ମୃତ୍ୟୁର 25 ମିନିଟ ପୂର୍ବରୁ ଡାକ୍ତରଙ୍କ ଶେଷ ଫଟୋ, ଲେଖିଥିଲେ କିଛି ଏମିତି ଦେଖି ଭାବୁକ ହେଇଯିବେ

ହିମାଚଲ ପ୍ରଦେଶରେ ହୋଇଥିବା ଭୟଙ୍କର ଭୁସ୍ଖଳନରେ ଏକ ବଡ ପଥର ଗୋଟିଏ ଟେମ୍ପୋ ଟ୍ରାଭେଲର ଉପରେ ପଡିବା ଫଳରେ ସେଥିରେ ଥିବା ପ୍ରାୟ ୯ ଜଣ ପ୍ରାଣ ହରାଇଛନ୍ତି ଓ ଆଉ କିଛି ଲୋକ ଗମ୍ଭୀର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରକୃତିର ଏପରି ଭୟଙ୍କର ରୂପର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଓ ସାରା ଦେଶରେ ପାଲଟିଛି ଚର୍ଚ୍ଚାର ବିଷୟ ।

ତେବେ ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଡାକ୍ତର ଦୀପା ଶର୍ମା । ପ୍ରକୃତିକୁ ଉପଭୋଗ କରିବାକୁ ଯାଇଥିବା ଦୀପାଙ୍କ ମୁହଁରେ ଥିଲା ହସ ଓ ମନରେ କିଛି ନୂଆ କରି ଦେଖାଇବାର ଆଶା । କିନ୍ତୁ ହଠାତ ମୃତ୍ୟୁ ମାଡି ଆସିଥିଲା ଓ ସେହି କ୍ଷଣରେ ଭାଙ୍ଗି ଦେଇଗଲା ସବୁ ଆଶା ଆକାଂକ୍ଷା ।

ମୃତ୍ୟୁ ପୂର୍ବରୁ ହିମାଚଳ ପ୍ରଦେଶରେ ବୁଲି ପ୍ରକୃତିକୁ ଉପଭୋଗ କରୁଥିବା ବେଳେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କେତେ ଗୁଡିଏ ଫଟୋ ମଧ୍ୟ ପୋଷ୍ଟ କରିଥିଲେ ଦୀପା ଶର୍ମା । ଗୋଟିଏ ଫଟୋରେ ପ୍ରକୃତିର ସୁନ୍ଦରତାକୁ ନେଇ ଟ୍ଵିଟରରେ ସେ କ୍ୟାପସନ ମଧ୍ୟ ଦେଇଥିଲେ କି, ପ୍ରକୃତି ବିନା ଜୀବନ ମୂଲ୍ୟହୀନ । କିନ୍ତୁ ସେଇ ପ୍ରକୃତି ସାଜିଥିଲା ତାଙ୍କ ମୃତ୍ୟୁର କାରଣ । ଫଟୋ ପୋଷ୍ଟ କରିବାର ମାତ୍ର କେଇ ମିନିଟ ପରେ ପ୍ରକୃତି ଦେଖାଇଥିଲା ତାର କରାଳ ରୂପ ।

ପ୍ରକୃତିର ସୁନ୍ଦରତାକୁ କ୍ୟାମେରାରେ କଏଦ କରି ଆଗକୁ ବଢୁଥିବା ବେଳେ ତାଙ୍କର ପିଛା କରୁଥିଲା ମୃତ୍ୟୁ । ତାଙ୍କ ଗାଡି ଆଗକୁ ଗଡୁଥିଲା ଓ ପାହାଡ ଉପରୁ ମାଡି ଆସୁଥିଲା ମୃତ୍ୟୁ । ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲାରୁ ଖବର ଆସିଲା କି ପାହାଡ ଉପରୁ ଏକ ବିଶାଳକାୟ ପଥର ଗଡି ଆସି ଏକ ଅଟୋ ଉପରେ ପଡିଛି । ଯେଉଁଥିରେ ଅନ୍ୟ ସମସ୍ତଙ୍କ ସହ ଦୀପାଙ୍କ ଜୀବନ ମଧ୍ୟ ଚାଲି ଯାଇଥିଲା । ତେବେ ୩୪ ବର୍ଷୀୟ ଦୀପା ଜଣେ ଆୟୁର୍ବେଦ ଡାକ୍ତର ଥିଲେ । ଦୀପା ସୋସିଆଲ ମିଡିଆରେ ମଧ୍ୟ ଖୁବ ଫେମସ ଥିଲେ ।

ତାଙ୍କ ଟ୍ଵିଟର ଆକାଉଣ୍ଟରେ ପ୍ରାୟ ୩୫ ହଜାରରୁ ଅଧିକ ଫଲୋର୍ସ ଅଛନ୍ତି । ଦେଶ ବିଦେଶର ଖବର ରଖୁଥିଲେ ଦୀପା ଓ ଯେଉଁଠାକୁ ମଧ୍ୟ ଯାଉଥିଲେ ସେଠାରେ ଫଟୋ ଉଠାଇ ଅପଡେଟ ଦେବାକୁ କେବେ ମଧ୍ୟ ଭୁଲୁ ନ ଥିଲେ। ଗତ ରବିବାର ଦିନ ସେ ହିମାଚଲ ପ୍ରଦେଶର କିନ୍ନୋର ଜିଲ୍ଲାକୁ ବୁଲିବାକୁ ଆସିଥିଲେ ଓ ଟ୍ଵିଟରରେ ଫଟୋ ପୋଷ୍ଟ କରି ଲେଖିଥିଲେ, “ମୁଁ ଭାରତର ଶେଷ ସୀମାରେ ଠିଆ ହୋଇଛି । ଏଠାରୁ ମାତ୍ର ୮୦କିମି ଆଗକୁ ଗଲେ ତିବ୍ବତ ପଡିବ, ଯାହାକୁ ଚୀନ କବ୍ଜା କରି ନେଇଛି” ।

ଏହି ଫଟୋକୁ ଦୀପା ପ୍ରାୟ ୧୨ଟା ୩୦ ମିନିଟରେ ପୋଷ୍ଟ କରିଥିଲେ ଓ ୧ଟା ୨୫ମିନିଟରେ ପାହାଡରେ ଅକସ୍ମାତ ଭୁସ୍ଖଳନ ସୃଷ୍ଟି ହୋଇଥିଲା । ଏହି ଦୁର୍ଘଟଣାରେ ଦୀପା ଯାଉଥିବା ଗାଡି ଉପରେ ପଥର ଖସି ପଡିବାରୁ ଦୀପାଙ୍କ ସମେତ ଅନ୍ୟ ୯ ଜଣଙ୍କର ମଧ୍ୟ ଜୀବନ ଚାଲି ଯାଇଛି । ତେବେ ଦୀପାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଥିବା ବେଳେ, ବଲିଉଡ ନାୟିକା କଙ୍ଗନା ରାଣାୱତ ମଧ୍ୟ ନିଜ ଦୁଃଖ ପ୍ରକାଶ କରିଛନ୍ତି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।