ସୁମିତଙ୍କ ଆଉ ଏକ ଅଡିଓ ହେଲା ଭାଇରାଲ ! କହିଲେ ‘ମତେ ଓ ମୋ ପରିବାରକୁ ବର୍ବାଦ କରିବା ପାଇଁ Tapaswini…’ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ !

ମୁଁ ଡାକ୍ତର ସୁମିତ କୁମାର ସାହୁ । ତପସ୍ଵିନୀଙ୍କ ଯୋଗୁଁ ମୋତେ ବହୁତ କଷ୍ଟ ହେଲାଣି । ମୋର ମାନସିକ ଅବସ୍ଥା ବହୁତ ଖରାପ ହେଲାଣି । ଏତେ ସବୁ ହେବା ପରେ ମୁଁ ଏହି ଅଡିଓ ବନେଇବାକୁ ବାଧ୍ୟ ହେଉଛି । ଆପଣ ଦେଖି ପାରୁଥିବେ ସୋସିଆଲ ମିଡିଆରେ ତପସ୍ଵିନୀଙ୍କ ଏକ ଭିଡିଓ ଭାଇରାଲ ହେଉଛି । ସେହି ଭିଡିଓରେ ତପସ୍ଵିନୀ ନିଜେ ଥିବା କଥା ସ୍ଵୀକାର ମଧ୍ୟ କରୁଛନ୍ତି । ଏମିତି ଆହୁରି ଅନେକ ଭିଡିଓ ଓ ଅଡିଓ ପ୍ରୁଫ ମୋ ପାଖେ ଅଛି । ଯେହେତୁ କୋର୍ଟରେ ମାମଲା ରହିଛି ତେଣୁ ମୁଁ ଅଧିକ ସାମନାକୁ ଆଣି ପାରୁନି ।

ତପସ୍ଵିନୀ ଆରମ୍ଭରୁ ମିଛ କହି ଆସୁଛନ୍ତି, ଆଉ ଏବେ ବି ମିଛ କହୁଛନ୍ତି । ଆମେ ତାଙ୍କଠାରୁ ଟଙ୍କାଟେ ବି ନେଇନୁ କି ମାଗିନୁ । ମୋ ପାଖେ ପ୍ରୁଫ ଅଛି ସେସବୁ କୋର୍ଟରେ ଡିସାଇଡ ହେବ । ତପସ୍ଵିନୀ ଗୋଟେ ମିଛକୁ ପ୍ରୁଫ କରିବା ପାଇଁ ୫୦ଟା ମିଛ କହୁଛନ୍ତି । ଭିଡିଓରୁ ସ୍ପଷ୍ଟ ଜଣାପଡୁଛି ତାଙ୍କ ଆଚରଣ ଓ ଉଦ୍ଦେଶ୍ୟ କଣ । ସେ ନିଜେ କହୁଛନ୍ତି ଆମ ଫ୍ୟାମିଲିଙ୍କୁ ବର୍ବାଦ କରିବେ ବୋଲି, ଆଉ ଏବେ ଆପଣ ନିଜେ ଦେଖୁଛନ୍ତି ସେ ଆମ ସହ କ’ଣ କରୁଛନ୍ତି । ତାଙ୍କର ପଇସା ମାଗିବାର ଆଚରଣ ଆଗରୁ ବି ଥିଲା ଏବେ ବି ଅଛି ।

ମୋ ପାଖେ ପ୍ରୁଫ ଅଛି ସେ କେଉଁ ପିଲା ସହ କଥା ହେଉଥିଲେ । ସେ ଖାଲି ମୋତେ ଓ ମୋ ଫ୍ୟାମିଲିକୁ ହାରାସ୍ କରିବା ପାଇଁ ଏସବୁ ପବ୍ଲିସିଟି କରୁଛନ୍ତି । ସେ ନିଜକୁ ଶିକ୍ଷିତ ଏବଂ ଡାକ୍ତର ବୋଲି କହୁଛନ୍ତି, ଆପଣ ତାଙ୍କର ନିଟ୍ ର ସ୍କୋର କାର୍ଡ ଚେକ୍ କରିପାରନ୍ତି । ସେ ଠିକ୍ କହୁଛନ୍ତି ନା ଭୁଲ୍ ଆପଣ ନିଜେ ବିଚାର କରନ୍ତୁ । ମୁଁ ତପସ୍ଵିନୀଙ୍କୁ ଗୋଟିଏ ପ୍ରଶ୍ନ ପଚାରୁଛି, ‘ଆଉ କେତେ ମିଛ କହିବେ ମ୍ୟାଡାମ ? ଆଉ କେତେ ହାରାସ୍ କରିବେ ଆମକୁ ?’

ତପସ୍ଵିନୀ କୋର୍ଟ ଏବଂ ଆଇନ ବିରୋଧୀ କାର୍ଯ୍ୟ କରୁଛନ୍ତି । ନାରୀର ଯେତିକି ଇଜ୍ଜତ ଅଛି ପୁରୁଷର ବି ସେତିକି ଇଜ୍ଜତ ଅଛି । ଆପଣମାନେ କେବଳ ଗୋଟିଏ ପକ୍ଷ ଶୁଣି ମୋତେ ଜଜ୍ କରି ଦେଉଛନ୍ତି । ଆମ ଫ୍ୟାମିଲି ଓ ମୁଁ କେତେ ହାରାସ୍ ହେଉଛୁ ସେଇଟା କେହି ଜାଣୁ ନାହାନ୍ତି କି କହୁ ନାହାନ୍ତି । ଆମ ପୁରୁଷ ମାନଙ୍କର ବି କିଛି ମାନ ସମ୍ମାନ ଅଛି । ତପସ୍ଵିନୀ କେବଳ ମିଛ କହି ଚାଲିଛନ୍ତି । ଆମକୁ ହାରାସ୍ କରିବା ହେଉଛି ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଏମିତି ତ ବର୍ବାଦ କରିଦେଲେଣି ।

କୋର୍ଟରେ ସବୁ ମାମଲା ଚାଲିଥିବା ସତ୍ତ୍ୱେ ସେ ଏଠି ଲୋକ ଏକଜୁଟ କରୁଛନ୍ତି । ଏସବୁ କେତେ ଦୂର ଠିକ୍ ଆପଣମାନେ ନିଜେ ବିଚାର କରନ୍ତୁ । ଏତେ ସବୁ ହେବାରୁ ମୁଁ ବାଧ୍ୟ ହୋଇ ଏହି ଅଡିଓ ଛାଡୁଛି । ଏକ ଅଡିଓ ଭାଇରାଲ କରି ଏହିପରି କିଛି କହିଛନ୍ତି ଡାକ୍ତର ସୁମିତ । ବର୍ତ୍ତମାନ ଏମାନଙ୍କ ମଧ୍ୟରେ କିଏ ସତ କହୁଛି ଆଉ କିଏ ମିଛ ତାହା କେବଳ କୋର୍ଟ ହିଁ ବିଚାର କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।