କୋଇଲାରୁ କେମିତି ତିଆରି ହୁଏ ବିଦ୍ୟୁତ ? ବିଦ୍ୟୁତ ଶକ୍ତି ତିଆରି ହେବାର ଏହି ପ୍ରୋସେସ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ

ବିଦ୍ୟୁତ ଶକ୍ତି ଆମ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ । ଅଳ୍ପ ସମୟ ପାଇଁ ବିଦ୍ୟୁତ କଟିଗଲେ ଆମେ ବିଦ୍ୟୁତ୍ବ କମ୍ପାନୀକୁ ଖୁବ ଗାଳି ଦେଇଥାଉ । କିନ୍ତୁ କେବେ ଭାବିଛନ୍ତି କି ଏତେ ଦୂରରୁ ଆମକୁ ସୁବିଧା ଯୋଗାଇ ଦେଉଥିବା ବିଦ୍ୟୁତ କେମିତି ତିଆରି ହୁଏ ? ଏତେ ସହଜରେ ତିଆରି ହୋଇ ନଥାଏ ଏହି ବିଦ୍ୟୁତ ଶକ୍ତି । ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ରୋଚକ ବିଷୟ ନେଇ ଆସିଛୁ । ଚାଲନ୍ତୁ ଜାଣିବା କୋଇଲାରୁ କେମିତି ତିଆରି କରାଯାଏ ଏହି ବିଦ୍ୟୁତ ଶକ୍ତି ।

ଭାରତ ଭଳି କିଛି ଦେଶ ବିଦ୍ୟୁତ ଶକ୍ତି ଉତ୍ପନ୍ନ କରିବା ପାଇଁ କୋଇଲା ଉପରେ ଅଧିକ ନିର୍ଭରଶୀଳ । କୋଇଲାରୁ ବିଦ୍ୟୁତ ପ୍ରସ୍ତୁତ କରିବା ପାଇଁ ଏକ ବିରାଟ ବଡ ଅଞ୍ଚଳରେ ପାୱାର ପ୍ଳାଣ୍ଟ ନିର୍ମାଣ କରାଯାଏ ଓ ପାଣିର ସୁବିଧା ପାଇଁ ସ୍ଥାନ ରଖାଯାଏ । ଯେଉଁ ପ୍ଳାଣ୍ଟ ମାନଙ୍କରେ କୋଇଲାରୁ ବିଜୁଳି ପ୍ରସ୍ତୁତ ହୁଏ ସେଠାରେ ପ୍ରାୟ ଦେଢ ମିଲୟନ ଟନ୍ ର କୂଇଲା ଏକାସାଥିରେ ଷ୍ଟୋର କରି ରଖାଯାଏ । ଏତିକି କୋଇଲା ପ୍ରାୟ ୪୦ଦିନର ବିଦ୍ୟୁତ ଉତ୍ପାଦନ ପାଇଁ ଜରୁରୀ ହୋଇଥାଏ ।

ଏଥିପାଇଁ ଏକ କୋଲ ୟାର୍ଡରେ କୋଇଲା ଗୁଡିକୁ ବ୍ୟବସ୍ଥିତ ଢଙ୍ଗରେ ରଖାଯାଏ । ପ୍ରଥମେ କୋଇଲାକୁ ରେଳଗାଡିରେ ଭର୍ତ୍ତି କରି ଅଣାଯାଏ ଓ ତା’ପରେ ରେଳଗାଡିର ଡବା ଗୁଡିକୁ ଅଲଗା କରି ଦିଆଯାଏ । ଏହାପରେ ଗୋଟି ଗୋଟି କରି ରେଳ ଡବାଗୁଡିକୁ ଏକ ନିର୍ଦ୍ଧାରିତ ସ୍ଥାନକୁ ଆଣି ମେସିନ ସାହାଯ୍ୟରେ ଓଲଟାଇ ଦିଅନ୍ତି, ଫଳରେ କୋଇଲା କୋଲ ୟାର୍ଡରେ ଷ୍ଟୋର ହୋଇ ରୁହେ ।

ସେଠାରୁ ଏକ ଜନ୍ତ୍ର ସାହାଯ୍ୟରେ କୋଇଲା ଗୁଡିକୁ ଆଗକୁ ଆଗକୁ ପଠାଯାଏ । କୋଲ ୟାର୍ଡରେ ପବନ ବୋହିଲେ କୋଇଲା ଉଡିବାକୁ ଲାଗନ୍ତି ତେଣୁ ସମୟ ସମୟରେ ଏହା ଉପରେ ପାଣି ମଧ୍ୟ ଛିଞ୍ଚିବାକୁ ପଡିଥାଏ । ବିଦ୍ୟୁତ ବନାଇବା ପାଇଁ କୋଇଲା ଗୁଡିକୁ ପ୍ରଥମେ ଏକ ବାୱେଲ ମେସିନରେ ଭଲ ଭାବେ ଗୁଣ୍ଡ କରି ଦିଆଯାଏ । ଏହାପରେ ଏକ ବଡ ବଏଲର ମଧ୍ୟକୁ ଏହି ବ୍ଲାକ ପାଉଡର ଗୁଡିକୁ ପଠାଯାଏ ।

କୋଇଲାର ଭାରି ଅଂଶ ତଳେ ପାଉଁଶ ହୋଇ ଜମା ହୋଇଥାଏ ଓ ହାକୁଳା ନାଶ ଧୂଆଁ ହୋଇ ଚିମନୀ ବାଟେ ବାହାରକୁ ବାହାରିଯାଏ । ଏହାରି ମଧ୍ୟରେ ଯେଉଁ ନିଆଁ ଲାଗି ରହିଥାଏ ତାହା ପାଣି ଭର୍ତ୍ତି ଟ୍ଯୁବକୁ ଅତ୍ୟଧିକ ମାତ୍ରାରେ ତାପମାତ୍ରା ପହଞ୍ଚାଇ ଥାଏ ଓ ପାଣିକୁଆ ବାସପରେ ପରିଣତ କରିଥାଏ । ଏହି ବାଷ୍ପ ଅତ୍ୟଧିକି ତାତିଗଲେ ଏହାକୁ ଟ୍ଯୁବ ମାଧ୍ୟମରେ ଆଗକୁ ପଠାଯାଏ ।

ତାପମାତ୍ରାରେ ଯେପରି ଟ୍ଯୁବ ପାଇପ ଫାଟି ନଯିବ ସେଗୁଡିକୁ ସେପରି ନିର୍ମାଣ କରା ଯାଇଥାଏ । ଏହାପରେ ଟର୍ବାଇନ ବା ପାୱାର ପ୍ଳାଣ୍ଟର ହାର୍ଟ ଯାହାକୁ କୁହାଯାଏ ତାହା ତାପମାତ୍ରା ଓ ଚାପକୁ ନିଜ ମଧ୍ୟକୁ ନେଇ ଉଚ୍ଚ ଯାନ୍ତ୍ରିକ ଶକ୍ତି ସୃଷ୍ଟି କରିଥାଏ । ଏଥିପାଇଁ ତାହା ଲଗାତାର ଘୂରିଥାଏ । ଏହି ଶକ୍ତିକୁ ଏକ ବଡ ଜେନେରେଟରକୁ ଟ୍ରାନ୍ସଫର କରାଯାଏ । ସେଟାକୁ ଯାଇ ଏହା ବିଦ୍ୟୁତ ସୃଷ୍ଟି କରେ ଓ ସାଙ୍ଗେ ସାଙ୍ଗେ ଏହା ତାର ସାହାଯ୍ୟରେ ଅନ୍ୟ ବିଦ୍ୟୁତ ଷ୍ଟେସନ ମାନଙ୍କୁ ପଠାଯାଏ ।

ବିଜୁଳି ଶକ୍ତି ଛାଡିବା ସମୟରେ ଏହାକୁ ହାଇ ଭୋଳଟେଜରେ ଟ୍ରାନ୍ସଫର କରାଯାଏ । କିନ୍ତୁ ଏସବୁ ବିଭିନ୍ନ ଷ୍ଟେସନ ମାନଙ୍କରେ ରଖି ସେଠାରୁ ଆମ ଘରମାନଙ୍କୁ ଆବଶ୍ଯକୀୟ ଭୋଲଟେଜରେ ବୁଦ୍ୟୁତ ଶକ୍ତି ପଠାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।