“କିଛି ପୂଣ୍ୟ କରିଥିଲି ବୋଲି ଜନ୍ମରେ Sabya ଙ୍କୁ ସାଥି ଭାବେ ପାଇଛି”, ଦଶହରାକୁ Archita ଙ୍କ ନୂଆ ଫିଲ୍ମ ଆସୁଥିବା ବେଳେ ସାକ୍ଷାତକାରରେ କହିଲେ ବ୍ୟକ୍ତିଗତ ଜୀବନର କିଛି ନିଆରା କଥା

ଓଲିଉଡର ସୁନେଲି ନାୟିକା ଅର୍ଚ୍ଚିତା ତାଙ୍କ ଅଭିନୟଠୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ସବୁକୁ ନେଇ ବେଶ ଚର୍ଚ୍ଚାରେ ରୁହନ୍ତି । ନିଜ ଅଭିନୟ ମାଧ୍ୟମରେ ସେ ଗତ ଦୁଇ ଦଶନ୍ଧି ଧରି ଲୋକଙ୍କ ହୃଦୟରେ ରାଜ୍ କରି ଆସୁଛନ୍ତି । ଅଭିନୟ ଜୀବନ ବ୍ଯତୀତ ଅନେକ ସମାଜସେବା କାର୍ଯ୍ୟରେ ମଧ୍ୟ ସେ ନିଜକୁ ନିୟୋଜିତ କରିଥାନ୍ତି । ଓଲିଉଡର ଅନ୍ଯତମ ଅଭିନେତା ସବ୍ୟସାଚୀଙ୍କୁ ବିବାହ କରିବା ପରଠାରୁ ଅର୍ଚ୍ଚିତା ଆହୁରି ଲୋକପ୍ରିୟତା ସାଉଁଟିଛନ୍ତି । ସବ୍ୟସାଚୀଙ୍କ ସହ ତାଙ୍କର ଯୋଡି ଦର୍ଶକଙ୍କ ଦ୍ଵାରା ବେଶ ଆଦୃତି ପାଇଛି ।

ତେବେ ଆଗକୁ ଅର୍ଥାତ ଦଶହରାରେ ଅର୍ଚ୍ଚିତାଙ୍କ ଏକ ନୂଆ ଓଡିଆ ଫିଲ୍ମ “ସବାନା ବେଗମ୍” ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ଅର୍ଚ୍ଚିତା ଏକ ଗଣମାଧ୍ୟମ ସାକ୍ଷାତକାର ଫିଲ୍ମ ଓ ନିଜ ବୈବାହିକ ଜୀବନକୁ ନେଇ ଅନେକ କିଛି ପ୍ରକାଶ କରିହାନ୍ତି । କରୋନା ମହାମାରୀ ଯୋଗୁଁ ଦୁଇରୁ ତିନି ବର୍ଷ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଠପ୍ ପଡିଥିବା ବେଳେ ଅର୍ଚ୍ଚିତାଙ୍କର ଏହି ନୂଆ ଅନ୍ଦାଜର ଫିଲ୍ମ ମାର୍କେଟରେ ବେଶ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ରଖିଛନ୍ତି ।

ଏହି ଫିଲ୍ମରେ ସେ ଜେନ ମୁସଲମାନ ଝିଅ ସବନାର ଚରିତ୍ରରେ ଅଭିନୟ କରିଛନ୍ତି । ତେବେ ଏହା ପୂର୍ବରୁ କିନ୍ତୁ ଅର୍ଚ୍ଚିତାଙ୍କୁ କିଛି ଟିଭି ଶୋ’ରେ ଜଜ୍ ଭାବେ ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ସବ୍ୟସାଚୀଙ୍କ ସହ ତାଙ୍କର ପ୍ରେମ ବିବାହ ମଧ୍ୟ ବେଶ ଚର୍ଚ୍ଚାରେ ରହିଥିଲା । ସବ୍ୟସାଚୀଙ୍କ ବିଷୟରେ ଅର୍ଚ୍ଚିତା କହିଛନ୍ତି, ମୁଁ ନିହାତି ଭାବେ କିଛି ପୂଣ୍ୟ କରିଥିଲି ଏ ଜନ୍ମରେ ତାଙ୍କୁ ସାଥି ଭାବେ ପାଇଛି । କାରଣ ସବ୍ୟ ଜଣେ ବହୁତ ଭଲ ମଣିଷ ଓ ସବୁବେଳେ ସମାଜସେବାରେ ନିଜକୁ ନିୟୋଜିତ ରଖନ୍ତି ।

ଅର୍ଚ୍ଚିତା ନିଜେ ମଧ୍ୟ UNICEF ସହ ଯୋଡି ହୋଇଛନ୍ତି । ନିକଟରେ ସେ କିଛି ସ୍କୁଲକୁ ଯାଇ ଏବଂ କିଛି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ତଥା ଝିଅମାନଙ୍କୁ ସାନିଟାରୀ ପ୍ୟାଡ ବଣ୍ଟନ କାର୍ଯ୍ୟକ୍ରମ କରିଛନ୍ତି । ଯାହାକି ସେ ପ୍ରତିବର୍ଷ କରୁ ଆସୁଛନ୍ତି । କେବଳ ଏତିକି ନୁହେଁ ସେ ନିଜେ ଝିଅମାନଙ୍କୁ ମେନସଟ୍ରୁଆଲ ହାଇଜିନ ବିଷୟରେ ବୁଝାନ୍ତି । ସବ୍ୟସାଚୀ ସେ ସବୁବେଳେ ଲୋକଙ୍କୁ ଜୀବିକା ନିର୍ବାହ କରିବା ପାଇଁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି ।

କାରଣ ଆମେ ଜଣଙ୍କୁ ସବୁବେଳେ ଖାଦ୍ୟ ଯୋଗାଇ ପାରିବା ନାହିଁ । କିନ୍ତୁ ତାଙ୍କୁ ଯଦି ନିଜ ବୃତ୍ତି ଅର୍ଜନ କରିବାକୁ ସାହାଯ୍ୟ କରିପାରିବା ତେବେ ସେ ନିଜେ ଗୁଜୁରାଣ ମେଣ୍ଟାଇ ପାରିବେ । ଏହିପରି ଅର୍ଚ୍ଚିତା ନିଜ ସାକ୍ଷାତକାରରେ ଅନେକ କିଛି କଥା ହୋଇଛନ୍ତି । ତେବେ ଆପଣଙ୍କୁ ଅର୍ଚ୍ଚିତା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।