ଏଥର ଜେଲରେ 2 ଘଣ୍ଟା ପାଇଁ ରୋମାନ୍ସ କରିବାର ସୁଯୋଗ ପାଇବେ କଏଦୀ, ଜାରି ହେଲା ନିର୍ଦ୍ଦେଶନାମା, ଦେଖନ୍ତୁ କଣ ରହିଛି ନିୟମ

ଏଣିକି ଜେଲରେ ରୋମାନ୍ସ କରିପାରିବେ କଏଦୀ । ଆଉ ଏଥିପାଇଁ ମିଳିବ ୨ ଘଣ୍ଟାର ସମୟ । ଏନେଇ ସରକାରଙ୍କ ତରଫରୁ  ଜାରି ହେଲା ନିର୍ଦ୍ଦେଶନାମା । ଜେଲରେ କଏଦୀ ନିଜ ପାର୍ଟନରଙ୍କ ସହ ରୋମାନ୍ସ କରିବା କଥାଟା ଅଶୋଭନୀୟ ଲାଗୁଥିଲେ ମଧ୍ୟ ସତ । ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ସରକାର ନିଜ କଏଦୀ ମାନଙ୍କୁ ପାର୍ଟନରଅଙ୍କ ସହ ରୋମାନ୍ସ କରିବାର ସୁଯୋଗ ଦେଇଛନ୍ତି । ଏଣିକି ଜେଲର ଚାରି କାନ୍ଥ ଭିତରେ ଥାଇ ବି କଏଦୀ ମାନେ ତାଙ୍କର ଦାମ୍ପତ୍ୟ ଜୀବନକୁ ଆଗକୁ ବଢାଇ ପାରିବେ ।

ହେଲେ ଏଥିପାଇଁ କିଛି ସର୍ତ୍ତାବଳୀ ଏବଂ ନିଯମମାନ ମଧ୍ୟ ରହିଛି । ଏଭଳି ଦାମ୍ପତ୍ୟ ରୋମାନ୍ସ ବ୍ୟବସ୍ଥା ଗୋଣ୍ଡିୱାଲିସାହି, ନବାହାରରେ ଥିବା ନୂଆ ଜେଲ ଓ ଭଟିଣ୍ଡାରେ ଥିବା ନୂଆ ଜେଲରେ ଲାଗୁ ହୋଇଛି । ଏଥିପାଇଁ କଏଦୀ ମାନଙ୍କୁ ପ୍ରତି ଦୁଇ ମାସକୁ ଦୁଇ ଘଣ୍ଟା ଲେଖାଏଁ ସମୟ ମିଳିବ । ଅର୍ଥାତ କଏଦୀମାନେ ଦୁଇ ମାସରେ ଥରେ ଦୁଇ ଘଣ୍ଟା ପାଇଁ ଦାମ୍ପତ୍ୟ ଜୀବନ ଉପଭୋଗ କରିବାକୁ ସମୟ ପାଇବେ । ଏଥିପାଇଁ ଜେଲ ବିଭାଗ ଗୋଟିଏ ସ୍ଵତନ୍ତ୍ର ରୁମ୍ ର ବ୍ୟବସ୍ଥା କରିଛି ଏବଂ ସେଥିରେ ବାଥରୁମ୍ ମଧ୍ୟ ଆଟାଚ କରାଯାଇଛି ।

ଦୀର୍ଘଦିନ ଧରି ଜେଲରେ ରହୁଥିବା କଏଦୀଙ୍କୁ ଏହି ଯୋଜନାର ଲାଭ ଉଠାଇବା ପାଇଁ ଅଗ୍ରାଧିକାର ଦିଆଯିବ । ଏହି ଯୋଜନା ଜଣେ କଏଦୀଙ୍କ ମାନସିକ ଅବସ୍ଥାକୁ ଠିକ ରଖିବା ସହ ତାଙ୍କ ଦାମ୍ପତ୍ୟ ଜୀବନକୁ ଆଗକୁ ନେବ ଏବଂ କଏଦୀଙ୍କୁ ଜଣେ ଭଲ ସାମାଜିକ ବ୍ୟକ୍ତି ହେବାରେ ସହାୟକ କରିବ ବୋଲି ବିଭାଗ ଆଶା ରଖିଛି । ଏଥିପାଇଁ ଜଣେ ମହିଳା କିମ୍ବା ପୁରୁଷ ତାଙ୍କ ବିବାହ ପ୍ରମାଣପତ୍ର ଦେଖାଇବାକୁ ପଡିବ ।

ସେହିପରି ସେ ଏଚଆଇଭି କିମ୍ବା ଅନ୍ୟ ଯୌନ ସଂକ୍ରମଣ ରୋଗରେ ଆକ୍ରାନ୍ତ ନଥିବା ରିପୋର୍ଟ ମଧ୍ୟ ଦେଖାଇବେ । ଏଥିସହ ସାଙ୍ଗରେ କୋଭିଡ ନେଗେଟିଭ ରିପୋର୍ଟ ମଧ୍ୟ ଆଣିବେ । ଏହା ଯାଞ୍ଚ କରିବା ପରେ ଜଣେ ସ୍ଵାମୀ କିମ୍ବା ସ୍ତ୍ରୀଙ୍କୁ ଜେଲରେ ଥିବା ତାଙ୍କ ସାଥିଅନକ୍ଷ ଆହା ଦେଖା କରିବାକୁ ଅନୁମତି ମିଳିବ । ତେବେ ସମତା ହାର୍ଡକୋର ଅପରାଧୀ, ଗ୍ୟାଙ୍ଗଷ୍ଟର ଓ ଯୌନ ନିର୍ଯ୍ୟାତନା ଭଳି ଅପରାଧରେ ଗିରଫ ହୋଇଥିବା କଏଦୀଙ୍କୁ ଏହି ସ୍ଵତନ୍ତ୍ର ସୁବିଧା ମିଳିବ ନାହିଁ ।

ପୂର୍ବରୁ ଏହିପରି ବ୍ୟବସ୍ଥା ଆମେରିକା, ଜର୍ମାନୀ, କାନାଡା, ପାକିସ୍ତାନ, ଅଷ୍ଟ୍ରେଲିଆ, ବ୍ରାଜିଲ, ଫ୍ରାନ୍ସ ଓ ଡେନମାର୍କ ଭଳି ଦେଶରେ ଲାଗୁ ହୋଇଛି । ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଭାରତର ପ୍ରଥମ ରାଜ୍ୟ ପଞ୍ଜାବରେ ଏହାକୁ ଲାଗୁ କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।