ଆଉ ଖେଳିବେନି Pollard, ଜାଣନ୍ତୁ ଆଇପିଏଲ ଚାଲିଥିବା ବେଳେ ଏଭଳି ନିଷ୍ପତ୍ତି କାହିଁକି ନେଲେ ନିଜେ ଟ୍ବିଟ କରି କହିଲେ

ଆଇପିଏଲ ଚାଲିଥିବା ବେଳେ ଏକ ବଡ ନିଷ୍ପତ୍ତି ନେଇଛନ୍ତି କ୍ରିକେଟର କିରଣ ପୋଲାର୍ଡ । ୱେଷ୍ଟ ଇଣ୍ଡିଜ ଟିମ୍ ର ଏହି ଷ୍ଟାର କ୍ରିକେଟର ଆନ୍ତର୍ଜାତୀୟ କ୍ରିକେଟରୁ ନିଜ ଅବସର ଘୋଷଣା କରିଛନ୍ତି । ୧୫ ବର୍ଷର ଲମ୍ବା କ୍ରିକେଟ କ୍ଯାରିୟର ପରେ ଏବେ ଏଥିରୁ ବିଶ୍ରାମ ନେଇଛନ୍ତି ପୋଲାର୍ଡ । ଏନେଇ ପୋଲାର୍ଡ ନିଜ ଇନଷ୍ଟାଗ୍ରାମ ଏବଂ ଟ୍ବିଟରରେ ସୂଚନା ଦେଇଛନ୍ତି । କିରଣ ପୋଲାର୍ଡ ଏ ସମ୍ବନ୍ଧରେ ପୋଷ୍ଟ କରି ଲେଖିଛନ୍ତି କି ବହୁତ ଚିନ୍ତା କରିବା ପରେ ମୁଁ ବର୍ତ୍ତମାନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପାଇଁ ନିଷ୍ପତ୍ତି ନେଇଛି ।

ଅନେକ ଯୁବକଙ୍କ ଭଳି ମୋର ବି ୱେଷ୍ଟ ଇଣ୍ଡିଜ କ୍ରିକେଟ ଟିମ୍ ପାଇଁ କ୍ରିକେଟ ଖେଳିବାକୁ ଇଚ୍ଛା ଥିଲା । ମୁଁ ଗର୍ବର ସହ କହୁଛି କି ୧୫ ବର୍ଷ ପାଇଁ ମୁଁ ୱେଷ୍ଟ ଇଣ୍ଡିଜ ପାଇଁ କ୍ରିକେଟ ଖେଳିଛି । ଟି-୨୦ କ୍ରିକେଟର ଲିଜେଣ୍ଡ କୁହା ଯାଉଥିବା ୩୪ ବର୍ଷୀୟ ପୋଲାର୍ଡ ୱେଷ୍ଟ ଇଣ୍ଡିଜ ପାଇଁ ୧୨୩ଟି ଦିନିକିଆ ମ୍ଯାଚ ଖେଳିଛନ୍ତି । ସେହିପରି ୧୦ଟି ଟି-୨୦ ମ୍ଯାଚ ମଧ୍ୟ ଖେଳିଛନ୍ତି । ଦିନିକିଆରେ ପୋଲାର୍ଡ ୨୭୦୬ ରନ୍ କରିଥିବା ବେଳେ ଟି-୨୦ ରେ ୧୫୬୯ ରନ୍ କରିଛନ୍ତି । ସେ ଜଣେ ସଫଳ ଅଲ୍ ରାଉଣ୍ଡର ଅଟନ୍ତି ।

ସେ ୱେଷ୍ଟ ଇଣ୍ଡିଜର କ୍ରିକେଟର ହୋଇଥିଲେ ମଧ୍ୟ ଭାରତରେ ତାଙ୍କ ଲୋକପ୍ରିୟତା କିଛି କମ୍ ନୁହେଁ । ଜଣେ ଧୂଆଁଦାର ବ୍ୟାଟ୍ସମ୍ୟାନ ଏବଂ ଦକ୍ଷ ବୋଲର ଭାବେ ସେ ନିଜକୁ ସୁପ୍ରତିଷ୍ଠିତ କରି ପାରିଛନ୍ତି । ତାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ଅନେକ ଭାରତୀୟ ଫ୍ୟାନ୍ସ ମଧ୍ୟ ଟିଭି ସାମ୍ନାରେ ଅନେଇ ବସିଥାନ୍ତି ।

ପୋଲର୍ଡ ବ୍ୟାଟିଂ କରିବାକୁ ଆସିଲେ ନାମୀଦାମୀ ବୋଲର ମାନେ ମଧ୍ୟ ଚିନ୍ତାରେ ପଡିଯାନ୍ତି । କିରଣ ପୋଲାର୍ଡ ଅନେକ ଥର ନିଜ ଦେଶ ପାଇଁ ବିଜୟ ଆଣିଛନ୍ତି । ଏହାସହ ପୋଲାର୍ଡ ଆଇପିଏଲ ରେ ମୁମ୍ବାଇ ପାଇଁ ଦୀର୍ଘ ୧୨ ବର୍ଷ ଧରି ଖେଳି ଆସୁଛନ୍ତି । ଯେଉଁଥି ପାଇଁ ଏହା ତାଙ୍କ ଦ୍ଵିତୀୟ ଘର ହୋଇ ଯାଇଥିଲା କହିଲେ କିଛି ଭୁଲ ହେବ ନାହିଁ । ଆଇପିଏଲ ରେ ମଧ୍ୟ ପୋଲାର୍ଡ ନିଜର ଦକ୍ଷତା ଦେଖାଇବାରେ ସଫଳ ହୋଇ ଆସିଛନ୍ତି ।

ସେ ୨୦୧୦ରୁ ଏବେ ପର୍ଯ୍ୟନ୍ତ ମୁମ୍ବାଇ ପାଇଁ ଖେଳି ଆସୁଥିଲେ । ତେବେ ଚଳିତ ବର୍ଷ ଆଇପିଏଲରେ ପୋଲାର୍ଡ ସେତେଟା ଆଖି ଦୃଷ୍ଟିଆ ପ୍ରଦର୍ଶନ କରି ନଥିବାର ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।