ଅର୍ଶ କୌଣସି ବଡ ରୋଗ ନୁହେଁ । କହିବାକୁ ଗଲେ ଆଜିକାଲିର ଖାଦ୍ୟଶୈଳୀ ଯୋଗୁ ଆମାର ଝାଡା ଭଳି ସମସ୍ୟା ପ୍ରାୟତଃ ହୋଇଥାଏ । ଯେଉଁମାନେ ଝାଡା ବସିଲା ବେଳେ ବହୁତ ଜୋର ଲଗାନ୍ତି କିମ୍ବା ତାଙ୍କୁ କଷ୍ଟ ହୋଇଥାଏ ସେମାନଙ୍କୁ ଏହି ସମସ୍ୟା ଦେଖାଯାଏ । ଝାଡା ଯିବାର ଅଭ୍ୟାସ ଉପରେ ନିର୍ଭର କରିଥାଏ କି ଆମକୁ ପାଇଲ୍ସ ହବ କି ନାହିଁ । ଝାଡା ସମୟରେ ଆମେ ଯେତେବେଳେ ଜୋର ଦେଇ ଥାଉ ତେବେ ସେହି ସମୟରେ ଆମର ଝାଡା ନଳୀରେ ଯେଉଁ ୩ ଟି ରକ୍ତନାଳୀ ଥାଏ ସେଠି ପ୍ରେସର ପଢିଥାଏ ।
ଧୀରେ ଧୀରେ ସେହି ରକ୍ତ ନଳୀର ସାଇଜ ବଢିବାକୁ ଲାଗିଥାଏ । ଧୀରେ ଧୀରେ ସେ ଝାଡା ସହ ବାହାରକୁ ଆସିଥାଏ । ଯେତେବେଳେ ଆମେ ଝାଡା ଯାଉ ତେବେ ସେହି ସମୟରେ ଘର୍ଷଣ ହୋଇଥାଏ ଓ ସେହି ସମୟରେ ଖଣ୍ଡିଆ ହୋଇଯାଏ ଓ ସେହି ସ୍ଥାନରୁ ହିଁ ରକ୍ତ ବାହାରିଥାଏ । ପାଇଲ୍ସର ସ୍ଟେଜ ବି ଥାଏ । ପ୍ରଥମ ସ୍ଟେଜରେ ଲୋକମାନଙ୍କୁ କିଛି ଜଣା ପଡି ନ ଥାଏ । ଏହି ସମୟରେ ଯଦି ଆପଣ ନିଜର ଜୀବନଶୈଳୀ ଓ ଖାଇବା ପିଇବା ଉପରେ ଧ୍ୟାନ ଦେବେ ତେବେ ଏହା ଭଲ ହୋଇଯିବ ।
କିନ୍ତୁ ଦ୍ଵିତୀୟ ସ୍ଟେଜରେ ଏହା ଏତେ ବଢିଯାଏ କି ରକ୍ତ ବାହାରିବା ଆରମ୍ଭ ହୋଇଯାଏ । ତୃତୀୟ ସ୍ଟେଜରେ ମାଂସ ସହ ରକ୍ତ ବି ବାହାରକୁ ଆସିଥାଏ । ଏହି ସମୟରେ ଆପଣ ରକ୍ତ ହୀନତା ରୋଗରେ ବି ଶିକାର ହୋଇ ପାରନ୍ତି । ଏହାର ମୁଖ୍ୟ ଲକ୍ଷଣ ହେଉଛି ଯଦି ଆପଣଙ୍କ ଝାଡା ସ୍ଥାନରୁ ରକ୍ତ ବାହାରୁଛି ଓ ଯନ୍ତ୍ରଣା ହେଉଛି ତେବେ ଆପଣ ଡାକ୍ତରଙ୍କ ଚେକଅପ କରାନ୍ତୁ ।
ଅର୍ଶର ଗୋଟିଏ ଚିକିତ୍ସା ହେଉଛି ସର୍ଜରୀ । ସର୍ଜରୀ ସେମାନଙ୍କର ହିଁ ହୋଇଥାଏ ଯେଉଁମାନଙ୍କର ଲଗାତର ରକ୍ତସ୍ରାବ ହୋଇଥାଏ । କିନ୍ତୁ ଯଦି ଆପଣ ନିଜର ଜୀବନଶୈଳୀକୁ ବଦଳାଇ ପାରିବେ ଓ ନିଜର ଖାଇବା ପିଇବା ଉପରେ କଣ୍ଟ୍ରୋଲ ରଖି ପାରିବେ ତେବେ ଆପଣ ଅପରେସନକୁ କିଛି ମାସ ଓ କିଛି ବର୍ଷ ପର୍ଯ୍ୟନ୍ତ ଟାଳି ପାରିବେ । ପ୍ରଥମ ଓ ଦ୍ଵିତୀୟ ସ୍ଟେଜରେ ଅପରେସନ ହୋଇ ନ ଥାଏ । କିନ୍ତୁ ସ୍ଟେଜ ୩ରେ ସର୍ଜରୀ ନିହାତି ଆବଶ୍ୟକ । ଏହା ସହିତ ଡାକ୍ତରଙ୍କ ପରାମର୍ଶ କରି ଆପଣ ଔଷଧ ବି ଖାଆନ୍ତୁ ।
କହିଦେଉଛୁ କି ବିନା କୌଣସି ସର୍ଜରୀରେ ଅର୍ଶର ଚିକିତ୍ସା ହୋଇ ପାରିବ ନାହିଁ । କିଛି ମାସ ଓ କିଛି ବର୍ଷ ପାଇଁ ଆପଣ ସର୍ଜରୀକୁ ଘୁଞ୍ଚାଇ ପାରିବେ କିନ୍ତୁ ଶେଷରେ ଆପଣଙ୍କୁ ସର୍ଜରୀ କରିବାକୁ ପଡିବ । ଅର୍ଶର ଅପରେସନ ପରେ ରକ୍ତସ୍ରାବ ବନ୍ଦ ହୋଇଯିବ କିନ୍ତୁ ଆପଣ ଯଦି ଖାଦ୍ୟଶୈଳୀକୁ ବଦଳାଇବେ ନାହିଁ ତେବେ ଭବିଷ୍ୟତରେ ଆପଣ ଅଲଗା କୌଣସି ରୋଗର ବି ଶିକାର ହୋଇ ପାରନ୍ତି । ଆପଣ ପନିପରିବା ଓ ଫଳ ମୂଳ ଅଧିକ ଖାଆନ୍ତୁ ଓ ନନଭେଜକୁ କମ କରି ଦିଅନ୍ତୁ ।