Tapaswini-Sumit ମାମଲାରେ ନୂଆ ଟ୍ଵିଷ୍ଟ: ପଦାକୁ ଆସିଲେ ଆଉ ଜଣେ ଯୁବକ, କିଏ ଏହି ସଞ୍ଜିତ ବାରିକ ଯାହାଙ୍କ ସହ ସୁମିତଙ୍କ ସାମନାରେ କଥା ହେଉଥିଲେ ତପସ୍ଵିନୀ ?

ପଦାକୁ ଆସିଲା ସୁମିତ ଓ ତପସ୍ଵିନୀଙ୍କ ଭାଇରାଲ ଭିଡିଓ ଏବଂ ଖୋଲିଗଲା ତପସ୍ଵିନୀଙ୍କ ଗୁମର । ସେମାନଙ୍କ ସମ୍ପର୍କରେ ଏଣ୍ଟ୍ରି କରିଥିଲା ଆଉ ଜଣେ ଯୁବକ । ଏହି ସଞ୍ଜିତ ବାରିକ କିଏ ? ତପସ୍ଵିନୀଙ୍କ ସହ ତାଙ୍କର ସମ୍ପର୍କ କ’ଣ ? ତପସ୍ଵିନୀ ଓ ସୁମିତଙ୍କ ସମ୍ପର୍କରେ ଆସିଛି ନୂଆ ଟ୍ଵିଷ୍ଟ । ସୁମିତଙ୍କ ସାମନାରେ ସଞ୍ଜିତ ବାରିକଙ୍କ ସହ କାହିଁକି କଥା ହେଉଥିଲେ ତପସ୍ଵିନୀ ? ଏହି ସଞ୍ଜିତଙ୍କ ପାଇଁ ସୁମିତ ଓ ତପସ୍ଵିନୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି କି ? ଯଦିଓ ତପସ୍ଵିନୀ ଏକଥାକୁ ସିଧାସଳଖ ମନା କରି ଦେଇଛନ୍ତି, ହେଲେ ଭାଇରାଲ ଭିଡିଓ ସବୁ ସତ କହୁଛି ।

ସୁମିତ ସିଧାସଳଖ ନାଁ ନେଇ ତପସ୍ଵିନୀଙ୍କୁ ପଚାରୁଛନ୍ତି । ଆଉ ଭିଡିଓରେ ତପସ୍ଵିନୀ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି । ବୋଧହୁଏ ଏହି ବଳିଷ୍ଠ ପ୍ରମାଣ ଆଧାରରେ ନିଜେ ସୁମିତ ଓ ତାଙ୍କ ପରିବାର ଏକ ପାଖିଆ ହୋଇ ରହିଛନ୍ତି । ସେପଟେ ତପସ୍ଵିନୀ କହୁଛନ୍ତି ସେ ଯୁବକଙ୍କୁ ମୁଁ ଜାଣିନାହିଁ । ହୁଏତ ସେହି ଯୁବକ ହିଁ ଏହି ସମ୍ପର୍କରେ ସତ କହିପାରିବେ । କେବଳ ଏତିକି ନୁହେଁ ବରଂ ଭାଇରାଲ ହେଉଥିବା ଭିଡିଓରେ ତପସ୍ଵିନୀ କହୁଛନ୍ତି କି, ତୋ ଫ୍ୟାମିଲିକୁ ବର୍ବାଦ କରିଦେବି ଆଉ ତୋ ବାହାଘର କେଉଁଠି କରାଇ ଦେବିନାହିଁ ।

ଏହି ଭିଡିଓରେ ସିଧାସଳଖ ୮ ଲକ୍ଷ ଦେଲେ ଯାଇ ଡିଭୋର୍ସ ଦେବି ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି ତପସ୍ଵିନୀ । କିନ୍ତୁ ତପସ୍ଵିନୀ କହିଛନ୍ତି କି, ତାଙ୍କ ଏମବିବିଏସ କୋର୍ସ ପାଇଁ ସୁମିତଙ୍କ ଶ୍ଵଶୁର ତାଙ୍କୁ ୧୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ଆଉ ସେଥିରୁ ୮ ଲକ୍ଷ ଟଙ୍କା ପ୍ରଥମେ ଗାଈ ବିକ୍ରିକରି ତପସ୍ଵିନୀଙ୍କ ବାପା ସୁମିତଙ୍କ ବାପାଙ୍କୁ ଦେଇଥିଲେ । କିନ୍ତୁ ସୁମିତଙ୍କ ବାପା ସେଥିରୁ କିଛି ଟଙ୍କା ମଧ୍ୟ ତପସ୍ଵିନୀଙ୍କ ପାଠପଢାରେ ଖର୍ଚ୍ଚ କରି ନାହାନ୍ତି ।

ଯେହେତୁ ସୁମିତ ବାରମ୍ବାର ଡିଭୋର୍ସ ମାଗୁଥିଲେ ତେଣୁ ତପସ୍ଵିନୀ କହିଥିଲେ କି, ତାଙ୍କ ୮ ଲକ୍ଷ ଟଙ୍କା ଫେରାଇଲେ ଯାଇ ସେ ଡିଭୋର୍ସ ଦେବେ ବୋଲି । ଯାହାକୁ ଭିଡିଓରେ ତପସ୍ଵିନୀ କହୁଛନ୍ତି । ଏହାସହ ସୁମିତ ଯାହା କହୁଛନ୍ତି କି, ଏହା ଆସିକା ଆଇବି ର ଭିଡିଓ ବୋଲି । ଏହାକୁ ମଧ୍ୟ ଖଣ୍ଡନ କରିଛନ୍ତି ତପସ୍ଵିନୀ । ଏହା ବର୍ଷେ ତଳର ଭିଡିଓ ଯାହା ନିକଟସ୍ଥ ଲୋଚାପଡା ବୋଲି ଏକ ସ୍ଥାନର ବୋଲି କହିଛନ୍ତି ତପସ୍ଵିନୀ ।

ତେବେ ଏହି ଭିଡିଓକୁ କିଏ ଭାଇରାଲ କରିଛନ୍ତି ଜଣାପଡି ନଥିବା ବେଳେ ସୁମିତ ନିଜେ ଏହାକୁ ଭାଇରାଲ କରିଛନ୍ତି ବୋଲି ଅନୁମାନ କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।