ବିଶ୍ଵର ସବୁଠୁ ଦାମୀ ନମ୍ବର ପ୍ଲେଟ୍ ! ଯାହାର ଦାମ୍ 340 କୋଟି ଟଙ୍କା, ଜାଣନ୍ତୁ କାହା ପାଖରେ ଅଛି ଏହି ନମ୍ବର ପ୍ଲେଟ୍ ?

ଯେମିତି ନିଜ ଗାଡିକୁ ନେଇ ଅନେକ ଲୋକ ବହୁତ ସୌକିନ ହୋଇଥାନ୍ତି ଠିକ ସେମିତି ନମ୍ବର ପ୍ଳେଟ ପ୍ରତି ମଧ୍ୟ ଅନେକ ଲୋକଙ୍କ ବିଶେଷ ଦୁର୍ବଳତା ରହିଥାଏ । ମନ ପସନ୍ଦର ନମ୍ବର ପ୍ଳେଟ ଟିଏ ପାଇବା ପାଇଁ ଗାଡି ମାଲିକମାନେ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଛେଇ ନଥାନ୍ତି । ଆଉ ଏବେ ତ ମନ ପସନ୍ଦର ନମ୍ବର ପ୍ଳେଟ ଲଗାଇବା ଏକ ଟ୍ରେଣ୍ଡରେ ପରିଣତ ହୋଇଗଲାଣି । ଭିଭିଆପି ନମ୍ବର ପ୍ଳେଟ ଲଗାଇବା ପାଇଁ ଅନେକ ଲୋକଙ୍କ ସଉକ ଥାଏ ।

ନିଜ ସଉକ ପୁରା କରିବା ପାଇଁ ଲୋକମାନେ ପାଣି ଭଳି ଟଙ୍କା ଖର୍ଚ୍ଚ କରିବାର ମଧ୍ୟ ଅନେକ ନଜିର ରହିଛି । କିନ୍ତୁ ବିଶ୍ଵର ସବୁଠୁ ଦାମୀ କମ୍ବର ପ୍ଳେଟ ଓ ଏହାର ଦାମ୍ କେତେ ଜାଣିଛନ୍ତି କି ?ବିଶ୍ଵର ସବୁଠୁ ଦାମୀ ନମ୍ବର ପ୍ଳେଟ ବ୍ରିଟେନ ବାସିନ୍ଦା କାର ଡିଜାଇନର ଅଫଜଲଙ୍କ ନାଁ’ରେ ରହିଛି । ୧୪ ବର୍ଷ ପୂର୍ବେ ସେ ଏଫ-୧ ନମ୍ବରକୁ ଚାରି କୋଟି ଟଙ୍କାରେ କିଣିଥିଲେ । ସେବେଠାରୁଏ ଯାବତ ଏହି ନମ୍ବର ପ୍ଳେଟର ଦାମ୍ ଯଥେଷ୍ଟ ଅଧିକ ବୃଦ୍ଧି ପାଇଛି ।

କିଛି ୱେବସାଇଟ ଏହି ନମ୍ବର ପ୍ଳେଟକୁ ସବୁଠୁ ଦାମୀ ନମ୍ବର ପ୍ଳେଟ ବୋଲି କହିଛନ୍ତି । ତେବେ ଏହି ନମ୍ବର ପ୍ଳେଟ ପାଇଁ ଅଫଜଲଙ୍କୁ କୋଟି କୋଟି ଟଙ୍କାର ଅଫର୍ ଆସିଥିଲେ ମଧ୍ୟ ଏହାକୁ କେବେ ବିକି ନାହାନ୍ତି ଅଫଜଲ । ଅଫଜଲ କହିଛନ୍ତି ଯେତେବେଳେ ଯାଏଁ ଭଲ ଦାମ୍ ର ଅଫର୍ ମିଳିନାହିଁ ସେତେବେଳ ଯାଏଁ ଏହି ନମ୍ବର ପ୍ଳେଟକୁ ବିକିବେ ନାହିଁ ।

କିଛି ୱେବସାଇଟର ରିପୋର୍ଟ ଅନୁଯାୟୀ ଏହି ନମ୍ବର ପ୍ଳେଟର ଦାମ୍ ଏବେ ୩୪୦ କୋଟି ଟଙ୍କା ରହିଛି । ଏବେ ଅଫଜଲ ଏହି ନମ୍ବର ପ୍ଳେଟକୁ ନିଜର ବୁଗାଡି କାର୍ ରେ ଲଗାଇଛନ୍ତି । ସେହିଭଳି ବିଶ୍ଵର ଦ୍ଵିତୀୟ ଦାମୀ ନମ୍ବର ପ୍ଳେଟର ଦାମ୍ ୧୦୯ କୋଟି ଟଙ୍କା ରହିଛି । ଏହାର ନମ୍ବର ହେଉଛି ୧ ।

ସେହିଭଳି ତୃତୀୟ ଦାମୀ ନମ୍ବର ପ୍ଳେଟର ଦାମ୍ ରହିଛି ୭୩ କୋଟି ଟଙ୍କା । ଏହି ଗାଡିର ନମ୍ବର AA୮ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।