ଘର ଛାଡିବାକୁ ବାଧ୍ୟ କରିଦେଲା ଫ୍ରି ଫାୟାର ଗେମ୍ ! ଗେମ୍ ନିଶାରେ ଏହି ଯୁବକ ଜଣକ ଯାହା ସବୁ କରିଛନ୍ତି ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ video

ଅନଲାଇନ ଗେମ୍ ଖେଳି ଖେଳି ଘର ଛାଡି ଚାଲିଗଲା ପୁଅ । କାରଣ ପୁଅ ଜାଣିପାରି ନଥିଲା କେତେବେଳେ ବାପାଙ୍କ ବ୍ଯାଙ୍କ ଆକାଉଣ୍ଟରୁ ସବୁ ଟଙ୍କା କଟି ଯାଇଥିଲା । ଫ୍ରି ଫାୟାର ଓ ଆକ୍ଵା ଲୁଡୋ ଗେମ୍ ଖେଳି ଖେଳି ବ୍ଯାଙ୍କରୁ ସବୁ ଟଙ୍କା କଟି ଯାଇଥିଲା । ଶେଷରେ ଫୋନକୁ ରଖି ପରିବାର ଲୋକଙ୍କ ଭୟରେ ଘର ଛାଡି ଚାଲିଗଲା ପୁଅ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ହାତୀବାଡି ଗାଁ’ର ୧୯ ବର୍ଷୀୟ ଯୁବକ ଖଗେଶ୍ଵର ନାୟକ ।

ସବୁବେଳେ ନିଜ ଫୋନରେ ଫ୍ରି ଫାୟାର ଓ ଆକ୍ଵା ଲୁଡୋ ଗେମ୍ ଖେଳିବାରେ ବ୍ୟସ୍ତ ରହୁଥିଲେ । ଏମିତିକି ଗେମ୍ ର ଗ୍ୟାଜେଟସ୍ ପାଇଁ ବାପାଙ୍କ ବ୍ଯାଙ୍କ ଖାତାରେ ନିଜ ଫୋନପରେ ନମ୍ବରକୁ ଆଡ୍ କରି ଏହି ଆକାଉଣ୍ଟରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଥିଲେ । କିଛିଦିନ ପରେ ବ୍ଯାଙ୍କ ଖାତା ଅପଡେଟ କରିବାରୁ ଖଗେଶ୍ଵରଙ୍କ ବାପା ଜାଣିବାକୁ ପାଇଲେ କି ତାଙ୍କ ତାଙ୍କ ଆକାଉଣ୍ଟରୁ ପଇସା କଟୁଛି । ଏନେଇ ସେ ପୁଅ ଖଗେଶ୍ଵରକୁ ତାଗିଦ୍ କରିବାରୁ ଖଗେଶ୍ଵର ନିଜ ଭୁଲ୍ ସ୍ଵୀକାର ସହ ଆଗାମୀ ଦିନରେ ଆଉ ଗେମ୍ ଖେଳିବେନି ବୋଲି କହିଥିଲେ ।

ହେଲେ ଗତ ନଭେମ୍ବର ୨ ତାରିଖରୁ ଡିସେମ୍ବର ୧ ତାରିଖ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୨୩୭୭୫/- ଟଙ୍କା କଟିଯାଇଛି । ଯାହାପରେ ଖଗେଶ୍ଵର ଫୋନ ରଖି ଘରୁ କୁଆଡେ ଚାଲି ଯାଇଛନ୍ତି । ଖଗେଶ୍ଵର ମୋବାଇଲ ପାଇଁ ବହୁତ ଜିଦି କରିବାରୁ ତାଙ୍କ ଘରଲୋକ ତାଙ୍କ ପାଇଁ ଫୋନ କିଣି ଦେଇଥିଲେ । ସେ ଅନଲାଇନରେ ଅନେକ ସମୟ ଧରି ଗେମ୍ ଖେଳନ୍ତି । ଦୁଇମାସ ତଳେ ବାପାଙ୍କ ବ୍ଯାଙ୍କ ଆକାଉଣ୍ଟରୁ ପଇସା କଟିଥିବା ନେଇ ଖଗେଶ୍ଵର ଧରା ପଡିଥିଲେ ।

ଏହାପରେ ସେ ଭୁଲ୍ ମାଗିଥିଲେ ଓ ଆଉ ଗେମ୍ ଖେଳିବେନି ବୋଲି କହିଥିଲେ । ଯାହାପରେ ସେ ଆଉ ଘରେ ବେଶୀ ସମୟ ରୁହନ୍ତିନି । ସାଙ୍ଗମାନଙ୍କ ସହ ଗେମ୍ ଖେଳନ୍ତି । ତିନି ଦିନ ତଳେ ଗେମ୍ ଖେଳି ସେ ବାପାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଶେଷ କରି ଦେଇଥିଲେ । ଏପରିକି ଗେମ୍ ଖେଳିବା ପାଇଁ ସାଙ୍ଗମାନଙ୍କ ପାଖରୁ ମଧ୍ୟ ବହୁତ ଟଙ୍କା ଉଧାର ନେଇଛନ୍ତି । ଏହିସବୁ ଡରରେ ଖଗେଶ୍ଵର ଏବେ ଘର ଛାଡି ପଳେଇଛନ୍ତି ।

ତେବେ ତାଙ୍କ ଘରଲୋକେ ବିନତି କରିଛନ୍ତି କି ଯେଉଁମାନେ ମଧ୍ୟ ଖଗେଶ୍ଵରଙ୍କୁ ଦେଖନ୍ତି ତାଙ୍କୁ ଜଣାଇବା ପାଇଁ । ତେବେ ଖଗେଶ୍ଵର ଘରଛାଡି ଯିବାବେଳେ ମୋବାଇଲରୁ ଗେମ୍ ଅନ-ଇନଷ୍ଟଲ କରିବା ସହ ଗେମ୍ ସମ୍ପର୍କିତ କିଛି ମେସେଜ ମଧ୍ୟ ଡିଲେଟ କରିଥିବା ଜଣାପଡିଛି । ଖଗେଶ୍ଵରଙ୍କ ଘରଲୋକ ଧାମନଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।