କିଏ ରଚିବ ଇତିହାସ 4 ଥରର ଚାମ୍ପିୟନ ଡିପେଣ୍ଡିଂ ଚାମ୍ପିୟନ

ବନ୍ଧୁଗଣ ଚେନ୍ନାଇ ସୁପର କିଂସ ବନାମ ଗୁଜୁରାଟ ଟାଇଟନ୍ସ । ଧୋନୀ ବାହିନୀ ବନାମ ହାର୍ଦ୍ଦିକ ବାହିନି । 4 ଥରର ଚାମ୍ପିୟାନ ବନାମ ଡିପେଣ୍ଡିଂ ଚାମ୍ପିୟାନ । କିଏ ହେବ ଏଥର IPL ଚାମ୍ପିୟାନ । ଶେଷ ହୋଇସାରିଛି ସବୁ ଲଢେଇ ଶେଷ ହୋଇସାରିଛି ସବୁ ମ୍ଯାଚ । ବାସ ଖାଲି ଅପେକ୍ଷା ସନ୍ଧ୍ୟା ସାଢେ 7ଟା କୁ ।

କାହିଁଙ୍କି ଆଜି ବିଶ୍ଵର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ ରେ ଖେଳା ଯିବାକୁ ଯାଉଛି ବିଶ୍ଵର ସବୁଠାରୁ ଧନୀ କ୍ରିକେଟ ଟିମର ଫାଇନାଲ ମ୍ୟାଚ । ଗୋଟେ ପଟେ ଚେନ୍ନାଇ ଆଉ ଗୋଟେ ପଟେ ଗୁଜୁରାଟ ଟାଇଟନ୍ସ । ଗୋଟେ ପରେ ଗୁରୁ ଆଉ ଗୋଟେ ପଟେ ତାଙ୍କର ଶିଷ୍ୟ ।

ବୋଧ ହୁଏ ସବୁ କ୍ରିକେଟ ପ୍ରେମୀ ଯେଉଁ ମ୍ଯାଚକୁ ଚାତକ ଭଳି ଚାହିଁ ରହିଥିଲେ ଆଜି ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସେହି ମ୍ଯାଚ ହେବାକୁ ଯାଉଛି । ଆଜି ଖେଳା ଯିବାକୁ ଯାଉଛି IPL ଫାଇନାଲ ମ୍ଯାଚ । ଚଳିତ ବର୍ଷ IPLଯେଉଁ 2ଟି ଟିମ ଆରମ୍ଭ କରିଥିଲେ ଏବେ ତାହାର ଅନ୍ତ ମଧ୍ୟ ସେମାନେ କରିବେ ।

ଏ ବର୍ଷ IPL ଗୁଜୁରାଟ ଚେନ୍ନାଇ ମ୍ଯାଚରୁ ଆରମ୍ଭ ହେଉଥିବା ବେଳେ ଏବେ ସେହି 2ଟି ଟିମ ହିଁ ଫାଇନାଲ ମ୍ଯାଚ ଖେଳିବେ । ଯାହା କି ପୂର୍ବରୁ କେବେ ବି IPL ଇତିହାସରେ ଦେଖିବାକୁ ମିଳି ନାହିଁ । IPLରେ ଯେଉଁ 2ଟି ଟିମ ଆରମ୍ଭରୁ ମ୍ଯାଚ ଖେଳିଥିଲେ ଏବେ ସେହି 2ଟି ଟିମ ଫାଇନାଲ ମ୍ଯାଚ ମଧ୍ୟ ଖେଳିବେ ।

ତେବେ ଯଦି ଏଥର ଚେନ୍ନାଇ ସୁପର କିଂ IIPLରେ ଚାମ୍ପିୟାନ ହୁଏ ତେବେ ଧୋନୀଙ୍କ କ୍ୟାପଟେନରେ 5 ଥର ପାଇଁ ଚାମ୍ପିୟାନ ହେବାର ଗୌରବ ଅର୍ଜନ କରିବ । ଏହା ପୂର୍ବରୁ 2011,2010,2018 ସହ 2021ରେ ଚେନ୍ନାଇ କୁ IPL ଚାମ୍ପିୟାନସିପ କରାଇଥିଲେ ମହେନ୍ଦ୍ର ସିଂ ଧୋନୀ ।

ଚେନ୍ନାଇ ପାଇଁ ଏହା 10ମ ଫାଇନାଲ ମ୍ଯାଚ ହୋଇଥିବା ବେଳେ 5 ଥର ଚାମ୍ପିୟାନ ହେବାକୁ କ୍ଯାପଟେନ ସହ ମଇଦାନକୁ ଓଲହାଇବା ଧୋନୀ ବାହିନୀ । ଅନ୍ୟ ପଟେ ଗୁଜୁରାଟ କଥା କହିବା ଏବେ ଡେବ୍ୟୁ ସିଜିନରେ ହିଁ ଦଳକୁ ଗତ ବର୍ଷ ଚାମ୍ପିୟାନ କରିପାରିଲେ ହାର୍ଦ୍ଦିକ ପାଣ୍ଡିୟା ।

ନୂଆ ଦଳ ଓ କ୍ୟାପଟେନ ସହ ଟ୍ରଫି ଜିତିଥିଲା ଏହି ଦଳ । ଗତ ବର୍ଷର ଏହି ସଫଳତା ଏ ବର୍ଷ ବି ଦେଖିବାକୁ ମିଳିଥିଲା । ଲିକ ପର୍ଜ୍ଯାୟରେ ଟେବଲ ଟପ୍ପର ହେବା ସହ ପ୍ଲେ ଅଫରେ ପ୍ରବେଶ କରିଥିଲା ଗୁଜୁରାଟ ଟାଇଟନ୍ସ । ତେଣୁ ଏଥର 4 ଥରର ଚାମ୍ପିୟାନ କୁ ହରାଇ ଦଳ ଦ୍ଵିତୀୟ ଥର ପାଇଁ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛି ।

ଉଭୟ ଚେନ୍ନାଇ ଓ ଗୁଜୁରାଟ ଦଳରେ ଜଣଙ୍କ ପରେ ଜେନ ଷ୍ଟାର ସାମିଲ ଅଛନ୍ତି । ଚେନ୍ନାଇ ପାଖରେ ରୁଦ୍ରାଜ ଯୋଡି ଥିବା ବେଳେ ଗୁଜୁରାଟ ପାଖରେ ରହିଛି ଇଲ ଆଉ ଋଦ୍ଧିମାନ ଙ୍କ ଯୋଡି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।