କିଏ ଏହି CSK ମିଷ୍ଟ୍ରି ଗାର୍ଲ ? Dhoni ଙ୍କ ଛକା ଦେଖିବା ପରେ କିଛି ଏମିତି କରି ପକେଇଲେ ଯେ ଏବେ ହେଉଛନ୍ତି ଭାଇରାଲ

କ୍ରିକେଟ ମ୍ଯାଚ ଦେଖିବାକୁ ଆସି ଅନେକ ସମୟରେ କିଛି ସୁନ୍ଦରୀ ତରୁଣୀ ଖୁବ ଭାଇରାଲ ହୋଇଥିବାର ନଜିର ରହିଛି । ଏଥିରେ କ୍ୟାମେରାମ୍ୟାନଙ୍କ ବିଶେଷ ହାତ ରହୁଥିବା ବେଳେ, ସମୟ ସମୟରେ ଭାଇରାଲ ଗାର୍ଲ୍ସଙ୍କୁ ନେଇ ଅନେକ ମିମ୍ସ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ଆଇପିଏଲ ସିଜିନ-୧୫ ରେ ଗତ ସୋମବାର ଦିନ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । କିନ୍ତୁ ଶେଷ ଓଭରରେ ପଞ୍ଜାବ କିଙ୍ଗସ୍ ମ୍ଯାଚ ଜିତି ଯାଇଥିଲା ।

ତେବେ ଏହି ମ୍ଯାଚ ପରେ ଜଣେ ମିଷ୍ଟ୍ରି ଗାର୍ଲଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ସୁନ୍ଦରୀ ତରୁଣୀଙ୍କ ଉପରେ କ୍ରିକେଟ ପ୍ରେମୀମାନେ ଫିଦା ହେଉଥିବାର ଦେଖିବାକୁ ମିଳୁଛି । ମ୍ଯାଚରେ ଚେନ୍ନାଇର ବ୍ୟାଟିଂ ସମୟରେ ଅବନ୍ତି ରାଇଡୁ ଚଉକା ଛକା ବର୍ଷା କରି ଚାଲିଥିଲେ । ସେହି ଇନିଂସର ୧୬ ଓଭରରେ ଅବନ୍ତି ରାଇଡୁ ଲଗାତାର ଭାବେ ତିନୋଟି ଛକା ମାରିଥିଲେ । ଆଉ ଏହି ସମୟରେ ଉକ୍ତ ଯୁବତୀଙ୍କ ପ୍ରତିକ୍ରିୟା ଟିଭି ପରଦାରେ ଦେଖିବାକୁ ମିଳିଥିଲା ।

ଯୁବତୀ ଜଣକ ଜିନ୍ସ ଉପରେ ଏକ ହଳଦୀ ରଙ୍ଗର ଟପ୍ ପିନ୍ଧିଥିଲେ ଓ ଚେନ୍ନାଇକୁ ସମର୍ଥନ କରୁଥିଲେ । ଯାହାପରେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ସେହି ମିଷ୍ଟ୍ରି ଗାର୍ଲଙ୍କ ପରିଚୟ ମିଳିସାରିଛି । ସେ ଜଣେ ଅଭିନେତ୍ରୀ ଏବଂ ତାଙ୍କ ନାମ ଶ୍ରୁତି ତୁଲି ବୋଲି ଜଣାପଡିଛି ।

ଶ୍ରୁତି ଚେନ୍ନାଇର ପଞ୍ଜାବ ବିପକ୍ଷରେ ଏହି ମ୍ଯାଚ ଦେଖିବା ପାଇଁ ଷ୍ଟାଡିୟମକୁ ଆସିଥିଲେ । ତେବେ ସେହି ମ୍ଯାଚ ସମୟରେ ପ୍ରାୟ ତିନି ଥର ଶ୍ରୁତିଙ୍କୁ ଟିଭି ପରଦାରେ ଦେଖିବାକୁ ମିଳିଥିଲା । ଅବନ୍ତି ରାଇଡୁଙ୍କ ସମେତ ଧୋନୀ ଛକା ମାରିବା ସମୟରେ ଶ୍ରୁତିଙ୍କୁ ଖୁସିରେ ସେଲିବ୍ରେସନ କରୁଥିବାର ଦେଖା ଯାଇଥିଲା । ତେବେ ସେ ନିଜେ ମ୍ଯାଚ ଦେଖିବାକୁ ଯାଇଥିବା ସମୟର ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ସେ ନିଜ କ୍ୟାପସନରେ ଲେଖିଛନ୍ତି, ” ଗତ ରାତି ବହୁତ ମଜାଦାର ଥିଲା । ଅବଶ୍ୟ ଫଳାଫଳ ଏମିତି ହେବ ବୋଲି ମୁଁ ଆଶା କରି ନଥିଲି, ତଥାପି ଏହାର ପ୍ରତ୍ଯେକ ମିନିଟ ମୁଁ ବହୁତ ଉପଭୋଗ କରିଛି ।” ସିଏସକେ ଓ ପଞ୍ଜାବ ମ୍ଯାଚ ପରେ ଶ୍ରୁତି ଏବେ ଭାଇରାଲ ହେଉଥିବା ବେଳେ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି ।