାମର ଝିଅମାନେ ଯେଉଁ ସ୍ଥାନକୁ ମଧ୍ୟ ଯାଆନ୍ତି, କେବଳ ଖୁସି ବିତରଣ କରନ୍ତି । ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ସର୍ବଦା କୃପା ବଜାୟ ରଖିଥାନ୍ତି ଓ ଏମାନେ ନିଜ ଶାଶୁଘରେ ସୁଖ ସମୃଦ୍ଧି ସ୍ଥାପନ କରିଥାନ୍ତି । ସମୁଦାୟ ଭାବେ ଏହି ନାମର ଝିଅମାନେ ଅତ୍ୟନ୍ତ ସୌଭାଗ୍ଯଶାଳୀ ହୋଇଥାନ୍ତି । ଆପଣଙ୍କ ଜୀବନରେ ଏପରି କେହି ଅଛନ୍ତି କି ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।