କିଛି ସେକଣ୍ଡରେ ହିଁ ପାଣିରେ ମିଶିଗଲା ଏହି ପୋଲ, ଦେଖିନ୍ତୁ ବର୍ବାଦୀର ଏହି ଭିଡିଓ

କିଛି କଥା ପ୍ରାୟତଃ ଆମକୁ ଭାବିବାକୁ ବାଧ୍ୟ କରିଥାଏ କି, କ’ଣ ଏମିତି ବି ହୋଇପାରେ ବର୍ତ୍ତମାନ ସମୟରେ । ବର୍ତ୍ତମାନର ଖବର ସବୁ ଏହିଭଳି ହିଁ ହୋଇଥାଏ କି, ଯାହା ଉପରେ ବିଶ୍ଵାସ କରିବା ଅସମ୍ଭବ ହୋଇଯାଏ । କିନ୍ତୁ ଯେତେବେଳେ ତାହା ସାମ୍ନାକୁ ଆସିଥାଏ ତେବେ ସମସ୍ତଙ୍କର ହୋସ ଉଡିଯାଏ । ଏମିତି ହିଁ କିଛି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣଙ୍କର ରୁମ ଟାଙ୍କୁରି ଉଠିବ ।

କହିବାକୁ ଗଲେ ଗତ ମଙ୍ଗଳବାର ଦିନ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଲା । ଏହି ଘଟଣାଟି ତାଇୱାନର ବନ୍ଦରଗାହ ରେ ଦେଖିବାକୁ ମିଳିଲା । ଯେତେବେଳେ ଏଠାରେ ଅବସ୍ଥିତ ଏକ ପୋଲ ଅଚାନକ ଭାଙ୍ଗି ତଳେ ପଡିଗଲା । ଏହି ଦୁର୍ଘଟଣାରେ ମାଛ ଧରୁଥିବା ଏକ ଡଙ୍ଗା ନଷ୍ଟ ହୋଇଗଲା ଓ ଚାରି ଜଣ ଲୋକଙ୍କର ଜୀବନ ମଧ୍ୟ ଚାଲିଗଲା ।

ମିଡିଆ ରିପୋର୍ଟ ଅନୁସାରେ ଦୁର୍ଘଟଣାରେ ୧୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଆପଣ ଦେଖି ପାରିବେ କି ଏକ ତେଲ ଟ୍ୟାଙ୍କର ପୋଲକୁ ପାର କରୁଛି । ତାହା ପୋଲ ପାର ହେବା ପୂର୍ବରୁ ହିଁ ପୋଲ ଧରାଶାଇ ହୋଇଗଲା ।

ମିଡିଆ ରିପୋର୍ଟ ଅନୁସାରେ କୁହାଯାଉଛି କି ତାଇୱାନର ସୁରକ୍ଷା କର୍ମୀ ବିଦେଶୀ ମସ୍ୟଜୀବିମାନଙ୍କୁ ଖୋଜୁଛନ୍ତି । କୁହାଯାଉଛି କି ସେମାନେ ପୋଲ ଭାଙ୍ଗିବା ଦ୍ଵାରା ଡଙ୍ଗା ତଳେ ଫସି ରହିଛନ୍ତି । ବର୍ତ୍ତମାନ ଏହି ଦୁର୍ଘଟଣା କେମିତି ହେଲା ଏହାର ଯାଞ୍ଚ ଚାଲିଛି । କିନ୍ତୁ କହିବାକୁ ଗଲେ ତାଇୱାନରେ ପ୍ରାୟତଃ ଭୂମିକମ୍ପ ଓ ବାତ୍ୟାର ପ୍ରଭାବ ରହିଥାଏ । ଏହା ଆଧାରରେ ଏଠି ନିର୍ମାଣ କାର୍ଯ୍ୟକୁ ବହୁତ ଉଚ୍ଚ ମାନଦଣ୍ଡରେ ପ୍ରସ୍ତୁତ କରାଯାଏ । ଏମିତିରେ ଏହି ଘଟଣା ଲୋକମାନଙ୍କୁ ଆଶ୍ଚର୍ଯ୍ୟ ବି କରି ଦେଇଛି ।

କହିଦେଉଛୁ କି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିବା ପରେ ବହୁତ ସଂଖ୍ୟାରେ ଲୋକମାନେ ନିଜର ପ୍ରତିକ୍ରିୟା ବି ଦେଉଛନ୍ତି । କେତେ ଜଣ ଏହାକୁ ଦେଖି କ୍ରୋଧିତ ବି ହେଉଛନ୍ତି । ଲୋକମାନେ ନିର୍ମାଣ କାର୍ଯ୍ୟରେ ହେଉଥିବା ଭୁଲକୁ ଦାୟୀ କରୁଛନ୍ତି । ବିଶ୍ଵର ସବୁ ଲୋକମାନେ ଦୁର୍ଘଟଣାରେ ମରିଯାଇଥିବା ଲୋକମାନଙ୍କ ପ୍ରତି ଦୁଃଖ ପ୍ରକାଶ କରୁଛନ୍ତି ଓ ଆହତ ହୋଇଥିବା ଲୋକମାନେ ଜଲ୍ଦି ଭଲ ହେବା ପାଇଁ ପ୍ରାର୍ଥନା କରୁଛନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।