ସବୁଠୁ ସୁରକ୍ଷିତ ଆଉ ଭରସାଯୋଗ୍ୟ ହେଇ ବି କେମିତି ଦୁର୍ଘଟଣାଗ୍ରସ୍ତ ହେଲା MI.17-V5 ? ଏହା ପଛରେ କଣ ରହିଛି କାରଣ ?

ସିଡ଼ିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପରେ ଏବେ ସାରା ବିଶ୍ବରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଯିଏ ସାରା ଦେଶକୁ ସୁରକ୍ଷା ଦେଉଥିଲା ସେ କେମିତି ବିପଦରେ ପଡୁଛି ? କେମିତି ଘଟିଲା ଏହି ଦୁର୍ଘଟଣା ? ଏହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠାଉଛି । ଆଉ ମନରେ ଏଭଳି ପ୍ରଶ୍ନ ଉଠିବା ବି ସ୍ଵାଭାବିକ । କାରଣ ସିଡ଼ିଏସଙ୍କ ଏହି ହେଲିକପ୍ଟର କୌଣସି ସାଧାରଣ ହେଲିକପ୍ଟର ନଥିଲା । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ହେଲିକପ୍ଟର ସବୁଠୁ ସୁରକ୍ଷିତ ହେଲିକପ୍ଟର ମଧ୍ୟରେ ଅନ୍ଯତମ ।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ମଧ୍ୟ ଏହି ହେଲିକପ୍ଟର ବ୍ୟବହୃତ ହୋଇଥାଏ । ପାଗ ଯେମିତି ବି ହେଉ ଏଥିରେ ସୁରକ୍ଷିତ ଭାବେ ଯାତ୍ରା କରିହେବ । MI.17V5 ହେଲିକପ୍ଟର ବାୟୁସେନାର ସବୁଠୁ ଅତ୍ୟାଧୁନିକ ଓ ସୁରକ୍ଷିତ ହେଲିକପ୍ଟର ମଧ୍ୟରୁ ଅନ୍ଯତମ । ୨୦୧୨ ମସିହା ଫେବୃୟାରୀ ୧୭ ପରଠାରୁ ଏହା ବାୟୁସେନାରେ ଯୋଗ ଦେଇ ଆସୁଛି । ଋଷ ଦ୍ଵାରା ନିର୍ମିତ ଏହି ହେଲିକପ୍ଟର ଆଜି ଯାଏଁ ଦୁର୍ଘଟଣାଗ୍ରସ୍ତ ହୋଇ ନଥିଲା ।

୨୦୧୯ରେ ଭାରତର ଏୟାର ଷ୍ଟ୍ରାଇକ ପରେ ଏମଆଇ ସିରିଜର ଏହି ହେଲିକପ୍ଟର କେବଳ ମିଶାଇଲ ମାଡରେ ଖସି ପଡିଥିଲା । ଏହି ଘଟଣାକୁ ଛାଡିଦେଲେ ଏହି ହେଲିକପ୍ଟର କେବେ ବି ଦୁର୍ଘଟଣା ଘଟି ନଥିଲା । କିନ୍ତୁ ଆଜି ସିଡ଼ିଏସଙ୍କୁ ନେଇ କୋଏମ୍ବାଟୁରରୁ ୱେଲିଂଟନ ଏୟାରବେସ୍ କୁ ଯାଉଥିବା ବେଳେ ଏହା କ୍ରାସ୍ ହୋଇଛି, ଯେଉଁଥିରେ ସିଡ଼ିଏସ ବିପିନ ରାୱତ ପ୍ରାଣ ହରାଇଛନ୍ତି ।

ଏହି ହେଲିକପ୍ଟରରେ ସିଡ଼ିଏସ ବିପିନଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲଏସ ଲିଡର, ଲେଫ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ, ନାୟକ ଗୁରୁସେବକ ସିଂ, ନାୟକ ଜିତେନ୍ଦ୍ର କୁମାର, ଲ୍ୟାଣ୍ଡ୍ସ ନାୟକ ବିବେକ କୁମାର, ଲ୍ୟାଣ୍ଡ୍ସ ନାୟକ ବୀରସହିଦ ତେଜା, ହାବିଲଦାର ସତପାଲ୍ ଯତ୍ରଗୋର୍ଟୁଏ ଆଦି ୧୪ ଜଣ ଯାତ୍ରା କରୁଥିଲେ । ସିଡ଼ିଏସ ବିପିନ ରାୱତ ଜଣେ ବିଚକ୍ଷଣ ବୁଦ୍ଧି ଥିବା ଏବଂ ଶତ୍ରୁର ଚାଲ୍ କୁ ଆଗୁଆ ବୁଝି ପାରୁଥିବା ବ୍ୟକ୍ତି ।

ତାଙ୍କର ବିଚକ୍ଷଣତା ଏବଂ ଦକ୍ଷତା ପାଇଁ ହେତୁ ତାଙ୍କୁ ତିନି ସେନା ତଥା ଜଳ, ସ୍ଥଳ ଓ ବାୟୁର ମୁଖ୍ୟ ପଦବୀ ସିଡ଼ିଏସ ଦିଆଯାଇଛି । ସେ ଭାରତର ପ୍ରଥମ ସିଡ଼ିଏସ ବ୍ୟକ୍ତିଭାବେ ଏହି ପଦବୀ ପ୍ରାପ୍ତ ହୋଇଛନ୍ତି । ତାଙ୍କ ପରିବାର ପିଢି ପରେ ପିଢି ଭାରତୀୟ ସେନା ସହ ଜଡିତ ଅଟେ । MI.17V5 ଏକ ମିଡିୟମ ଟ୍ଵିନ ତରବାନ ହେଲିକପ୍ଟର । ଏହା ଭାରି ପରିବହନ, ଭିଭିଆଇପି ଗତିବିଧି ଏବଂ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହୁଏ ।

ସେନା ସହ ଏହା ତିନି କ୍ରୁ ସଦସ୍ୟଙ୍କ ସହ ୩୬ ସୈନିକଙ୍କୁ ନେଇପାରିବ ଓ ୩୬ ହଜାର କିଲୋ ଯାଏଁ ଓଜନ ବହନ କରିପାରେ । ଭିଭିଆଇପି ଙ୍କ ପାଇଁ ତିଆରି ଏହି ହେଲିକପ୍ଟରରେ ସର୍ବାଧିକ ୨୦ ଜଣ ଯାତ୍ରା କରିପାରିବେ ଓ ମୋଡ଼ିଫାଏ କରା ଯାଇଥିବା ଏହି ହେଲିକପ୍ଟରରେ ଟଏଲେଟ ମଧ୍ୟ ରହିଛି । MI.17 ୮ ମିଟର/ସେକେଣ୍ଡ ସ୍ପିଡରେ ଉଚ୍ଚକୁ ଯାଇପାରେ । MI.17V5 ର ସର୍ବାଧିକ ଗତି ଘଣ୍ଟାପ୍ରତି ୨୫୦ କିମି ଏବଂ ଷ୍ଟାଣ୍ଡାର୍ଡ ରେଞ୍ଜ ୫୮୦ କିମି ।

ଦୁଇଟି ସହାୟକ ତେଲ ଟାଙ୍କି ସହ ଏହାକୁ ଫିଟ୍ କରାଯିବା ପରେ ସ୍ପିଦ ୧୦୬୫ କିମି ଯାଏଁ ବଢାଇଯାଇ ପାରିବ । ଏହା ସର୍ବାଧିକ ୬ ହଜାର ମିଟର ଉଚ୍ଚତାରେ ଉଡିପାରେ । ଏହି ହେଲିକପ୍ଟରର ଓଜନ ପ୍ରାୟ ୭୪୮୯ କିଲୋ ଏବଂ ଏହାର ସର୍ବାଧିକ ଓଜନ ୧୩ ହଜାର କିଲୋ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।