ଇଆଡେ ଆସ ଶୀଘ୍ର ଆସ ନହେଲେ ସରିଯିବ, କିଶୋର ମଟନ ହୋଟେଲକୁ ମିଳିଲା ନୂଆ ଠିକଣା, ଜାଣନ୍ତୁ କେଉଁଠି ?

ଯେବେ ଠାରୁ କିଶୋର ମଟନ ହୋଟେଲକୁ ସିଲ୍ କରିବା ସହ ଭଙ୍ଗାଯାଇଛି ସେବେଠାରୁ କିଶୋର ମଟନ ହୋଟେଲକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆଉ ଏବେ କିଶୋର ମଟନକୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସୁଛି । କେବଳ ଓଡିଶାର ବିଭିନ୍ନ ରାଜ୍ୟରେ ନୁହେଁ ବରଂ ଓଡିଶା ବାହାରେ ମଧ୍ୟ ବେଶ ପ୍ରସିଦ୍ଧ ଥିଲା କିଶୋର ମଟନ ହୋଟେଲ । ପ୍ରତିଦିନ ଓଡିଶା ବାହାରୁ ମଧ୍ୟ ଅନେକ ଲୋକ ତାଙ୍କ ହୋଟେଲରେ ମଟନ ଖାଇବାକୁ ଆସୁଥିଲେ । ସେମିତି କିଛି ଗ୍ରାହକ ଏବେବି ଆସୁଛନ୍ତି ଏବଂ କିଶୋର ମଟନ ନପାଇ ନିରାଶ ହୋଇ ଫେରୁଛନ୍ତି ।

କିଶୋର ମଟନର ସ୍ଵାଦ ଭଲ ଲାଗୁଥିବା ଗ୍ରାହକମାନେ ଏବେବି କିଶୋର ମଟନ ହୋଟେଲକୁ ଆସୁଛନ୍ତି । ହେଲେ ସେ ସମସ୍ତଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି । ହେଲେ ଫେରିବା ପୂର୍ବରୁ କିଶୋର ଭାଇନା ମଟନ ହୋଟେଲ କେଉଁଠାକୁ ଉଠିଛି ବୋଲି ଆଖପାଖର ଲୋକଙ୍କୁ ପଚାରି ଯାଉଛନ୍ତି ଏବଂ ତାଙ୍କର କିଛି ଫୋନ ନମ୍ବର ମିଳିବ କି ? କିଶୋର ମଟନ ପ୍ରେମୀ ଗ୍ରାହକ ଏମିତି କିଛି ଲୋକଙ୍କୁ ପଚାରୁଥିବା ନଜର ଆସିଛି । କିଶୋର ମଟନ ଖାଇବା ଆଶାରେ ଆସିଥିବା ଗ୍ରାହକ ମଟନ ନପାଇ ମନ ଊଣା କରି ଲେଉଟି ଯାଉଛନ୍ତି ।

ଆଉ କିଶୋରଙ୍କ କିଛି ଗ୍ରାହକ ତାଙ୍କ ନମ୍ବର ମଧ୍ୟ ପାଖରେ ରଖିଛନ୍ତି । ଯେଉଁମାନେ ସେଠାକୁ ଆସି କିଶୋରଙ୍କୁ ଫୋନ କରୁଛନ୍ତି, ଯେଉଁଠି କିଶୋର ଭାଇନାଙ୍କ ମଟନ ହୋଟେଲ ଥିଲା । ହେଲେ ବିଏମସି ବୁଲଦୋଜର ବୁଲେଇ ସେହି ହୋଟେଲକୁ ଭାଙ୍ଗିଦେଲା । କିନ୍ତୁ ଏବେବି ଅନେକ ଗ୍ରାହକ କିଶୋର ମଟନକୁ ଝୁରି ହେଉଛନ୍ତି ଓ ସେ କାହିଁକି ଦୋକାନ ଭାଙ୍ଗିଦେଲେ ବୋଲି ତାଙ୍କୁ ଫୋନ କରି ପଚାରୁଛନ୍ତି ।

କିଶୋର ଭାଇନା ତାଙ୍କ ଫାଷ୍ଟଫୁଡ୍ ଦୋକାନରେ ପ୍ରସ୍ତୁତ କରୁଥିବା ଅଳ୍ପ କିଛି ମଟନ ତାଙ୍କର କିଛି ଗ୍ରାହକଙ୍କୁ ପରଶି ବେଳେବେଳେ ସନ୍ତୁଷ୍ଟ କରୁଛନ୍ତି । ଆଉ ସେମାନଙ୍କୁ ବୁଝାଇ ଦେଉଛନ୍ତି ଯେ, ଆଉ ଏକ ଜାଗା ଠିକ କରିବା ପର୍ଯ୍ୟନ୍ତ ଆପଣମାନେ ଏଠାକୁ ଆସିପାରିବେ । କିଶୋର ମଟନ ହୋଟେଲ ଖାଦ୍ଯକୁ ବିଏମସି ଓ କିଛି ମିଡିଆ ନିମ୍ନମାନର ବୋଲି କହିବା ପରେ ତାଙ୍କ ସପକ୍ଷରେ ଅନେକ ଗ୍ରାହକ ବାହାରିଥିଲେ ।

କିଶୋରଙ୍କ ପାଖେ ବର୍ଷ ବର୍ଷ ଧରି ମଟନ ଖାଇ ଆସୁଥିବା ଲୋକମାନେ ତାଙ୍କ ମଟନ ବହୁତ ସ୍ଵାଦିଷ୍ଟ ବୋଲି କହିବା ସହ ସେଠାକାର ପରିବେଶରେ ଅସ୍ଵାସ୍ଥ୍ୟକର କିଛି ନଥିଲା ବୋଲି ଦାବି କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।