ଏହି ସବୁ କାରଣରୁ ହୋଇଥାଏ ଆପଣଙ୍କ କିଡନୀ ଖରାପ୍ – ଜାଣନ୍ତୁ କେମିତି କରିବେ ଉପଚାର।

ଏହି ସବୁ କାରଣରୁ ହୋଇଥାଏ ଆପଣଙ୍କ କିଡନୀ ଖରାପ୍

କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ ଇଁ ତେବେ ଶରୀର କୁ ସୁସ୍ଥ ରଖିବା ରେ ଶରୀର ର ଏକ ମୁଖ୍ୟ ଅଂଶ ହେଉଛି କିଡ଼ନୀ । ଯାହାକି ଆମ ଶରୀର ରୁ ପରିସ୍ରା ମାଧ୍ୟମରେ ବିଷାକ୍ତ ଦ୍ରବ୍ୟ ନିଷ୍କାସିତ କରିଥାଏ । କିନ୍ତୁ ଆମର କିଛି ଅସାବଧାନତା ପାଇଁ ହୁଏତ କିଡ଼ନୀ ଖରାପ ହେଇଯାଇ ପାରେ । ଚାଲନ୍ତୁ ଜାଣିବା କେଉଁ ସବୁ କାରଣ ପାଇଁ କିଡ଼ନୀ ଖରାପ ହୁଏ ଏବଂ ତାର ଉପଚାର ଗୁଡିକ ଆପଣ କେମିତି କରିପାରିବେ ।

1 – ପରିସ୍ରା ନଯିବା

ପରିସ୍ରା ଲାଗିବା ସମୟରେ ପରିସ୍ରା ନଯିବା ବହୁତ ଖରାପ, ପରିସ୍ରାରେ ଥିବା ବିଷାକ୍ତ ଦ୍ରବ୍ୟ ଆମ କିଡ଼ନୀ କୁ ଖରାପ କରିଥାଏ, ଯାହା ଫଳରେ ଆମେ ଅସୁସ୍ଥ ହେଇ ପଡିଥାଉ ।

ଜନ୍ମ ବାରରୁ ଜାଣନ୍ତୁ ବ୍ୟକ୍ତିର ପ୍ରକୃତି, ସ୍ଵଭାବ ଓ ଚାଲିଚଳନ।

2 – ଲୁଣ

ଖାଦ୍ୟର ସ୍ୱାଦ ପାଇଁ ଲୁଣ ର ଆବଶ୍ୟକତା ଯଥେଷ୍ଟ । ବିନା ଲୁଣରେ ଖାଦ୍ୟ ସ୍ୱାଦିଷ୍ଟ ଲାଗିନଥାଏ । ଅଧିକ ପରିମାଣରେ ଲୁଣ ଖାଇବା ଦ୍ୱାରା ମଧ୍ୟ ଏହାର ପ୍ରଭାବ କିଡ଼ନୀ ଉପରେ ପଡିଥାଏ , ତେଣୁ ଯଥା ସମ୍ଭବ ଖାଦ୍ୟରେ ଲୁଣ ର ପରିମାଣ କମ କରନ୍ତୁ ।

3 – ମଦ ପିଇବା

ଅଧିକ ପରିମାଣ ରେ ଅଲକହଲ ବା ମଦ ପିଇବା , ତମାଖୁ , ସିଗାରେଟ ନେବା ଦ୍ୱାରା ମଧ୍ୟ କିଡ଼ନୀ ଶୀଘ୍ର ଖରାପ ହେଇଥାଏ । ଏସବୁ ଅଭ୍ୟାସ ରୁ ନିଜକୁ ଦୁରେଇ ରଖିଲେ ବହୁତ ଉପକାର ମିଳି ଥାଏ ।

4 – ପାଣି ନ ପିଇବା

ଠିକ ସମୟରେ ଏବଂ ସଠିକ ପରିମାଣରେ ପାଣି ନ ପିଇବା ଦ୍ୱାରା କିଡ଼ନୀ ଉପରେ ପ୍ରଭାବ ପଡିଥାଏ । ଅଧିକ ପରିମାଣରେ କିମ୍ବା କମ ମାତ୍ରାରେ ପାଣି ପିଅନ୍ତୁ ନାହିଁ ଯାହା ମଧ୍ୟ ବିପରୀତ କାର୍ଯ୍ୟ କରିଥାଏ । ଅତି କମ ରେ ଦୈନିକ 2 ରୁ 3 ଲିଟର ପାଣି ପିଅନ୍ତୁ ଯାହାକି ଆପଣଙ୍କ ଶରୀର ପାଇଁ ବହୁତ ଭଲ।

ରାଶି ଅନୁସାରେ ମନକୁ ସୁଦୃଢ଼ କରିବାର ଉପାୟ ।

5 – କମ ଶୋଇବା

ସାଧାରଣତଃ ନିର୍ଧାରିତ ସମୟରୁ କମ ଶୋଇବା ଦ୍ୱାରା ମଶଯ ଏହାର ଖରାପ ପ୍ରଭାବ କିଡ଼ନୀ ଉପରେ ପଡିଥାଏ। ଦୈନିକ ଅତି କମରେ 6 ରୁ 8 ଘଣ୍ଟା ଶୋଇବାକୁ ଚେଷ୍ଟା କରିବା ଶରୀର ପକ୍ଷେ ବହୁତ ଭଲ ।

6 – ମେଡ଼ିସିନ

ଓଜନ ବୃଦ୍ଧି , କମ୍ , ଉଞ୍ଚତା ବୃଦ୍ଧି ଓ ଅନ୍ୟ କୌଣସି ଛୋଟ ମୋଟ ରୋଗ ଇତ୍ୟାଦି ପାଇଁ ଯଦି ଅଯଥା ମନ ଇଛା ମେଡ଼ିସିନ ଖାଉ ଥାନ୍ତି ଏହାର ପ୍ରଭାବ ସିଧା ସଳଖ କିଡ଼ନୀ ଉପରେ ପଡି ଥାଏ । ଏସବୁ ରୁ ଦୁରେଇ ରୁହନ୍ତୁ ଏବଂ ଅତ୍ୟଧିକ ଔଷଧ ସେବନ କରନ୍ତୁ ନାହିଁ ।