ଫଳ ଗୁଡିକ ଉପରେ ଲାଗିଥିବା ଷ୍ଟିକରର ଅର୍ଥ କଣ ହୋଇଥାଏ, ଆସନ୍ତୁ ଜାଣିବା ଏହା ବିଷୟରେ

ଫଳର ସେବନ କରିବା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଫଳ ଶରୀରକୁ ସୁସ୍ଥ ରଖିବାରେ ସହାୟତା କରିଥାଏ । ଫଳର ସେବନ ଦ୍ଵାରା ଶରୀର ସୁସ୍ଥ ରହିଥାଏ ଏବଂ କେତେକ ମାରାତ୍ମକ ରୋଗ ଦୂର ହୋଇଥାଏ । ଆପଣମାନେ ଯେବେ ଫଳ କିଣିବା ପାଇଁ ବଜାରକୁ ଯାଆନ୍ତି, ଆପଣ ଫଳ ଉପରେ କିଛି ଷ୍ଟିକର ଲାଗିବାର ଦେଖିଥିବେ । ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଆସିଥିବ କି ଫଳରେ ଷ୍ଟିକର କାହିଁକି ଲାଗିଥାଏ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଫଳରେ ଲାଗିଥିବା ଷ୍ଟିକରରେ ଫଳର ଦାମ ଓ ଏକ୍ସପାଏରି ଡେଟ ସହ ପିଏଲୟୁ କୋଡ ରହିଥାଏ । ପିଏଲୟୁ କୋଡ ଦ୍ଵାରା ଆପଣ ସେହି ଫଳ ବିଷୟରେ ବହୁତ କିଛି ଜାଣିପାରିବେ । ଏହି ପିଏଲୟୁ କୋଡରେ ୪ଟି ଡିଜିଟ ରହିଥାଏ । ଏହା ଦର୍ଶାଇ ଥାଏ କି ଏହି ଫଳକୁ ଉତ୍ପାଦନ କରିବା ପାଇଁ ପେଷ୍ଟିସାଇଡର ଉପଯୋଗ କରାଯାଇଛି । ଏହି କୋଡର ଶେଷ ୪ ଟି ଅକ୍ଷର ଏହା ଦର୍ଶାଇ ଥାଏ, କି ଆପଣ ଯେଉଁ ପ୍ରଡ଼କ୍ଟ ନେଉଛନ୍ତି, ତାହା ଫଳ ନା ପରିବା ।

୧. ଆପଣମାନେ ସବୁ ଫଳରେ ଏହି ଷ୍ଟିକର ଦେଖିଥିବେ । ଏହି ଷ୍ଟିକର ମାଧ୍ୟମରେ ଜଣା ପଡିଥାଏ, ଯେ ଫଳ ଭଲ ଅଛି ନା ବାସି ଅଛି ।

୨. ୪ଟି ନମ୍ବର ଥିବା କୋଡର ପ୍ରଡ଼କ୍ଟ ଗୁଡିକ ପରମ୍ପରାଗତ କୀଟନାଶକର ଉପଯୋଗରେ ଉପାଦାନ ହୋଇଥାଏ ।

୩. ୫ ନମ୍ବର ଥିବା କୋଡର ପ୍ରଡ଼କ୍ଟ ଆନୁବାଂଶିକ ରୂପରେ ସଂଶୋଧିତ ହେବାର ସୂଚନା ଦେଇଥାଏ ।

୪. ୫ ନମ୍ବର କୋଡ ଥିବା ପ୍ରଡ଼କ୍ଟର ନମ୍ବର ଯଦି ୯ରୁ ଆରମ୍ଭ ହୋଇଥାଏ ତେବେ ଏହାକୁ ଜୈବିକ ରୂପରେ ଉତ୍ପାଦନ କରାଯାଇଥାଏ ।

୫. ଯଦି କୋଡର ପ୍ରଥମ ଡିଜିଟର ଆରମ୍ଭ ୮ରୁ ହୋଇଥିବ, ତେବେ ଏହାର ଅର୍ଥ ଫଳକୁ ଜେନେଟିକାଲୀ ମଡ଼ିଫାଏ କରାଯାଇଛି ।

ବର୍ତ୍ତମାନ ଆପଣ ଯେବେବି ଫଳ କିଣିବା ପାଇଁ ବଜାର ଯିବେ, ଏହି ସବୁ କଥାର ବିଶେଷ ଧ୍ୟାନ ରଖିବେ ଯାହା ଦ୍ଵାରା ଆପଣ ଓ ଆପଣଙ୍କ ପରିବାର ସବୁବେଳେ ସୁସ୍ଥ ରହିବେ କାରଣ ପରିବାରକୁ ନେଇ ଘର ହୋଇଥାଏ ଓ ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଟେ ।