ଏହି ଉପାୟରେ ନିଜ କିଡନିକୁ ରଖନ୍ତୁ ସୁସ୍ଥ, ହେବ ନାହିଁ କୌଣସି ସମସ୍ୟା

କିଡନି ଆମ ଶରୀରର ମୁଖ୍ୟ ଅଙ୍ଗ ଅଟେ । ଏହା ଆମ ରକ୍ତକୁ ସ୍ଵଚ୍ଛ ରଖିବାରେ ସାହାଯ୍ୟ କରେ । ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ମଣିଷ ଠିକ ରୂପେ ନିଜ ଶରୀରର ଯତ୍ନ ନେଇ ପାରେନାହିଁ । ଯାହା ଦ୍ଵାରା କିଡନି ଜନିତ ରୋଗ ଦେଖା ଦେଇଥାଏ । ନିଜ ଖାଦ୍ୟ ପେୟରେ ମଧ୍ୟ ଠିକ ରଖୁ ନଥିବାରୁ ମଣିଷକୁ ଏହି ପରି ରୋଗର ସମ୍ମୁଖୀନ ହେବାକୁ ପଡୁଛି । ଆସନ୍ତୁ ଜାଣିବା କିଡନି ରୋଗର ଲକ୍ଷଣ କଣ ଅଟେ । ଅଣ୍ଟା ବିନ୍ଧିବା, ମୁଣ୍ଡ ବିନ୍ଧିବା, ଶରୀର ଫୁଲିଯିବା ଓ ୟୁରିନର ସମସ୍ୟା ମଧ୍ୟ ଦେଖାଯାଏ । ଆପଣ ଏହିପରି ଲକ୍ଷଣ ଦେଖିଲେ ଡକ୍ଟରଙ୍କ ସହ ପରାମର୍ଶ କରନ୍ତୁ ।

ଆପଣ ଠିକ ସମୟରେ କିଡନି ରୋଗର ଚିକିଶ୍ଚା କରିବା ଦ୍ଵାରା ବଡ ବଡ ସମସ୍ୟାରୁ ରକ୍ଷା ପାଇପାରିବେ । ଯେଉଁ ବ୍ୟକ୍ତି କିଡନି ଜନିତ ସମସ୍ୟା ସହ ସମ୍ପୃକ୍ତ ଅଟେ, ସେମାନଙ୍କୁ କେତେକ କଥାର ଧ୍ୟାନ ଦେବା ଉଚିତ । ଆସନ୍ତୁ ଜାଣିବା କଣ ଅଟେ ସେହି ମୁଖ୍ୟ କଥା ଯାହାର ଧ୍ୟାନ ଦେବା ଉଚିତ । ଭିଟାମିନ ସେବନ କରିବା ଦ୍ଵାରା ମଣିଷକୁ କିଡନି ଜନିତ ରୋଗରୁ ଉପଶମ ମିଳିଥାଏ ।

ଭିଟାମିନ ବି ୬ର ସେବନ କଲେ କିଡନି ଷ୍ଟୋନ ପରି ରୋଗରୁ ମଣିଷ ବଞ୍ଚିଥାଏ । ଭିଟାମିନ ସି ସେବନ କରିବା ଦ୍ଵାରା କିଡନୀ ଖରାପ ହେବାରୁ ରକ୍ଷା ମିଳେ । ଭିଟାମିନ ଡି ସେବନ କରିବା ଦ୍ଵାରା କିଡନି ରୋଗର ଲକ୍ଷଣରୁ ରକ୍ଷା ମିଳେ ।

କିଡନି ରୋଗରୁ ଶରୀରକୁ ରକ୍ଷା କରିବା ପାଇଁ ବାହାର ଖାଦ୍ୟ ଖାଇବା ଉଚିତ ନୁହେଁ । କୌଣସି ଜଙ୍ଗ ଫୁଡ ଓ ରେଷ୍ଟୁରାଣ୍ଟ ର ଖାଦ୍ୟ ଖାଇବା ଅନୁଚିତ ଅଟେ । ଏହିପରି ଖାଦ୍ୟରେ ଲୁଣ ଅଧିକ ରହିଥାଏ, ତେଣୁକରି ଏହି ସମସ୍ତ ଖାଦ୍ୟକୁ ପରିତ୍ୟାଗ କରିବା ଉଚିତ । ଜଣେ ବ୍ୟକ୍ତିଙ୍କୁ ଅଧିକରୁ ଅଧିକ ମାତ୍ରାରେ ପାଣି ପିଇବା ଉଚିତ । ଏହା ଦ୍ଵାରା ଶରୀରର ଦୂଷିତ ପଦାର୍ଥ ୟୁରିନ ଜରିଆରେ ବାହାରକୁ ବାହାରିଯାଏ ।

ୟୁରିନ ବହୁତ ସମୟ ପର୍ଯ୍ୟନ୍ତ ଅଟକାଇବା ଦ୍ଵାରା ମଧ୍ୟ କିଡନି ରୋଗ ଦେଖାଦିଏ, ତେଣୁକରି ଏପରି କରିବା ଅନୁଚିତ ଅଟେ । ରାତିରେ ଠିକ ଭାବେ ନ ଶୋଇବା ଦ୍ଵାରା ବ୍ଲଡ ପ୍ରେସରର ସମସ୍ୟା ଦେଖାଦିଏ । ଏହା ମଧ୍ୟ କିଡନି ଜନିତ ରୋଗର କାରଣ ହୋଇଥାଏ । ସାଧାରଣତଃ ଜଣେ ବ୍ୟକ୍ତିକୁ ଗୋଟେ ଦିନରେ ୭ ରୁ ୮ ଘଣ୍ଟା ଶୋଇବା ଉଚିତ । ଚା ଏବଂ କଫି ଅଧିକ ସେବନ କରିବା ମଧ୍ୟ କିଡନି ସମସ୍ୟାର ଏକ କାରଣ ଅଟେ । ଚା ଓ କଫି କମ ବ୍ୟବହାର କରି ଅଧିକ ପାଣି ପିଇବା ଉଚିତ ।

ଅଧିକ ମାତ୍ରାରେ ପେନ କିଲର ବ୍ୟବହାର କରିବା ଦ୍ଵାରା ମଧ୍ୟ କିଡନି ରୋଗ ହୁଏ, ତେଣୁ କରି ସବୁବେଳେ ଡାକ୍ଟରଙ୍କ ବିନା ପରାମର୍ଶରେ ଔଷଧ ବ୍ୟବହାର କରିବା ଉଚିତ ନୁହେଁ । ମୋଟାପଣ ମଧ୍ୟ ଏକ ଲକ୍ଷଣ ଅଟେ । ଏହା ଦ୍ଵାରା ଡାଇବେଟିସ ଓ ବ୍ଲଡ ପ୍ରେସର ପରି ରୋଗ ଜନ୍ମ ନେଇଥାନ୍ତି । ଆପଣ କିଡନି ସମସ୍ୟାର ଲକ୍ଷଣ ଗୁଡିକୁ ଭଲ ରୂପେ ଜାଣି ସାରିଥିବେ । ଏଥି ପ୍ରତି ଧ୍ୟାନ ଦେଇ ନିଜ ଶରୀରକୁ ସୁସ୍ଥ ରଖନ୍ତୁ ।