କିଏ ହେବ Reliance Groups ର ପରବର୍ତ୍ତୀ ଉତ୍ତରାଧିକାରୀ ? ଏନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଚେୟାରମ୍ୟାନ Mukesh Ambani, ଦେଖନ୍ତୁ ସେ କଣ କହିଲେ ?

ପ୍ରଥମ ଥର ପାଇଁ ରିଲାଇନ୍ସ ଗ୍ରୁପ ଅଫ କମ୍ପାନୀଜର ଉତ୍ତରାଧିକାରୀ ଉପରେ ମୁହଁ ଖୋଲିଛନ୍ତି ମୁକେଶ ଅମ୍ବାନୀ । ରିଲାଇନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଉତ୍ତରାଧିକାରୀ ପ୍ରସଙ୍ଗରେ ଏକ ବିଶେଷ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି କି, ନେତୃତ୍ଵ ପାଇଁ ନୂତନ ପିଢି ପ୍ରସ୍ତୁତ । ଆକାଶ, ଇଶା ଓ ଅନନ୍ତ ଆମ ଅପେକ୍ଷା ଭଲ କାମ କରୁଛନ୍ତି ବୋଲି ସେ କହିଛନ୍ତି । ରିଲାଇନ୍ସର ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନୀଙ୍କ ଜନ୍ମଦିନରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ମୁକେଶ ଅମ୍ବାନୀ ଭାଷଣ ଦେଇଥିଲେ ।

ସେ କହିଥିଲେ କି, ଯୁବପିଢି ବର୍ତମାନ ନେତୃତ୍ଵ ଗ୍ରହଣ କରିବା ପାଇଁ ପ୍ରସ୍ତୁତ । ବର୍ତ୍ତମାନ ମୁନ ଉତ୍ତରାଧିକାରୀ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଚାହୁଁଛି । ଆମେ ନୂତନ ପିଢିକୁ ମାର୍ଗଦର୍ଶନ କରାଇବା ଉଚିତ । ସେମାନଙ୍କୁ ସକ୍ଷମ ହେବା ପାଇଁ ଉତ୍ସାହିତ କରାଯିବା ସହ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିବା ଉଚିତ । ମୁକେଶ ଅମ୍ବାନୀ କହିଛନ୍ତି, “ମୁନ ରିଲାଇନ୍ସ ପାଇଁ ପ୍ରତିଦିନ ପିଲାଙ୍କ ମନରେ ଉତ୍ସାହ, ପ୍ରତିଦ୍ୱନ୍ଦିତା ଓ ସମର୍ପଣକୁ ଦେଖିପାରେ ତଥା ଅନୁଭବ କରିପାରେ ।

ମୁନ ସେମାନଙ୍କ ଜୀବନରେ ସେହି ଦକ୍ଷତା ଦେଖୁଛି, ଯାହା ମୋ ବାପାଙ୍କର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଳାଇବା ଏବଂ ଭାରତର ବିକାଶରେ ଯୋଗଦାନ ଦେବା ପାଇଁ ଥିଲା ।” ତେବେ ଗ୍ରୁପ ପାଇଁ ଅମ୍ବାନୀ ତିନୋଟି ବଡ ଘୋଷଣା କରିଥିଲେ । ପ୍ରଥମଟି ହେଇଛି ପୂର୍ବ ଅପେକ୍ଷା ଉଜ୍ଜ୍ଵଳ ଭବିଷ୍ୟତ । କମ୍ପାନୀର ଭବିଷ୍ୟତ ନିହାତି ଭାବେ ଆହୁରି ଉଜ୍ଜ୍ଵଳ ଦେଖାଯାଉଛି ବୋଲି ଅମ୍ବାନୀ କହିଥିଲେ ।

ଭାରତ ବିଶ୍ଵର ତିନୋଟି ଶ୍ରେଷ୍ଠ ଅର୍ଥନୈତିକ ଦେଶ ମଧ୍ୟରୁ ଗୋଟିଏ ହେବ ଏବଂ ରିଲାଇନ୍ସ ଗ୍ରୁପ ଅଫ କମ୍ପାନୀ ସବୁଠାରୁ ଶ୍ରେଷ୍ଠ ଓ ଶକ୍ତିଶାଳୀ କମ୍ପାନୀ ହେବ ବୋଲି ସେ କହିଛନ୍ତି । ଦ୍ବିତୀୟରେ ଭବିଷ୍ୟତରେ ରିଲାଇନ୍ସର ଅଭିବୃଦ୍ଧି ପାଇଁ ଏବେଠୁ ମୂଳଦୁଆ ପକାଯିବ । ରିଲାଇନ୍ସ ଏକ ଟେକ୍ସଟାଇଲ କମ୍ପାନୀ ଭାବେ ଆରମ୍ଭ ହୋଇଥିଲା । ଆଉ ବର୍ତ୍ତମାନ ଏହା ବିଭିନ୍ନ ବ୍ୟବସାୟ ସହିତ ଜଡିତ । ଶକ୍ତି ବ୍ୟବସାୟକୁ ସଂପୂର୍ଣ୍ଣ ରୂପେ ସଂଶୋଧନ କରୁଛି ବୋଲି ସେ କହିଛନ୍ତି ।

ସୁସ୍ଥ ଏବଂ ସବୁଜ ଶକ୍ତି ଓ ସାମଗ୍ରୀରେ ବିଶ୍ଵସ୍ତରୀୟ ଅଗ୍ରଣୀ ହେବାକୁ ରିଲାଇନ୍ସ ପ୍ରସ୍ତୁତ ହେଉଛି । ତେବେ ଏହା ସହ ଅମ୍ବାନୀ କହିଥିଲେ କି, ରିଲାଇନ୍ସ ଇଣ୍ଡଷ୍ଟ୍ରିଙ୍କୁ ଆଗାମୀ ସ୍ତରକୁ ନେଇଯିବା ପାଇଁ ପରବର୍ତ୍ତୀ ପିଢି ହିଁ ସବୁଠୁ ବେଷ୍ଟ ଲିଡର ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।