ନାଗସାପର ମୁଣ୍ଡରୁ ବାହାରୁଥିଲା ଏମିତି ଆଲୋକ କି ଲୋକମାନେ ଆଶ୍ଚର୍ଯ୍ୟ ହେଇ କରିବାକୁ ଲାଗିଲେ ଏହି କାମ

ସମସ୍ତଙ୍କୁ ଆମର ଏହି ଆର୍ଟିକୀଳରେ ସ୍ଵାଗତ । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘଟଣା ଆଣିଛୁ ଯାହା ବିଷୟରେ ଶୁଣି ଆପଣ ବିଶ୍ଵାସ କରି ପାରିବେ ନାହିଁ । କର୍ଣାଟକର ଚିକମଂଗଲୁରୁରେ ହୋଲମାକି ଗ୍ରାମରେ ଏକ ଦୁର୍ଲଭ ପ୍ରଜାତିର ନାଗକୁ ବର୍ତ୍ତମାନ ସୋସିୟାଲ ମିଡିୟାରେ ବହୁତ ଭାଇରାଲ କରାଯାଉଛି । କହିବାକୁ ଗଲେ ନାଗ ସାପର ମୁଣ୍ଡରେ ଏକ ନାଲି ରଙ୍ଗର ରଶ୍ମୀ ଦେଖାଯାଉଥିଲା ।

ଏବଂ ସେହି ଗ୍ରାମର ଲୋକମାନେ ଏହାକୁ ଦେବତାଙ୍କ ଶକ୍ତି ବୋଲି କହୁଛନ୍ତି । ସାପର ମୁଣ୍ଡରୁ ବାହାରୁଥିବା ନାଲି ରଙ୍ଗର ଆଲୋକର ଫଟୋ ବହୁତ ଭାଇରାଲ ହେଉଛି । ଚାଲନ୍ତୁ ଏହାକୁ ବିସ୍ତାରରେ ଜାଣିବା ।

ସେହି ଗ୍ରାମର ଲୋକ ଅଭିନାଶ କହିଲେ କି ସେହି ଦିନ ଜମିରେ ମୋର କୁକୁର ବହୁତ ଜୋରରେ ଭୁକୁ ଥିଲା । ତେବେ ମୁଁ ଭାବିଲି କି କୌଣସି ପଶୁ ଜମିରେ ପଶି ଆସିଛି । ଏହା ପରେ ମୁଁ ଯାଇ ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ଅଭିନାଶ ଦେଖିଲେ କି ନାଗ ସାପର ମୁଣ୍ଡରୁ ଗୋଟିଏ ନାଲି ରଙ୍ଗର ଆଲୋକ ବାହାରୁଛି । ତୁରନ୍ତ ଅଭିନାଶ ଏହି ଘଟଣାର ଭିଡିଓ କରି ଭାଇରାଲ କରିଦେଲେ । ଏହି ଭିଡିଓ ବହୁତ ଜଲ୍ଦି ଭାଇରାଲ ହେବାକୁ ଲାଗିଲା ।

ଏବଂ ଇଣ୍ଟର୍ନେଟ ଦୁନିଆରେ ନିଆ ଲଗାଇଦେଲା । ଅଭିନାଶ କହିଲେ କି ଯଦି ମୋ କୁକୁର ଭୋକିବାର ଆବାଜ ନ ଶୁଣି ଯାଇ ନଥାନ୍ତି ତେବେ ମୁଁ ଏହି ସବୁ ଦୃଶ୍ୟ ଦେଖି ପାରି ନଥାନ୍ତି ।

ସେଠାକାର ସ୍ଥାନୀୟ ଲୋକମାନେ କୁହନ୍ତି କି ଏହି ସାପକୁ ଆଉ ଥରେ ବି ଦେଖା ଯାଇଛି । ଏବଂ ଲୋକମାନଙ୍କର କହିବା ଅଟେ କି ଏହି ସାପରେ ଦେବତାଙ୍କର ଶକ୍ତି ଅଛି ଏବଂ ଏହି ସାପ ଏକ ସାଧାରଣ ସାପ ନୁହେଁ । ସେଥିପାଇଁ ଲୋକମାନେ ଏହି ସାପର ପୂଜା କରିବାକୁ ଲାଗିଲେ । ଏହା ପରେ ଏହି କଥା ଉପରେ ଯେତେବେଳେ ରିସର୍ଚ କରାଗଲା ସେତେବେଳେ ଯେଉଁ ସତ୍ୟତା ସାମନାକୁ ଆସିଲା ତାହକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

କହିବାକୁ ଗଲେ ସେହି ସାପର ମୁଣ୍ଡରୁ କୌଣସି ପ୍ରକାରର ନାଲି ରଙ୍ଗର ଆଲୋକ ବାହାରୁ ନଥିଲା । କାରଣ ଯେତେବେଳ ଏହି ଘଟଣା ହେଇଥିଲା ସେହି ସମୟରେ ସାପର ମୁଣ୍ଡରେ ସୂର୍ଯ୍ୟଙ୍କର ଆଲୋକ ପଡୁ ଥିଲା ଯେଉଁ କାରଣରୁ ସାପର ମୁଣ୍ଡରେ ନାଲି ରଙ୍ଗର ଆଲୋକ ଚମକୁଥିଲା । ଯାହାକୁ ଲୋକମାନେ ଦେବତାଙ୍କ ଶକ୍ତି ବୋଲି ଭାବୁଥିଲେ ।